Posted inଜାତୀୟ

ଆଜମ ଖାନଙ୍କୁ ୩ ବର୍ଷ ଜେଲ୍‌

ଲକ୍ଷ୍ନୌ,୨୭।୧୦: ସମାଜବାଦି ପାର୍ଟିର ବରିଷ୍ଠ ନେତା ତଥା ରାମପୁରର ବିଧାୟକ ଆଜମ ଖାନଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କୋର୍ଟ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ତାଙ୍କୁ ୨୫ ହଜାର ଜୋରିମାନା ମଧ୍ୟ କରାଯାଇଛି। ତାଙ୍କ ବିଧାନସଭାର ସଦସ୍ୟତା ପଦ ଯିବା ସମ୍ଭାବନା ସୃଷ୍ଟି ହୋଇଛି। ଦୀର୍ଘ ୧.୩୦ ଘଣ୍ଟାର ବିତର୍କ ପରେ କୋର୍ଟ ଏହି ରାୟ ଦେଇଛନ୍ତି। ଆଜମ ଖାନ ରାମପୁରର ୧୦ଥର ବିଧାୟକ ଏବଂ ଏସପିର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଜଣେ।
ସୂଚନାଯୋଗ୍ୟ, ୨୦୧୯ ଲୋକ ସଭା ନିର୍ବାଚନ ସମୟରେ ଆଜମ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ। ୨୭ ଜୁଲାଇ ୨୦୧୯ରେ ଭାଜପା ନେତା ଆକାଶ ସକ୍ସେନା ଆଜମଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଅଭିଯୋଗ ହୋଇଛି ଯେ, ରାମପୁରର ମିଲାକ ବିଧାନସଭା ଆସନରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବାବେଳେ ଆଜମ ମୁଖ୍ୟମନ୍ତ୍ରୀ ଯୋଗୀ, ପ୍ରଧାନମନ୍ତ୍ରୀ ମୋଦି ଏବଂ ତତ୍କାଳୀନ ଡିଏମ ବିଷୟରେ ଆପତ୍ତିଜନକ ଭାଷା ବ୍ୟବହାର କରିଥିଲେ। ୩ ବର୍ଷ ପରେ ଆଜମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଦଣ୍ଡ ଘୋଷଣା କରିଥିଲେ।
ଦଣ୍ଡ ଘୋଷଣା ପୂର୍ବରୁ କୋର୍ଟ ପରିସରରେ ସୁରକ୍ଷା ବୃଦ୍ଧି କରାଯାଇଥିଲା। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ଏବଂ କୋର୍ଟ କମ୍ପ୍ଲେକ୍ସ ଫାଟକ ନିକଟରେ ପୋଲିସ କର୍ମଚାରୀମାନେ ହାଇ ଆଲର୍ଟରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

କାନ୍ଥରୁ ଲିଭିନି ‘ଶୁଭ ବିବାହ: ଭାଇ ହାତରେ ରାଖୀ ବାନ୍ଧିବାକୁ ଚାହିଁ ରହିଥିଲା ଭଉଣୀ , ହେଲେ ବିଧିର ବିଧାନ କିଛି ଅଲଗା ଫେରୁଛି ଶବ

ଖଲ୍ଲିକୋଟ, ୨୩/୮ (ପ୍ରଶାନ୍ତ କୁମାର ମିଶ୍ର/ବିଦ୍ୟାଧର ସାହୁ): ଗଞ୍ଜାମରେ ସରୁନି ଦାଦନ ଦୁଃଖ। ଭଉଣୀ ହାତରେ ରହିଗଲା ରାଖୀ, ଦୁବାଇରୁ ଆସିଲା ଭାଇଙ୍କ ମୃତଦେହ। ସରକାର ବଦଳୁଛି,…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri