Posted inଫୁରସତ

ଗାଁକୁ କରିବେ ଆଲୋକିତ

ଭାରତ ସ୍ବାଧୀନ ହେବାର ଦୀର୍ଘ ବର୍ଷ ବିତି ଯାଇଥିଲେ ହେଁ ଏବେବି କିଛି ଗାଁ ଅଛି, ଯେଉଁଠି ଦେଖିବାକୁ ମିଳୁନି ବିକାଶର କୌଣସି ଛାପ। ନା ସେଠାକାର ଅଧିବାସୀ ପାଉଛନ୍ତି କୌଣସି ମୌଳିକ ସୁବିଧା, ନା ସେଠି ପହଞ୍ଚତ୍ ପାରିଛି ବିଦ୍ୟୁତ୍‌ ସେବା। ଯଦି ବି କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଅଛି ହେଲେ ମାସ ମାସ ଧରି ବିଦ୍ୟୁତ କାଟ୍‌ ହୋଇ ଗାଁ ରହୁଛି ଅନ୍ଧକାର ଭିତରେ। ବର୍ଷ ବର୍ଷ ଧରି ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମୟୁରଭଞ୍ଜ ଜିଲାର ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ହେଲେ ପ୍ରଶାସନ ନେଇ ନାହିଁ କୌଣସି ପଦକ୍ଷେପ। ଶେଷରେ ଏଠାକାର ଦୁଇ ଆଦିବାସୀ ଝିଅ ସୁମି ଗଡସେରା ଏବଂ ତୁଳସୀ ଗିଲୁଆ ଅଣ୍ଟା ଭିଡିଛନ୍ତି ନିଜ ଗାଁ ସହ ଆଖପାଖ ଗାଁର ଅନ୍ଧକାରକୁ ଦୂର କରିବା ପାଇଁ। ଆଉ ଦୁହେଁ ଯୋଗ ଦେଇଛନ୍ତି ହର୍ମାଡା ଗାଁରେ ଥିବା ବେର୍‌ଫୁଟ କଲେଜ ଇଣ୍ଟରନ୍ୟାଶନାଲରେ। ଯାହାର ମୁଖ୍ୟ କାର୍ଯ୍ୟାଳୟ ରାଜସ୍ଥାନ, ଆଜମେର ଜିଲାର କିଶନଗଡ ତହସିଲରେ ଅଛି। ଏହିଠାରୁ ଦୁଇ ଆଦିବାସୀ ଝିଅ ସୋଲାର୍‌ ଇଞ୍ଜିନିୟରିଂର ତାଲିମ ନେଉଛନ୍ତି। ଆଉ ତାଲିମ ସରିବା ପରେ ସୌର ଶକ୍ତିକୁ ବ୍ୟବହାର କରି ଗାଁକୁ ଆଲୋକିତ କରିବାର ଆଶା ରଖିଛନ୍ତି।

୨୨ ବର୍ଷୀୟା ସୁମି ଗଡସରାଙ୍କ ଘର ଦିଲେଶ୍ୱର ଗାଁରେ। ମା’ ବହୁ କଷ୍ଟ କରି ପରିବାର ଚଳାନ୍ତି। ତେଣୁ ମା’ଙ୍କୁ ସାହାଯ୍ୟ କରିବା ଲାଗି ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢିଥିବା ସୁମି ଡିଜିଟାଲ କମ୍ୟୁନିଟି ସ୍କୁଲରେ ପଢାଉଥିଲେ। ହେଲେ ମନରେ ତାଙ୍କର ସବୁବେଳେ ନିଜ ପରିବାର ସହ ନିଜ ଅଞ୍ଚଳରେ ଥିବା ବହୁ ବର୍ଷର ବିଦ୍ୟୁତ ସମସ୍ୟାକୁ ଦୂର କରିବାର ଇଛା ଥିଲା। ସୁମି କୁହନ୍ତି, ‘ଆମ ଗାଁରେ ବିଦ୍ୟୁତ ସେବା ଥିଲେ ମଧ୍ୟ ମାସ ମାସ ଧରି ବିଦ୍ୟୁତ୍‌ କାଟ ହୁଏ। ଏହାବାଦ ଆମ ପାଖ ଗାଁରେ ତ ଆଦୌ ବିଦ୍ୟୁତ ସେବା ନାହିଁ। ସେଥିପାଇଁ ସବୁବେଳେ ଭାବୁଥିଲି କେମିତି ଗାଁକୁ ଆଲୋକିତ କରିହେବ। ଏହି କାରଣରୁ ବେର୍‌ଫୁଟ କଲେଜ୍‌ ଇଣ୍ଟରନ୍ୟାଶନାଲ(ବିସିଆଇ)ରେ ଯୋଗ ଦେଲି। ଏବେ ମୁଁ ଏଠି ସୋଲାର ଇଞ୍ଜିନିୟରିଂରେ ତାଲିମ ନେଉଛି। ପ୍ରଥମେ ତ ସୋଲାର ଲାଇଟ୍‌କୁ ହାତରେ ଧରିବାକୁ ଡରୁଥିଲି, ହେଲେ ଏବେ ବିଭିନ୍ନ ବୈଦ୍ୟୁତିକ ଉପକରଣ ବ୍ୟବହାର କରି ନିଜେ ବିନ୍ଦି ଟର୍ଚ୍ଚ ଲାଇଟ୍‌, ଡିଭା ଲାଣ୍ଟର୍ନ, ସହ ସୋଲାର ଲାଇଟ୍‌ ତିଆରି କରିପାରୁଛି। ସୋଲାର ହୋମ ଲାଇଟିଂ ସିଷ୍ଟମ୍‌ ବି ଶିଖିଗଲିଣି।
ସେହିଭଳି ବିଷ୍ଣୁ ଗାଁର ୨୧ ବର୍ଷୀୟା ତୁଳସୀ ଗିଲୁଆ ବି ଘରୁ ଗୋଡ କାଢି ବିସିଆଇ ତାଲିମ ସେଣ୍ଟରରେ ଯୋଗ ଦେଇଛନ୍ତି। ସେ ବି ବିଭିନ୍ନ ପ୍ରକାର ସୋଲାର ଟର୍ଚ ଲାଇଟ୍‌ ତିଆରି କରିବା ଶିଖିଗଲେଣି। ତୁଳସୀ କୁହନ୍ତି, ସୋଲାର୍‌ ଲାଇଟ୍‌କୁ ନିଜ ହାତରେ ତିଆରି କଲାପରେ ଯେତେବେଳେ ତାହା ଜଳୁଛି, ଏତେ ଖୁସି ଲାଗୁଛି ଯେ ତାକୁ ଭାଷାରେ ବ୍ୟକ୍ତି କରି ହେବନି। ଆମେ କେବଳ ଏଠି ସୋଲାର୍‌ ଲାଇଟ୍‌ ତିଆରି ଶୁଖୁ ନାହୁଁ, ଆମକୁ ଏନରିଚ୍‌ ଟ୍ରେନିଂ ବି ଦିଆଯାଉଛି। ଯଦ୍ୱାରା ଆମର କମ୍ୟୁନିକେସନ୍‌ ସ୍କିଲ ବୃଦ୍ଧି ପାଉଛି। ଏହାବାଦ ସ୍ମାର୍ଟଫୋନ୍‌ର ବିଭିନ୍ନ ଫିଚର୍‌ ବାବଦରେ ଶିକ୍ଷା ଦିଆଯାଉଛି। ମୋବାଇଲ୍‌ ବ୍ୟାକିଂ କିଭଳି କରାଯାଏ ଶିଖାଯିବା ସହ ଗଣିତ ଶିକ୍ଷା ମଧ୍ୟ ଦିଆଉଛି। ଫଳରେ ଆମର ଆତ୍ମବିଶ୍ୱାସ ବହୁତ ବଢି ଯାଇଛି।’ ସୁମି କୁହନ୍ତି, ‘ତାଲିମ ପରେ ସଂସ୍ଥା ତରଫରୁ ଆମ ଦୁହିଁଙ୍କୁ ୫୦-୫୦ ଘରେ ସୋଲାର୍‌ ଲାଇଟ୍‌ ବ୍ୟବସ୍ଥା କରିବାକୁ ସାମଗ୍ରୀ ଯୋଗାଇ ଦିଆଯିବ। ଯାହାକୁ ବ୍ୟବହାର କରି ଆମେ ଆମ ଗାଁର ଅନ୍ଧକାରକୁ ଦୂର କରିବୁ। ଏହାବାଦ୍‌ ଆମେ ନିଜର ବ୍ୟବସାୟ ମଧ୍ୟ ଆରମ୍ଭ କରିବୁ। ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀକୁ ଆମେ ବିସିଆଇର ଏକ ସ୍ବତନ୍ତ୍ର ଆପ ସାହାଯ୍ୟରେ କିଭଳି ମଗାଇ ପାରିବୁ ସେ ନେଇ ତାଲିମ ନେଇଛୁ। ସୁଲଭ୍‌ ମୂଲ୍ୟରେ ବୈଦ୍ୟୁତିକ ଉପକରଣ ଆଣି ସୋଲାର୍‌ ଲାଇଟ୍‌ ତିଆରି କରି ଗାଁ ଲୋକଙ୍କୁ ଆମେ କମ୍‌ ମୂଲ୍ୟରେ ଯୋଗାଇବାର ଲକ୍ଷ୍ୟ ରଖିଛୁ। ଗାଁ ଲୋକଙ୍କୁ ବି ବିସିଆଇ ତରଫରୁ ମିଟିଂ କରି ସୋଲାର୍‌ ଲାଇଟ୍‌ ସମ୍ପର୍କରେ ଅନେକ କଥା ବୁଝାଯାଇଛି। ତେଣୁ ସେମାନେ ବି ଏହି ଲାଇଟ୍‌ର ବ୍ୟବହାର କରିବା ଲାଗି ଆଗ୍ରହୀ ଅଛନ୍ତି। ଆଶା ରଖିଛୁ ଆମେ ନେଇଥିବା ତାଲିମ ଆମ ଗାଁ ଓ ଆଖପାଖ ଗାଁର ଅନ୍ଧକାର ଦୂର କରିପାରିବ। ଆମେ ଗାଁ ମହିଳାଙ୍କୁ ସୋଲାର୍‌ ଲାଇଟ୍‌ ତିଆରି ସମ୍ପର୍କରେ ତାଲିମ ଦେବାର ବି ଲକ୍ଷ୍ୟ ରଖିଛୁ। ଯଦ୍ୱାରା ଅଧିକରୁ ଅଧିକ ମହିଳା ସୋଲାର୍‌ ଲାଇଟ୍‌ ତିଆରି ଶିଖିବା ସହ ତାକୁ ନେଇ ବ୍ୟବସାୟ କରି ସ୍ବାବଲମ୍ବୀ ହୋଇପାରିବେ।’

-ସ୍ବପ୍ନା ସରିତା ମହାନ୍ତି
କମ୍ୟୁନିକେସନ୍‌ ଇଣ୍ଡିଆ ହେଡ୍‌, ବେୟାରଫୁଟ୍‌
କଲେଜ୍‌ ଇଣ୍ଟରନ୍ୟାଶନାଲ ଆଣ୍ଡ ଜର୍ନାଲିଷ୍ଟ
swapna.mohanty@barefootcollege.org


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri