Posted inଜାତୀୟ

ରାଜୀବ ହତ୍ୟା ମାମଲା: ନଳିନୀ, ରବିଚନ୍ଦ୍ରନଙ୍କ ଆବେଦନ ଖାରଜ

ଚେନ୍ନାଇ,୧୭।୬: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲରୁ ମୁକ୍ତି ପାଇଁ ନଳିନୀ ଶ୍ରୀହରନ ଏବଂ ରବିଚନ୍ଦ୍ରନ କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ରାଜ୍ୟପାଳଙ୍କ ସ୍ବୀକୃତି ବିନା ସେମାନଙ୍କୁ ଜେଲରୁ ଖଲାସ ଲାଗି ନିର୍ଦ୍ଦେଶ ଦେବାକୁ ଦୁଇ ଅପରାଧୀ ଆବେଦନ କରିଥିଲେ। ସମ୍ବିଧାନର ଅନୁଚ୍ଛେଦ ୨୨୬ରେ ସୁପ୍ରିମକୋର୍ଟଙ୍କୁ ମିଳିଥିବା ସ୍ବତନ୍ତ୍ର କ୍ଷମତା ହାଇକୋର୍ଟ ପାଖରେ ନାହିଁ ବୋଲି ମୁଖ୍ୟ ବିଚାରପତି ଏମ୍‌.ଏନ୍‌. ଭଣ୍ଡାରୀ ଓ ଜଷ୍ଟିସ ଏନ୍‌ ମାଳାଙ୍କ ଖଣ୍ଡପୀଠ ଦର୍ଶାଇଛନ୍ତି। ଅନ୍ୟତମ ଅପରାଧୀ ଏ.ଜି. ପେରାରିଭାଲାନଙ୍କୁ ମୁକ୍ତ କରିବା ଲାଗି ଗତମାସ ୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ସମ୍ବିଧାନର ଅନୁଚ୍ଛେଦ ୧୪୨ରେ ସର୍ବୋଚ୍ଚ ଅଦାଲତକୁ କ୍ଷମତା ମିଳିଛି। ସେହି ମାନଦଣ୍ଡ ହାଇକୋର୍ଟଙ୍କ କ୍ଷେତ୍ରରେ ଲାଗୁ ହୋଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ତାମିଲନାଡୁର ଏଆଇଏଡିଏମ୍‌କେ କ୍ୟାବିନେଟ ୨୦୧୮ ସେପ୍ଟେମ୍ବରରେ ସମସ୍ତ ୭ ଅଭିଯୁକ୍ତଙ୍କୁ ଜେଲରୁ ମୁକ୍ତ କରିଦେବାକୁ ସୁପାରିସ କରିଥିଲେ। ଏହି ସୁପାରିସକୁ ତତ୍କାଳୀନ ରାଜ୍ୟପାଳ ବନଓ୍ବରିଲାଲ୍‌ ପୁରୋହିତଙ୍କ ନିକଟକୁ ପଠାଯାଇଥିଲା। ରାଜ୍ୟପାଳ କୌଣସି ପଦକ୍ଷେପ ନ ନେବାରୁ ଅଭିଯୁକ୍ତମାନେ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେମାନଙ୍କ ଆବେଦନ ଖାରଜ ହୋଇଯିବା ପରେ ରାଜ୍ୟପାଳଙ୍କ ବିନା ସହମତିରେ ସେମାନଙ୍କୁ ମୁକ୍ତ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ସେମାନେ ପୁନର୍ବାର ରିଟ୍‌ ପିଟିଶନ ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୋରୁମ୍‌ରେ ଚାଷୀଙ୍କୁ କହିଲେ ‘ପାଖରେ ୧୦ ଟଙ୍କା ନାହିଁ, ଗାଡ଼ି କିଣିବାକୁ ଆସିଛ’, ତା’ ପରେ

ବାଙ୍ଗାଲୋର,୨୪।୧: ବୋଲେରୋ ପିକ୍‌ ଅପ୍‌ ଟ୍ରକ କିଣିବାକୁ ଶୋରୁମ୍‌ ଆସିଥିବା ଜଣେ ଚାଷୀଙ୍କୁ ଅପମାନ ଦେଇଥିଲେ ଜଣେ ସେଲ୍ସମ୍ୟାନ। ଉତ୍ତ୍ୟକ୍ତ ହୋଇ ଚାଷୀ ଘଣ୍ଟାକ ମଧ୍ୟରେ...

ଆଦିତ୍ୟଙ୍କୁ ମିଳିପାରେ ମନ୍ତ୍ରୀପଦ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଆଉ କିଛି ସମୟ ପରେ କରାଯିବ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀପଦ ମିଳିପାରେ...

୧୫ ଦିନରେ ନୂଆ ନିୟମ ଅନୁପାଳନ ବିବରଣୀ ଦିଅ

ନୂଆଦିଲ୍ଲୀ, ୨୮।୫:କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ଫେବୃୟାରୀରେ ଜାରି ହୋଇଥିବା ନୂଆ ଡିଜିଟାଲ ମିଡିଆ ନିୟମାବଳୀ କେତେଦୂର କାର୍ଯ୍ୟକାରୀ ହୋଇଛି ୧୫ ଦିନ ମଧ୍ୟରେ ତା’ର...

ତଲାକ୍‌କୁ ରୋକା ଯାଇ ପାରିବ ନାହିଁ, କହିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌, ୨୫।୮ : କେରଳ ହାଇକୋର୍ଟଙ୍କ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାରେ ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା...

ଲକ୍‌ଡାଉନ ୩.୦: ମହାରାଷ୍ଟ୍ରର ୫ଟି ଜିଲାରେ ଖୋଲିବନି ମଦ ଦୋକାନ

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଚାଲିଛି। କରୋନାକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଜାରି କରିଛନ୍ତି।...

ପରଲୋକରେ ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ କାଦ୍ରୀ ଗୋପାଳନାଥ

ମାଙ୍ଗାଲୁର,୧୧।୧୦: ପ୍ରସିଦ୍ଧ ସାକ୍ସୋଫୋନିଷ୍ଟ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା କାଦ୍ରୀ ଗୋପାଳନାଥଙ୍କ ଶୁକ୍ରବାର ସକାଳେ କର୍ନାଟକ ମାଙ୍ଗାଲୁରରେ ଏକ ଘରୋଇ ହସ୍ପିଟାଲରେ ନିଧନ ହୋଇଛି। ଦୀର୍ଘ...

ଘରଭଡ଼ା ଦେଇ ନ ପାରିବା ଦଣ୍ଡନୀୟ ଅପରାଧ ନୁହେଁ…

ନୂଆଦିଲ୍ଲୀ, ୧୫।୩ : ଘରଭଡ଼ା ଦେଇ ନପାରିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏକ ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ...

ଭାରତ-ବାଲାଂଦେଶ ସୀମାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୩।୬:ଭାରତ-ବାଲାଂଦେଶ ସୀମାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୭.୧୦ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ...

Advertisement
Archives

Model This Week