ବର୍ଷେ ହେଲା ପ୍ରେମିକାଙ୍କ ସହ ରଖୁଥିଲେ ଶାରିରୀକ ସମ୍ପର୍କ: ଗର୍ଭବତୀ ହେବାରୁ…

ନୀଳଗିରି,୨୧।୩(ପ୍ରଶାନ୍ତ ବିଶ୍ୱାଳ):ପ୍ରେମିକାଙ୍କୁ ଗର୍ଭବତୀ ପରେ ପ୍ରତାରଣା। ବିବାହର ମିଛ ପ୍ରତିଶ୍ରୁତି ଦେଇ ବର୍ଷେ ହେଲା ପ୍ରେମିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପ୍ରେମିକା ଗର୍ଭବତୀ ହେବା ପରେ ହାତ ଛାଡ଼ି ଦେଇଥିଲେ ପ୍ରେମିକ। ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ପ୍ରେମିକଙ୍କୁ ଗିରଫ କରିଛି।
ବାଲେଶ୍ୱର ଜିଲା ବରହମପୁର ଥାନା କେଶିପୁର ପଞ୍ଚାୟତ ଅଞ୍ଚଳର ଯୁବତୀ ବର୍ଷେ ହେବ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ବଡ଼ଗୁଡ଼ଗୁଡ଼ିଆ ଗ୍ରାମର ବଦ୍ରିନାଥ କିସ୍କୁଙ୍କୁ ପ୍ରେମ କରିବା ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ମେଡିକାଲ ଚେକ୍‌ଅପ୍‌ରୁ ସେ ୭ ମାସର ଗର୍ଭବତୀ ହୋଇଥିବା ଜଣାପଡିଥିଲା। ପ୍ରେମିକା ଗର୍ଭବତୀ ହେବା ଜାଣି ହାତ ଛାଡ଼ି ଦେଇଥିଲେ ପ୍ରେମିକ। ନ୍ୟାୟ ପାଇଁ ଯୁବତୀ ଜଣକ ଗାଁର ଆଶାକର୍ମୀଙ୍କ ସହଯୋଗ ନେଇ ବରହମ୍‌ପୁର ଥାନାରେ ଗତ ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ଆଇଆଇସି ପ୍ରେମଦା ନାୟକ ଉକ୍ତ ଅଭିଯୋଗକୁ ଆଧାର କରି ବହରମପୁର ଥାନାରେ ଏକ ମାମଲା (ନଂ. ୩୮/୨୬) ରୁଜୁ କରି ଯୁବତୀଙ୍କୁ ପଚରାଉଚରା ଓ ଡାକ୍ତରୀମାଇନା କରି ତଦନ୍ତ ଆରମ୍ଭ କରିଥିଲେ। ଗୁରୁବାର ରାତିରେ ପ୍ରେମିକ ବଦ୍ରିନାଥଙ୍କୁ ବାଲେଶ୍ୱର ଚାନ୍ଦିପୁର ଅଞ୍ଚଳରୁ ବହରମପୁର ଆଇଆଇସି ଗିରଫ କରିଥିଲେ। ଶୁକ୍ରବାର ବଦ୍ରିନାଥଙ୍କୁ ଡାକ୍ତରୀମାଇନା ପରେ କୋର୍ଟଚାଲାଣ କରାଯାଇଛି। ଏପରି ସ୍ଥଳେ ଅନ୍ତଃସତ୍ତ୍ୱା ପ୍ରେମିକା ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଭିଜିଲାନ୍ସ ଜାଲରେ ଆନନ୍ଦପୁର ସମବାୟ ସମିତିର ନିଲମ୍ବିତ ସମ୍ପାଦକ: ୨୧ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ୍

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତର ଆନନ୍ଦପୁର ସେବା ସମବାୟ ସମିତିରେ ହୋଇଥିବା ବ୍ୟାପକ ଦୁର୍ନୀତି ଏବଂ ଅର୍ଥ ହେରଫେର…

ବାଙ୍କୀରେ ୧୬୩ ଧାରା ଉଲ୍ଲଂଘନ: ଭାଜପା-ବିଜେଡି ମୁହାଁମୁହିଁ, ୭ ଦିନିଆ ଚେତାବନୀ: ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ

ବାଙ୍କୀ, ୧୧।୮(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବିଏନ୍‌ଏସ୍‌ର ୧୬୩ ଧାରା ଜାରି ହୋଇଥିବା ସତ୍ତ୍ବେ ଦୁଇ ପ୍ରମୁଖ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା-ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ଶୁଭାରମ୍ଭ, ବିଧାୟକ ଯୋଗଦେଇ…

ଗଞ୍ଜାମ, ୧୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପରିସରରେ ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ତିନିଦିନିଆ ଲକ୍ଷପତି ଦିଦି କର୍ମଶାଳା ଏବଂ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ମଙ୍ଗଳବାର…

ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଘଟିଥିଲା ସବର୍ଣ୍ଣ-ଅସବର୍ଣ୍ଣ ସଂଘର୍ଷ: ବର୍ଷେ ପରେ ୩ ଅଭିଯୁକ୍ତ ଗଲେ ଜେଲ 

ଦିଗପହଣ୍ଡି, ୧୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟଲକ୍ଷ୍ମୀନାରାୟଣପୁର ଗ୍ରାମରେ ଗତ ବର୍ଷ ଘଟିଥିବା ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଉଦ୍ୟମ ମାମଲାରେ…

ଭିଟାମାଟିରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ରେଡକ୍ରସରୁ ସହାୟତା, ଗୃହହୀନ ପରିବାରକୁ ଥଇଥାନ ଦାବି

ଦିଗପହଣ୍ଡି,୧୧।୮(ଅଶେଷ ନାଥ ମିଶ୍ର): ତାମିଲନାଡ଼ୁରେ ଟ୍ରେନରୁ ଖସି ମୃତ୍ୟୁବରଣ କରିଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଦାଦନ ଶ୍ରମିକ ଟୁନା ବେହେରାଙ୍କ ମୃତଦେହ ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri