Posted inଜାତୀୟ

ପ୍ରେମିକାଙ୍କୁ ବିବାହ କରିବା ପାଇଁ ହତ୍ୟାକାରୀଙ୍କୁୁ ହାଇକୋର୍ଟଙ୍କ ୧୫ ଦିନିଆ ପାରୋଲ…

ବେଙ୍ଗାଲୁରୁ,୪।୪ : କର୍ନାଟକ ହାଇକୋର୍ଟ ଜଣେ ହତ୍ୟାକାରୀଙ୍କୁ ୧୫ ଦିନ ପାଇଁ ପାରୋଲରେ ମୁକ୍ତ କରିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦ୍ୱାରା ସେ ତାଙ୍କ ପ୍ରେମିକାଙ୍କୁ ବିବାହ କରିପାରିବେ। ହତ୍ୟା ମାମଲାରେ ଦୋଷୀ ଆନନ୍ଦଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ମା ଏବଂ ପ୍ରେମିକା କୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲେ। ଏହି ଆବେଦନରେ କୁହାଯାଇଥିଲା ଯେ ପ୍ରେମିକା ଜଣକ ବାଧ୍ୟ ହୋଇ ଅନ୍ୟ କାହାକୁ ବିବାହ କରିବେ, ତେଣୁ ଆନନ୍ଦଙ୍କୁ ପାରୋଲ ଦିଆଯିବା ଉଚିତ ଯାହା ଦ୍ୱାରା ସେ ତାଙ୍କୁ ବିବାହ କରିପାରିବେ। ତେବେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର କୋର୍ଟଙ୍କୁ କହିଥିଲେ ବିବାହ ପାଇଁ ପାରୋଲ ଅନୁମତି ଦେବାର କୌଣସି ବ୍ୟବସ୍ଥା ନାହିଁ। ଯଦି ବିବାହ ଅନ୍ୟ ଜଣଙ୍କର ହେଉଥାଏ ଏବଂ କାରାଦଣ୍ଡରେ ଦଣ୍ଡିତ ବ୍ୟକ୍ତି ଉପସ୍ଥିତ ରହିବାକୁ ଚାହାଁନ୍ତି, ତେବେ ଏହା ଏକ ଭିନ୍ନ କଥା ହୋଇଥାନ୍ତା।

କୋର୍ଟ କହିଛନ୍ତି, ଅତିରିକ୍ତ ସରକାରୀ ଓକିଲଙ୍କ ଅନୁଯାୟୀ, ଏହି ବ୍ୟକ୍ତି ଜେଲ ନିୟମର ଧାରା ୬୩୬ ଅନୁଯାୟୀ ପାରୋଲର ଅଧିକାର ପାଇପାରିବେ ନାହିଁ। ଜେଲ ମାନୁଆଲର ଧାରା ୬୩୬ ର ଉପ-ଧାରା ୧୨ ଅନ୍ୟାନ୍ୟ ବ୍ୟତିକ୍ରମ ପରିସ୍ଥିତିରେ ପାରୋଲ ପ୍ରଦାନ କରିବାକୁ ଅନୁଷ୍ଠାନର ମୁଖ୍ୟଙ୍କୁ କ୍ଷମତା ପ୍ରଦାନ କରିଥାଏ। ସେଥିପାଇଁ ଏହାକୁ ଏକ ଅସାଧାରଣ ପରିସ୍ଥିତି ବୋଲି ବିବେଚନା କରୁଥିବା ବ୍ୟକ୍ତିଙ୍କୁ ପାରୋଲ ଦେବାକୁ କୋର୍ଟ କହିଛନ୍ତି। ଆନନ୍ଦଙ୍କ ମା ରତ୍ନାମ ଏବଂ ପ୍ରେମିକା ନୀତା ଜି. ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନୀତା ପିଟିଶନରେ କହିଥିଲେ ଯେ ତାଙ୍କ୍‌ ବିବାହ ଅନ୍ୟ କାହା ସହିତ ହୋଇଯିବ। ତେଣୁ ବିବାହ କରିବା ପାଇଁ ଆନନ୍ଦଙ୍କୁ ପାରୋଲ ଦିଆଯାଉ।

ସେ ଗତ ନଅ ବର୍ଷ ଧରି ଆନନ୍ଦଙ୍କ ପ୍ରେମରେ ଅଛନ୍ତି ବୋଲି ଆବେଦନରେ କୁହାଯାଇଛି। ଏହି ହତ୍ୟାକାଣ୍ଡ ପାଇଁ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଯାହା ପରେ ୧୦ ବର୍ଷକୁ ହ୍ରାସ କରାଯାଇଥିଲା। ସେ ଦଣ୍ଡାଦେଶର ୬ ବର୍ଷ ପୂରଣ କରିସାରିଛନ୍ତି। ଜେଲର ଡେପୁଟି ଇନ୍ସପେକ୍ଟର ଜେନେରାଲ ତଥା ପାରାପାନା ଆଗ୍ରାହାରା କେନ୍ଦ୍ରୀୟ ଜେଲର ମୁଖ୍ୟ ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀଙ୍କ ଆବେଦନକୁ ବିଚାର କରନ୍ତୁ। ଆନନ୍ଦଙ୍କୁ ପାରୋଲରେ ୫ ଏପ୍ରିଲ ୨୦୨୩ ରୁ ୨୦ଏପ୍ରିଲ ୨୦୨୩ ସା ପର୍ଯ୍ୟନ୍ତ ମୁକ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri