ଆଉ ନାହାନ୍ତି ମିହିର: ଗଭୀର ଶୋକ ପ୍ରକାଶ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ବରିଷ୍ଠ ଓଲିଉଡ୍‌ ଅଭିନେତା ମିହିର ଦାସ ଆଉ ନାହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ମଙ୍ଗଳବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଛି। ଏହି ଖବର ଜଣାପଡ଼ିବା ପରେ ବହୁ ବିଶିଷ୍ଟ ଲୋକ ଶୋକ ପ୍ରକାଶ କରିଛନ୍ତି।

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗଭୀର ଶୋକ ପ୍ରକଟ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ବନା ଜଣାଇଛନ୍ତି। ଟୁଇଟ୍‌ କରି ରାଜ୍ୟପାଳ କହିଛନ୍ତି, ମିହିର ଜଣେ ଶୀର୍ଷସ୍ତରର କଳାକାର ଭାବେ ନିଜର ଅନନ୍ୟ ଅଭିନୟ କଳା ପାଇଁ ସବୁରି ହୃଦୟରେ ରହିବେ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି କହିଛନ୍ତି, ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ କଳାଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରି ରଖିବ। ତାଙ୍କ ବିୟୋଗ ଓଡ଼ିଆ କଳାକାରଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଥିବା ସେ କହିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ ମିହିର। ପିଲାଦିନରୁ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା। ସେ ପ୍ରଥମେ ଆର୍ଟ ଫିଲ୍ମ‘ସ୍କୁଲ ମାଷ୍ଟର’ରେ ଅଭିନୟ କରିଥିଲେ। ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେହି ଫିଲ୍ମ ତାଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। ଲକ୍ଷ୍ମୀ ପ୍ରତିମା’ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଠିକ ସେହିପରି ଶ୍ରେଷ୍ଠ ସହ କଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ପ୍ରେମ ଅଢେଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଏହାଛଡ଼ା ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ରେ ‘ମୁଁ ତତେ ଲଭ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢୁଛି ସଂକ୍ରମଣ, ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର,୯।୯(ବ୍ୟୁରୋ) ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ହଜାରେ ତଳକୁ ରହୁଥିବା ବେଳେ, ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଛି। ଦୈନିକ ଶହେରୁ ଊର୍ଦ୍ଧ୍ୱ ଶିଶୁ ଓ...

ସାକ୍ଷୀଗୋପାଳ, କାଳୁପଡ଼ା ଘାଟରେ ଅଟକିବ ୩ ଟ୍ରେନ୍‌

ପୁରୀ ଅଫିସ,୨୫ା୫: ପୁରୀ ଚାରିଧାମ ମଧ୍ୟରେ ଅନ୍ୟତମ ପ୍ରମୁଖ ଧାମ। ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଖପାଖ...

ଗୋଳନ୍ଥରା ହାଜତ ମୃତ୍ୟୁ ମାମଲା: ଗୃହ ସଚିବ, ଏସ୍‌ପି, ଆଇଆଇସିଙ୍କୁ ନୋଟିସ

କଟକ ଅଫିସ,୨୨ା୧୧: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ, ଗଞ୍ଜାମ ଏସ୍‌ପି ଓ ଗୋଳନ୍ଥରା ଥାନା...

ଚିକିଟି ଏନ୍‌ଏସିର ୫ ଓ୍ବାର୍ଡ କଣ୍ଟେନ୍‌ମେଣ୍ଟ ଜୋନ୍‌

ଚିକିଟି,୨୪ା୬(ଡି.ଏନ.ଏ.)- ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ୫ ଓ୍ବାର୍ଡକୁ ମଙ୍ଗଳବାର ଜିଲା ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ୧୨ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିର...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୬ ଜୀବନ

ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟରେ ପୁଣି ଥରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି...

ରାଜ୍ୟରେ ଚିହ୍ନଟ ହେଲେ ୪୮୪୩ ଆକ୍ରାନ୍ତ, ଅଛନ୍ତି ୬୬୩ ପିଲା

ଭୁବନେଶ୍ୱର,୩୦।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮୧୫ କ୍ୱାରାଣ୍ଟାଇନରୁ ଥିବା ବେଳେ ୨୦୨୮ ଲୋକାଲ...

୩ ବର୍ଷରେ ୨୪୫ ହାତୀ ମୃତ

ଭୁବନେଶ୍ୱର,୧ା୩(ବ୍ୟୁରୋ): ଗତ ୩ ବର୍ଷ(୨୦୧୯-୨୦ରୁ ୨୦୨୧-୨୨) ମଧ୍ୟରେ ରାଜ୍ୟରେ ୨୪୫ ହାତୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ୬ଟି ହାତୀ ଶିକାରୀ ଗୁଳିରେ ପ୍ରାଣ ହରାଇଛନ୍ତି।...

ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ଅଡୁଆ ପରିସ୍ଥିତି:କାର୍ଯ୍ୟକାରୀ ହେଲାନି ହାଇକୋର୍ଟ ଆଦେଶ

କଟକ ଅଫିସ,୧୬।୭: ସାତକୋଶିଆ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ପୁଣି ଥରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ୨୦୧୩ ଜାନୁୟାରୀ ୨୧ରେ ସାତକୋଶିଆ ବ୍ୟାଘ୍ର...

Advertisement
Archives

Model This Week