Posted inଖେଳ

ସଚିନଙ୍କୁ ରୋକିଥିଲା ପୋଲିସ୍‌: ପଛରେ ରହିଛି ଏମିତି କାରଣ

ଲିଡ୍ସ,୧୯।୬: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ଜୁନ ୨୦ରୁ ଲିଡ୍ସର ହେଡିଙ୍ଗଲି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ ସଚିନ ତେନ୍ଦୁଲକର ଏକ ବଡ଼ ଗୁମର ଖୋଲିଛନ୍ତି। ତାଙ୍କୁ ଲିଡ୍ସ ଯାଉଥିବା ସମୟରେ ପୋଲିସ ଧରି ପଚରାଉଚରା କରିଥିଲା।
ଭାରତୀୟ କ୍ରିକେଟ ଦଳ ଲିଡ୍ସରେ ୭ଟି ଟେଷ୍ଟ ଖେଳିଛି, ଯେଉଁଥିରୁ ୪ଟି ହାରିଛି ଏବଂ ୨ଟି ଜିତିଛି। ଗୋଟିଏ ମ୍ୟାଚ୍‌ରୁ ଫଳାଫଳ ଆସିନି। ଲିଡ୍ସ ସହିତ ଜଡିତ ଏହି କାହାଣୀ ସଚିନ ନିଜେ ବଖାରିଛନ୍ତି, ଯାହା ବର୍ତ୍ତମାନର ନୁହେଁ ବରଂ ବହୁ ବର୍ଷ ପୂର୍ବର। ବର୍ତ୍ତମାନ ଭାରତୀୟ ଦଳରେ ସାମିଲ ଥିବା ଖେଳାଳିମାନଙ୍କ ମଧ୍ୟରୁ କେହି ଜନ୍ମ ହୋଇ ନ ଥିବେ, ଏହା ସେହି ସମୟର କାହାଣୀ।
ସଚିନ ଏକ ଭିଡିଓରେ ଏହି ମଜାଦାର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ, ୧୯୯୨ରେ ଯେତେବେଳେ ସେ ୟର୍କସାୟାର କ୍ଲବର ଅଂଶ ଥିଲେ, ସେ ଏକ ମ୍ୟାଚ ଖେଳିବା ପାଇଁ ନ୍ୟୁକାସଲ ଯାଇଥିଲେ। ମ୍ୟାଚ ପରେ, ସେ ରାତିରେ ନ୍ୟୁକାସଲରୁ ଲିଡ୍ସ ଫେରୁଥିଲେ, ତାଙ୍କ ସାଥୀ ଜତୀନ ପରାଞ୍ଜପେ ମଧ୍ୟ ତାଙ୍କ ସହିତ ଥିଲେ। ସଚିନ ସେହି ସମୟରେ ୟର୍କସାୟାର କ୍ଲବ ଦ୍ୱାରା ଦିଆଯାଇଥିବା ଏକ କାରରେ ଆସୁଥିଲେ।

ସେତେବେଳେ ଅନେକ ସ୍ଥାନରେ ରାସ୍ତା କାମ ଚାଲିଥିଲା। ରାତି ବହୁତ ହୋଇଯାଇଥିଲା, ତେଣୁ ସେ ଆଗକୁ ଯାଉଥିବା ପୋଲିସ ଗାଡ଼ିକୁ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦ୍ୱାରା କୌଣସି ଅସୁବିଧା ନ ହୁଏ। କିନ୍ତୁ କିଛି ସମୟ ପରେ, ପୋଲିସ ତାଙ୍କୁ ହାତ ଦାରା ସଙ୍କେତ ଦେଇଥିଲେ, ଯାହାକୁ ସଚିନ ବୁଝି ନ ପାରି ହେଡଲାଇଟ ମାରିଥିଲେ।
ସଚିନ ଆହୁରି କହିଥିଲେ ଯେ, ଏହା ପରେ, ପୋଲିସ ତାଙ୍କୁ ଅଟକିବାକୁ କହିଥିଲା, ତେଣୁ ସେ କାରକୁ ସାଇଡରେ ରଖିଥିଲେ। ପରେ ପୋଲିସ ତାଙ୍କୁ କହିଥିଲା ଯେ, ଗାଡିର ଗତି ଘଣ୍ଟା ପ୍ରତି ୫୦ ମାଇଲ ଏବଂ ତୁମେ ଘଣ୍ଟା ପ୍ରତି ୬୦ ମାଇଲ ବେଗରେ ଗାଡି ଚଲାଉଛ। ସଚିନ ବୁଝିପାରିଲେ ଯେ ପୋଲିସ ଗାଡ଼ି ମଧ୍ୟ ଦ୍ରୁତ ଗତିରେ ଚାଲୁଛି, ଯାହା ଯୋଗୁ ସେ ମଧ୍ୟ ଏହି ଭୁଲ କରିଥିଲେ।

ସଚିନ ପୋଲିସ ଅଧିକାରୀଙ୍କୁ ଏହା ବୁଝାଇଲେ ଏବଂ କହିଲେ ଯେ ସେ ଏହି ଭୁଲ କାହିଁକି କରିଛନ୍ତି। ଯେତେବେଳେ ପୋଲିସ ସଚିନଙ୍କ କାରରେ ୟର୍କସାୟାର ଲୋଗୋ ଦେଖିଲା, ସେମାନେ ପଚାରିଲେ ଏବଂ ସଚିନ କହିଲେ ଯେ କ୍ଲବ ତାଙ୍କୁ ଏହି କାର ଦେଇଛି। ପୋଲିସ ତାଙ୍କୁ ପଚାରିଲା ଯେ ସେ ୟର୍କସାୟାର କ୍ରିକେଟ କ୍ଲବର ପ୍ରଥମ ବିଦେଶୀ ଖେଳାଳି କି? ସଚିନ ହଁ କହିଲେ, ପୋଲିସ ତାଙ୍କୁ ଚେତାବନୀ ଦେଇ ଛାଡିଦେଲା।

 


Enter your email to get our daily news in your inbox.

All Right Reserved By Dharitri.Com

ମୁକୁଳା ଡ୍ରେନ୍‌ରେ ପଡ଼ିଛି ଗାଈ

ଗଞ୍ଜାମ, ୬ ।୧୦ (ବିଦ୍ୟାଧର ସାହୁ): ବିଳମ୍ବିତ ରାତିରେ ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ଏକ ମୁକୁଳା ଡ୍ରେନରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ରାସ୍ତା ଦେଇ…

କେତୁଙ୍କ ଗୋଚରରେ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନଯୋଗ ସହ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ବକ୍ରି ବା ଓଲଟା ଚଳନ କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପାଦରୁ ପ୍ରଥମ ପାଦକୁ ଗୋଚର କରିବାକୁ ଯାଉଛନ୍ତି। କେତୁଙ୍କର…

ଆଶା ଦିଦିଙ୍କ ପାଇଁ ଖୁସି ଖବର; ମାସିକ ପ୍ରୋତ୍ସାହନ ରାଶି ୬ ହଜାରକୁ ବୃଦ୍ଧି, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୬।୧୦: ଆଶା କର୍ମୀଙ୍କ ପାଇଁ ଖୁସି ଖବର। ମୁଖ୍ୟମନ୍ତ୍ରୀ ଆଶା ଦିଦିମାନଙ୍କ ନିଷ୍ଠା ଓ ଦିନରାତିର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ସେମାନଙ୍କ ମାସିକ ପ୍ରୋତ୍ସାହନ ରାଶିକୁ…

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?