ଲାଞ୍ଚ ଟଙ୍କାରେ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର ଦେଲେ

ଭୁବନେଶ୍ୱର,୧୬।୧୦(ସତ୍ୟଜିତ୍‌ ରାଉତ): ଜାହାଜ କର୍ମଚାରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ସିବିଆଇ ଦ୍ୱାରା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ (ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ ଗିରଫ ହୋଇଥିଲେ।  ବର୍ତ୍ତମାନ ତାଙ୍କ ବହୁ ଗୁମର ଫିଟିବାରେ ଲାଗିଛି। ସୋମବାର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ରାଜେନ୍ଦ୍ର ଜେଲ ଯାଇଛନ୍ତି। ତେବେ ଏହି ରିମାଣ୍ଡ ଅବଧି ସମୟରେ ଡାକ୍ତରଙ୍କ ବିପୁଳ ସମ୍ପତ୍ତି ବିଷୟରେ ସିବିଆଇ ତଥ୍ୟ ପାଇଛି। ଲାଞ୍ଚ ଟଙ୍କାରେ ରାଜେନ୍ଦ୍ର ଭୁବନେଶ୍ୱର ନୟାପଲ୍ଲୀରେ ଏକ ଫ୍ଲାଟ୍‌ କିଣି ମା’ଙ୍କୁ ଉପହାର ଦେଇଥିଲେ ବୋଲି ସିବିଆଇ ଜାଣିବାକୁ ପାଇଛି। ଜଣେ ବିଲ୍ଡରଙ୍କଠାରୁ ୮୦ ଲକ୍ଷ ଟଙ୍କାରେ ସେ ଏହି ୩ ବିଏଚ୍‌କେ ଫ୍ଲାଟ୍‌ କିଣିଥିଲେ। ତେଣୁ ଉକ୍ତ ବିଲ୍ଡରଙ୍କୁ ସିବିଆଇ ଖୁବ୍‌ଶୀଘ୍ର ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି।
ସେହିପରି ଅଭିଯୁକ୍ତ ରାଜେନ୍ଦ୍ର ଲାଞ୍ଚ ଟଙ୍କା ସମ୍ପର୍କୀୟ ଲୋକଙ୍କୁ ଦେଇଥିବା ସିବିଆଇ ପାଖରେ ମାନିଛନ୍ତି। ଏପରିକି ସେମାନଙ୍କ ତାଲିକା ମଧ୍ୟ ସେ ଦେଇଛନ୍ତି। ଏହି ଦିଗକୁ ନେଇ ରାଜେନ୍ଦ୍ରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ପର୍ଯ୍ୟାୟକ୍ରମେ କାର୍ଯ୍ୟାଳୟକୁ ଡାକି ଜେରା କରିବ ବୋଲି ମଧ୍ୟ ଜଣାପଡ଼ିଛି। ଦ୍ୱିତୀୟ ପର୍ଯ୍ୟାୟରେ ୩ ଦିନର ରିମାଣ୍ଡ ଅବଧି ମଙ୍ଗଳବାର ସରିବାକୁଥିବା ବେଳେ ଗୋଟିଏ ଦିନ ପୂର୍ବରୁ ସିବିଆଇ ସ୍ବତନ୍ତ୍ର କୋର୍ଟରେ ରାଜେନ୍ଦ୍ରଙ୍କୁ ହାଜର କରାଯାଇଥିଲା। ରାଜେନ୍ଦ୍ରଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ। ତେବେ ଏହାର ଶୁଣାଣି ମଙ୍ଗଳବାର ହେବ ବୋଲି କୋର୍ଟ ଧାର୍ଯ୍ୟ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ପାରାଦୀପ ବନ୍ଦର ସହ କାରବାର କରୁଥିବା ଶିପିଂ କମ୍ପାନୀର କର୍ମଚାରୀଙ୍କ
ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଦେବାକୁ ଟଙ୍କା ଦାବି କରୁଥିଲେ ରାଜେନ୍ଦ୍ର। ଏମିନେନ୍ସ ଶିପିଂ ନାମକ କମ୍ପାନୀର କର୍ମଚାରୀ ଆଲୋକ ରାଉତଙ୍କୁ ଏହି ରିପୋର୍ଟ ପାଇଁ ରାଜେନ୍ଦ୍ର ୭୦ ହଜାର ଟଙ୍କା ମାଗିଥିଲେ। ଏନେଇ ଆଲୋକ ସିବିଆଇ ନିକଟରେ ଅଭିଯୋଗ କରିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri