Posted inଗଜପତି

କେଶରିଗୁଡ଼ା ରାସ୍ତା ପାଲଟିଛି ମରଣଯନ୍ତା

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.):  ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ କରିବା ପାଇଁ ବିଭିନ୍ନ ଯୋଜନା କରି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି, ହେଲେ ତାହା ଜନସାଧାରଣଙ୍କ କାମରେ ନ ଲାଗି ନଷ୍ଟ ହେଉଛି। ଗ୍ରାମକୁ ଗମନାଗମନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୨୦୧୩/୧୪ରେ ଅଟକଳ ମୂଲ୍ୟ ୨୨୬.୩୦୨ ଲକ୍ଷରେ ଚୁଡ଼ଙ୍ଗପୁର ଗ୍ରାମ ରାସ୍ତାଠାରୁ କେଶରିଗୁଡ଼ା ଗ୍ରାମକୁ ୮କିମି ରାସ୍ତା ମଧ୍ୟରୁ ୪କିମି ରାସ୍ତା ନିର୍ମାଣ କରିଥିଲେ ଠିକାଦାର। ହେଲେ ରାସ୍ତା କାମ ସରିବାର ଦୁଇ ମାସ ପରେ ପିଚୁ ଉଠି ଖାଲଖମା ହୋଇଥିଲା। ପାଞ୍ଚ ବର୍ଷ ରକ୍ଷଣାବେକ୍ଷଣ ରହିଥିବା ବେଳେ ଠିକାଦାର ଦୁଇ ବର୍ଷ ସାମାନ୍ୟ ପିଚୁ ପକାଇ ବିଲ୍‌ ପାସ୍‌ କରି ନେଇଥିଲେ। ତା’ପରଠାରୁ ରାସ୍ତା ପୂର୍ବ ଭଳି ଖାଲଖମା ହୋଇ ପଡ଼ିଛି। ୭ ବର୍ଷ ହେଲା ସେଥିରେ ୪ ନିର୍ବାହୀ ଯନ୍ତ୍ରୀ ଓ ୩ କନିଷ୍ଠ ଯନ୍ତ୍ରୀ ଅଦଳବଦଳ ହେଲେଣି, କିନ୍ତୁ ଲୋକଙ୍କ ଗୁହାରି କେହି ଶୁଣୁନାହାନ୍ତି ଯଦ୍ଦ୍ବାରା ଗ୍ରାମକୁ ଆମ୍ବୁଲାନ୍ସ ସେବା ହେଉ କିମ୍ବା ପିଲାଙ୍କୁ ବିଦ୍ୟାଳୟ ଯିବାକୁ ବହୁ କଷ୍ଟ କରିବାକୁ ପଡୁଛି। ଏ ନେଇ ଗ୍ରାମବାସୀ ବହୁବାର ଯନ୍ତ୍ରୀଙ୍କଠାରୁ ନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ କରି ଆସିଥିଲେ ମଧ୍ୟ କୌଣସି ସୁଫଳ ମଳୁନାହିଁ। ଅନ୍ୟପଟେ ଗ୍ରାମବାସୀ ଓ ଚୁଡ଼ଙ୍ଗପୁରୁ ସମିତି ସଭ୍ୟ ହେମନ୍ତ ଗମାଙ୍ଗ, କେଶରିଗୁଡ଼ା ସମିତି ସଭ୍ୟ କାର୍ତ୍ତିକ ଶବର, ଗୁରା ଗମାଙ୍ଗ, ପୁଲିଆ ରଇତ କହିଛନ୍ତି ମୋହନା ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ କିଛି ପୁରୁଣା କର୍ମଚାରୀ ରହି ବ୍ୟାପକ ପିସି କାରବାର କରି ଟଙ୍କା ଲୁଟି ମାଲାମାଲ ହେବାରେ ଲାଗିଛନ୍ତି ଏବଂ ମାର୍ଚ୍ଚ ମାସ ଆସିଲେ ଅଳ୍ପ ପିଚୁ ପକାଇ ଟଙ୍କା ବିଲ୍‌ କରିବାରେ ଲାଗିଛନ୍ତି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରହିଥିବା ରାସ୍ତା ନିର୍ମାଣ ମରାମତି କରିବାରେ ଫେଲ ମାରିଛନ୍ତି ନିର୍ବାହୀ ଅଧିକାରୀ। ତେଣୁ ଏହାର ଭିଜିଲାନ୍ସ ତଦନ୍ତ କରାଯିବା ସହ ତୁରନ୍ତ ରାସ୍ତା ନିର୍ମାଣ କରାଯାଉ ନଚେତ ଅଳ୍ପ ଦିନ ମଧ୍ୟରେ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟ ଘେରାଉ ସହ ରାସ୍ତାରୋକୋ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା SHGରୁ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ! ଗଜପତି ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, ୩ ଅଭିଯୁକ୍ତ ଗିରଫ, ମୁଖ୍ୟ ନାୟିକା…

ଗଜପତି,୪।୯(ଗିରିଧାରୀ ପରିଛା): ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର କୋଟି କୋଟି ଟଙ୍କା ଠକେଇ ଓ ଆତ୍ମସାତ୍‌ ମାମଲାରେ ଗଜପତି ସାଇବର ସେଲ୍‌ ଏବଂ ଆର୍ଥିକ ଅପରାଧ…

ଭଉଣୀଭାଇଙ୍କୁ ମାଡ଼ ମାରି ସୁନା ଅଳଙ୍କାର ଲୁଟ ଘଟଣା; ୩ ବର୍ଷ ପରେ ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୩।୯,(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧିନରେ ଘଟିଥିଲା ଏକ ଡକାୟତି ଘଟଣା। ଏହି ଥାନା ଅନ୍ତର୍ଗତ କଙ୍କିଆ ଗ୍ରାମ ନିକଟ ଗ୍ରାମବିକାଶ ହାଇସ୍କୁଲ…

ଦୁର୍ଗମ ଲବାରସିଂରୁ ଭାରତ ସରକାରଙ୍କ ବରିଷ୍ଠ ବୈଜ୍ଞାନିକ-ଏଫ୍: ଗଜପତିର ଗୌରବ ଡ଼ଃ ସତ୍ୟବାନ ବିଶୋୟୀରତ୍ନ

ମୋହନା,୩ା୯( ମନ୍ମଥ ମିଶ୍ର ): ଗଜପତି ପାଇଁ ଗୌରବ ଆଣିଲେ ଡ଼ଃ. ସତ୍ୟବାନ ବିଶୋୟୀରତ୍ନ । ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଦୁର୍ଗମ ଆଦିବାସୀ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri