ଯୁକ୍ତ ୨ କଲେଜ ଟପ୍ପରଙ୍କୁ ସମ୍ବର୍ଦ୍ଧନା: ଅଧ୍ୟାପକଙ୍କୁ ମନେପକାଇ 

ଭଞ୍ଜନଗର,୧୯।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଚଳିତ ବର୍ଷ ଯୁକ୍ତ ୨ କଳା, ବାଣିଜ୍ୟ ଏବଂ ବିଜ୍ଞାନ କଲେଜ ଟପ୍ପରଙ୍କୁ ବୁଧବାର ସମ୍ବର୍ଦ୍ଧିତ କରାଯାଇଛି। ସେମାନେ ହେଲେ କଳାରେ ଆଶିଷ  କୁମାର  ସାହୁ,  ବାଣିଜ୍ୟରେ  କେ ଚନ୍ଦନ  ସୁବୁଦ୍ଧି  ଏବଂ ବିଜ୍ଞାନ ରେ ସୌମ୍ୟ ପାଢ଼ୀ ।
 ଏ ନେଇ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଅଧ୍ୟକ୍ଷତା କରି ୧୯୬୦ରେ ସ୍ଥାପିତ ହୋଇଥିବା ଉକ୍ତ କଲେଜର ଗୌରବମୟ ଇତିହାସ ସମ୍ପର୍କରେ କହିଥିଲେ। ଚଳିତ ବର୍ଷ ଯୁକ୍ତ ପରୀକ୍ଷା ଫଳ ଭଲ ହୋଇଛି। ବିଭାଗୀୟ ଅଧ୍ୟାପିକା, ଅଧ୍ୟାପକଙ୍କ କଠିନ ପରିଶ୍ରମ ପାଇଁ ଏହି ସଫଳତା ମିଳିପାରିଛି। ଆଗାମୀ ଦିନରେ ମଧ୍ୟ ଏହି ସଫଳତା କିଭଳି ବଜାୟ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅଧ୍ୟକ୍ଷ ଉପସ୍ଥିତ ଅଧ୍ୟାପିକା, ଅଧ୍ୟାପକଙ୍କୁ ଆହ୍ବାନ କରିଥିଲେ।
ପ୍ରଶାସନିକ ଅଧିକାରୀ ବିଭାସ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯେ କୌଣସି ସଫଳତା ପାଇବାକୁ ହେଲେ ସମସ୍ତଙ୍କ ସହଯୋଗ ଲୋଡ଼ା ବୋଲି କହିଥିଲେ। ସମସ୍ତଙ୍କ ସହଯୋଗ ବିନା ଜଣେ ଆଗକୁ ଅନୁଷ୍ଠାନ ନେବା ସମ୍ଭବପର ନୁହେଁ। ତେଣୁ ଅଧ୍ୟାପିକା, ଅଧ୍ୟାପକ, ଛାତ୍ରୀଛାତ୍ର ଏବଂ ଅଭିଭାବକ ମଧ୍ୟରେ ସମନ୍ବୟ ରକ୍ଷାକରି ଅନୁଷ୍ଠାନ ଆଗକୁ ନେବାକୁ ଦାସ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏଥିସହ କୃତୀ ଟପ୍ପର ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଟପ୍ପର ହୋଇଥିବା ଆମ ମହାବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ମଧ୍ୟ ଆଗାମୀ ସଭାରେ ସମ୍ବର୍ଦ୍ଧିତ କରାଯିବ ବୋଲି କହିଥିଲେ। ସେମାନେ ହେଲେ ଇତିହାସର ବିଶ୍ୱବିଦ୍ୟାଳୟ ଟପ୍ପର ସାଗର ପ୍ରଧାନ, ସାମ୍ବାଦିକତା ଓ ଗଣ ଯୋଗାଯୋଗର ବିଶବିଦ୍ୟାଳୟ ଟପ୍ପର ପ୍ରିତିପନ୍ନା ବେହେରା ଓ ଅର୍ଥନୀତିରେ ଦଶମ ସ୍ଥାନରେ ଥିବା ଅଶ୍ୱିନୀ କୁମାର ମହାପାତ୍ର । ଅନ୍ୟମାନଙ୍କ ମଧ୍ୟରେ ସୈଖିକ ପରିଷଦର ସମ୍ପାଦକ ହରପ୍ରସାଦ ଶତପଥୀ, ଅଧ୍ୟାପକ ସୁନିଲ ଦାସ, ଦୁର୍ଗା ପ୍ରସାଦ ସାହୁ, ବିଜୟ କୁମାର ମଲ୍ଲିକ, ଦିଗନ୍ତ ଜେନା, ରମାକାନ୍ତ ସାହୁ, ରାଜେଶ ପଣ୍ଡିତ, ଅଧ୍ୟାପିକା ଅନିତା ମହାପାତ୍ର, ଶେଫାଳି ପଟ୍ଟନାୟକ, ପିଅନ ପ୍ରଶାନ୍ତ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି କୃତୀଛାତ୍ର ମାନକୁ ଉତ୍ସାହିତ କରିଥିଲେ। ସହ ସମ୍ପାଦକ ଅମିୟ ରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।
ପୁର୍ବରୁ  ଉକ୍ତ ମହାବିଦ୍ୟାଳୟର ଯୁକ୍ତ ୨ ଧନ୍ଦାମୂଳକ ଶିକ୍ଷାନୁଷ୍ଠାନର କନିଷ୍ଠ ଅଧ୍ୟାପକ ସୁରେଶ କୁମାର ପଣ୍ଡାଙ୍କ (୪୯) ବିୟୋଗରେ ମଧ୍ୟ ଏକ ଶୋକସଭା ହୋଇଥିଲା। ଏଥିରେ ଅଧକ୍ଷ ଦାସ ସଭାପତିତ୍ୱ କରିଥିଲେ। ସ୍ବର୍ଗତ ପଣ୍ଡା କାଶୀନଗରରୁ ଏଠାକୁ ୩ ବର୍ଷପୂର୍ବେ ବଦଳି ହୋଇ ଆସିଥିଲେ। ବିଗତ କିଛିଦିନ ହେବ ସେ ଅସୁସ୍ଥ ହୋଇ ମଝିରେ ମଝିରେ ଚିକିତ୍ସିତ ହେଉଥିଲେ। ବୁଧବାର ତାଙ୍କର ବ୍ରହ୍ମପୁରସ୍ଥିତ ବାସଭବନରେ ପରଲୋକ ହୋଇଛି। ତାଙ୍କର ଅକାଳ ବିୟୋଗରେ ବିଭାଗୀୟ ଅଧ୍ୟାପକ ଆର୍‌ ହରିଶ, ଅଧକ୍ଷ ଦାସ, ଡ ରବିନ୍ଦ୍ର ମିଶ୍ର, ହରିଶ ଭଟର, ଦାମୋଦର ରଥ, ବିଦେଶୀ ରାଉତ, ସୀମାଞ୍ଚଳ ବେହେରା, ବିଭୂତି ଗୌଡ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ, ସୁନିତା ରାଣୀ ଖଣ୍ଡୁଆଳ,ସ୍ମରଣିକା ପାଢ଼ୀ, ସସ୍ମିତା ଦାସ
ସମେତ ସମସ୍ତ କର୍ମଚାରୀ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri