Posted inଫୁରସତ

ଗାଁକୁ କରିବେ ଆଲୋକିତ

ଭାରତ ସ୍ବାଧୀନ ହେବାର ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ଏବେବି କିଛି ଗାଁ ଅଛି, ଯେଉଁଠି ଦେଖିବାକୁ ମିଳୁନି ବିକାଶର କୌଣସି ଛାପ। ନା ସେଠାକାର ଅଧିବାସୀ ପାଉଛନ୍ତି କୌଣସି ମୌଳିକ ସୁବିଧା, ନା ସେଠି ପହଞ୍ଚତ୍ ପାରିଛି ବିଦ୍ୟୁତ୍‌ ସେବା। ଯଦି ବି କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଅଛି ହେଲେ ମାସ ମାସ ଧରି ବିଦ୍ୟୁତ କାଟ୍‌ ହୋଇ ଗାଁ ରହୁଛି ଅନ୍ଧକାର ଭିତରେ। ବର୍ଷ ବର୍ଷ ଧରି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୟୁରଭଞ୍ଜ ଜିଲାର ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ହେଲେ ପ୍ରଶାସନ ନେଇ ନାହିଁ କୌଣସି ପଦକ୍ଷେପ। ଶେଷରେ ଏଠାକାର ଦୁଇ ଆଦିବାସୀ ଝିଅ ସୁମି ଗଡସେରା ଏବଂ ତୁଳସୀ ଗିଲୁଆ ଅଣ୍ଟା ଭିଡିଛନ୍ତି ନିଜ ଗାଁ ସହ ଆଖପାଖ ଗାଁର ଅନ୍ଧକାରକୁ ଦୂର କରିବା ପାଇଁ। ଆଉ ଦୁହେଁ ଯୋଗ ଦେଇଛନ୍ତି ହର୍ମାଡା ଗାଁରେ ଥିବା ବେର୍‌ଫୁଟ କଲେଜ ଇଣ୍ଟରନ୍ୟାଶନାଲରେ। ଯାହାର ମୁଖ୍ୟ କାର୍ଯ୍ୟାଳୟ ରାଜସ୍ଥାନ, ଆଜମେର ଜିଲାର କିଶନଗଡ ତହସିଲରେ ଅଛି। ଏହିଠାରୁ ଦୁଇ ଆଦିବାସୀ ଝିଅ ସୋଲାର୍‌ ଇଞ୍ଜିନିୟରିଂର ତାଲିମ ନେଉଛନ୍ତି। ଆଉ ତାଲିମ ସରିବା ପରେ ସୌର ଶକ୍ତିକୁ ବ୍ୟବହାର କରି ଗାଁକୁ ଆଲୋକିତ କରିବାର ଆଶା ରଖିଛନ୍ତି।

୨୨ ବର୍ଷୀୟା ସୁମି ଗଡସରାଙ୍କ ଘର ଦିଲେଶ୍ୱର ଗାଁରେ। ମା’ ବହୁ କଷ୍ଟ କରି ପରିବାର ଚଳାନ୍ତି। ତେଣୁ ମା’ଙ୍କୁ ସାହାଯ୍ୟ କରିବା ଲାଗି ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିବା ସୁମି ଡିଜିଟାଲ କମ୍ୟୁନିଟି ସ୍କୁଲରେ ପଢାଉଥିଲେ। ହେଲେ ମନରେ ତାଙ୍କର ସବୁବେଳେ ନିଜ ପରିବାର ସହ ନିଜ ଅଞ୍ଚଳରେ ଥିବା ବହୁ ବର୍ଷର ବିଦ୍ୟୁତ ସମସ୍ୟାକୁ ଦୂର କରିବାର ଇଛା ଥିଲା। ସୁମି କୁହନ୍ତି, ‘ଆମ ଗାଁରେ ବିଦ୍ୟୁତ ସେବା ଥିଲେ ମଧ୍ୟ ମାସ ମାସ ଧରି ବିଦ୍ୟୁତ୍‌ କାଟ ହୁଏ। ଏହାବାଦ ଆମ ପାଖ ଗାଁରେ ତ ଆଦୌ ବିଦ୍ୟୁତ ସେବା ନାହିଁ। ସେଥିପାଇଁ ସବୁବେଳେ ଭାବୁଥିଲି କେମିତି ଗାଁକୁ ଆଲୋକିତ କରିହେବ। ଏହି କାରଣରୁ ବେର୍‌ଫୁଟ କଲେଜ୍‌ ଇଣ୍ଟରନ୍ୟାଶନାଲ(ବିସିଆଇ)ରେ ଯୋଗ ଦେଲି। ଏବେ ମୁଁ ଏଠି ସୋଲାର ଇଞ୍ଜିନିୟରିଂରେ ତାଲିମ ନେଉଛି। ପ୍ରଥମେ ତ ସୋଲାର ଲାଇଟ୍‌କୁ ହାତରେ ଧରିବାକୁ ଡରୁଥିଲି, ହେଲେ ଏବେ ବିଭିନ୍ନ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ନିଜେ ବିନ୍ଦି ଟର୍ଚ୍ଚ ଲାଇଟ୍‌, ଡିଭା ଲାଣ୍ଟର୍ନ, ସହ ସୋଲାର ଲାଇଟ୍‌ ତିଆରି କରିପାରୁଛି। ସୋଲାର ହୋମ ଲାଇଟିଂ ସିଷ୍ଟମ୍‌ ବି ଶିଖିଗଲିଣି।
ସେହିଭଳି ବିଷ୍ଣୁ ଗାଁର ୨୧ ବର୍ଷୀୟା ତୁଳସୀ ଗିଲୁଆ ବି ଘରୁ ଗୋଡ କାଢି ବିସିଆଇ ତାଲିମ ସେଣ୍ଟରରେ ଯୋଗ ଦେଇଛନ୍ତି। ସେ ବି ବିଭିନ୍ନ ପ୍ରକାର ସୋଲାର ଟର୍ଚ ଲାଇଟ୍‌ ତିଆରି କରିବା ଶିଖିଗଲେଣି। ତୁଳସୀ କୁହନ୍ତି, ସୋଲାର୍‌ ଲାଇଟ୍‌କୁ ନିଜ ହାତରେ ତିଆରି କଲାପରେ ଯେତେବେଳେ ତାହା ଜଳୁଛି, ଏତେ ଖୁସି ଲାଗୁଛି ଯେ ତାକୁ ଭାଷାରେ ବ୍ୟକ୍ତି କରି ହେବନି। ଆମେ କେବଳ ଏଠି ସୋଲାର୍‌ ଲାଇଟ୍‌ ତିଆରି ଶୁଖୁ ନାହୁଁ, ଆମକୁ ଏନରିଚ୍‌ ଟ୍ରେନିଂ ବି ଦିଆଯାଉଛି। ଯଦ୍ୱାରା ଆମର କମ୍ୟୁନିକେସନ୍‌ ସ୍କିଲ ବୃଦ୍ଧି ପାଉଛି। ଏହାବାଦ ସ୍ମାର୍ଟଫୋନ୍‌ର ବିଭିନ୍ନ ଫିଚର୍‌ ବାବଦରେ ଶିକ୍ଷା ଦିଆଯାଉଛି। ମୋବାଇଲ୍‌ ବ୍ୟାକିଂ କିଭଳି କରାଯାଏ ଶିଖାଯିବା ସହ ଗଣିତ ଶିକ୍ଷା ମଧ୍ୟ ଦିଆଉଛି। ଫଳରେ ଆମର ଆତ୍ମବିଶ୍ୱାସ ବହୁତ ବଢି ଯାଇଛି।’ ସୁମି କୁହନ୍ତି, ‘ତାଲିମ ପରେ ସଂସ୍ଥା ତରଫରୁ ଆମ ଦୁହିଁଙ୍କୁ ୫୦-୫୦ ଘରେ ସୋଲାର୍‌ ଲାଇଟ୍‌ ବ୍ୟବସ୍ଥା କରିବାକୁ ସାମଗ୍ରୀ ଯୋଗାଇ ଦିଆଯିବ। ଯାହାକୁ ବ୍ୟବହାର କରି ଆମେ ଆମ ଗାଁର ଅନ୍ଧକାରକୁ ଦୂର କରିବୁ। ଏହାବାଦ୍‌ ଆମେ ନିଜର ବ୍ୟବସାୟ ମଧ୍ୟ ଆରମ୍ଭ କରିବୁ। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀକୁ ଆମେ ବିସିଆଇର ଏକ ସ୍ବତନ୍ତ୍ର ଆପ ସାହାଯ୍ୟରେ କିଭଳି ମଗାଇ ପାରିବୁ ସେ ନେଇ ତାଲିମ ନେଇଛୁ। ସୁଲଭ୍‌ ମୂଲ୍ୟରେ ବୈଦ୍ୟୁତିକ ଉପକରଣ ଆଣି ସୋଲାର୍‌ ଲାଇଟ୍‌ ତିଆରି କରି ଗାଁ ଲୋକଙ୍କୁ ଆମେ କମ୍‌ ମୂଲ୍ୟରେ ଯୋଗାଇବାର ଲକ୍ଷ୍ୟ ରଖିଛୁ। ଗାଁ ଲୋକଙ୍କୁ ବି ବିସିଆଇ ତରଫରୁ ମିଟିଂ କରି ସୋଲାର୍‌ ଲାଇଟ୍‌ ସମ୍ପର୍କରେ ଅନେକ କଥା ବୁଝାଯାଇଛି। ତେଣୁ ସେମାନେ ବି ଏହି ଲାଇଟ୍‌ର ବ୍ୟବହାର କରିବା ଲାଗି ଆଗ୍ରହୀ ଅଛନ୍ତି। ଆଶା ରଖିଛୁ ଆମେ ନେଇଥିବା ତାଲିମ ଆମ ଗାଁ ଓ ଆଖପାଖ ଗାଁର ଅନ୍ଧକାର ଦୂର କରିପାରିବ। ଆମେ ଗାଁ ମହିଳାଙ୍କୁ ସୋଲାର୍‌ ଲାଇଟ୍‌ ତିଆରି ସମ୍ପର୍କରେ ତାଲିମ ଦେବାର ବି ଲକ୍ଷ୍ୟ ରଖିଛୁ। ଯଦ୍ୱାରା ଅଧିକରୁ ଅଧିକ ମହିଳା ସୋଲାର୍‌ ଲାଇଟ୍‌ ତିଆରି ଶିଖିବା ସହ ତାକୁ ନେଇ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇପାରିବେ।’

-ସ୍ବପ୍ନା ସରିତା ମହାନ୍ତି
କମ୍ୟୁନିକେସନ୍‌ ଇଣ୍ଡିଆ ହେଡ୍‌, ବେୟାରଫୁଟ୍‌
କଲେଜ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ ଜର୍ନାଲିଷ୍ଟ
swapna.mohanty@barefootcollege.org


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?