କିଛିଦିନ ଭାରତରେ ରହିବେ ହାସିନା

ନୂଆଦିଲ୍ଲୀ/ଢାକା,୭ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ବ୍ରିଟେନ୍‌ ଶରଣ ଦେବା ବିଳମ୍ବିତ ହୋଇପାରେ। ତେଣୁ ବ୍ରିଟେନ୍‌ର ମଞ୍ଜୁରୀ ନ ମିଳିବା ଯାଏ ହାସିନା ଭାରତରେ ଅବସ୍ଥାନ କରିପାରନ୍ତି। ଅନ୍ୟପକ୍ଷେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସା ଯୋଗୁ ହାସିନା ଦେଶ ଛାଡ଼ି ପଳାୟନ କରିବା ପରେ ହିନ୍ଦୁମାନଙ୍କୁ ଏବଂ ମନ୍ଦିରଗୁଡ଼ିକୁ ଟାର୍ଗେଟ କରାଯାଉଛି। ଭାରତ ସରକାର ପଡ଼ୋଶୀ ଦେଶର ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖିଥିବା ପାର୍ଲାମେଣ୍ଟରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୂଚନା ଦେଇଛନ୍ତି। ଇତିମଧ୍ୟରେ ଗଣତାନ୍ତ୍ରିକ ସିଦ୍ଧାନ୍ତ ଅନୁସାରେ ଅନ୍ତରୀଣ ସରକାର ଗଠନ କରାଯାଉ ବୋଲି ଆମେରିକା ଜୋର୍‌ ଦେଇଛି।
୧୯୭୧ ମୁକ୍ତିଯୁଦ୍ଧର ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ନିଯୁକ୍ତିରେ ୩୦% ସଂରକ୍ଷଣ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେବା ପରେ ଜୁଲାଇ ମଧ୍ୟଭାଗରେ ପଡ଼ୋଶୀ ବାଂଲାଦେଶରେ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟ ରଦ୍ଦକରି ୯୩% ସରକାରୀ ଚାକିରି ଯୋଗ୍ୟତା ଭିତ୍ତିରେ ଦିଆଯାଉ ଏବଂ ଅବଶିଷ୍ଟ ୭% ନିଯୁକ୍ତି ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ସଂରକ୍ଷିତ ରହୁ ବୋଲି ରାୟ ଦେବା ପରେ ମଧ୍ୟ ଆନ୍ଦୋଳନକାରୀ ଓହରି ନ ଥିଲେ। ଢାକା ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ବିକ୍ଷୋଭ କରୁଥିବାବେଳେ ଶାସକ ଦଳର ସମର୍ଥକମାନେ ଏହାକୁ ଚପାଇଦେବାକୁ ଉଦ୍ୟମ କରିଥିଲେ। ଭଙ୍ଗାରୁଜା, ଜଳାପୋଡ଼ା ଲାଗିରହିବାରୁ ଅରାଜକତା ସୃଷ୍ଟି ହୋଇ ଗୃହଯୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ପୋଲିସ ସହ ସଂଘର୍ଷରେ ୩୦୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିବା ପରେ ସୋମବାର ସେନା ଚାପରେ ୭୬ ବର୍ଷୀୟ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭଉଣୀ ଶେଖ୍‌ ରେହାନାଙ୍କ ସହ ଭାରତକୁ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ବାଂଲାଦେଶ ସେନାର ଏକ ବିମାନରେ ସେ ତ୍ରିପୁରାର ଅଗରତାଲାରେ ଅବତରଣ କରିବା ପରେ ଉତ୍ତର ପ୍ରଦେଶର ଗାଜିଆବାଦସ୍ଥିତ ହିଣ୍ଡନ୍‌ ଏୟାରବେସ୍‌ରେ ଓହ୍ଲାଇଥିଲେ। କେନ୍ଦ୍ର ସରକାର ସେଠାରେ ତାଙ୍କୁ ଏକ ଗେଷ୍ଟ ହାଉସ୍‌ ପ୍ରଦାନ କରିଛନ୍ତି। ହାସିନାଙ୍କ କଥା ଭାରତୀୟ ଗୋଇନ୍ଦା ସେବା ବୁଝାବୁଝି କରୁଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୋମବାର ହାସିନାଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ରାତିରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିରେ ବାଂଲାଦେଶ ସ୍ଥିତି ଏବଂ ହାସିନାଙ୍କ ସମ୍ପର୍କରେ ଆଲୋଚନା ହୋଇଥିଲା। ମଙ୍ଗଳବାର ରାଜ୍ୟ ସଭାରେ ଜୟଶଙ୍କର କହିଛନ୍ତି, ଭାରତ ସରକାର ବାଂଲାଦେଶର ଅନ୍ତରୀଣ ସରକାର ଗଠନ ପ୍ରକ୍ରିୟା ଓ ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଛନ୍ତି। କୂଟନୈତିକ ମିଶନ ଜରିଆରେ ସେଠାକାର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ ଚାଲିଛି। ବାଂଲାଦେଶରେ ପ୍ରାୟ ୧୯,୦୦୦ ଭାରତୀୟ ନାଗରିକ ଅଛନ୍ତି, ଯାହାଙ୍କ ମଧ୍ୟରୁ ୯,୦୦୦ ଛାତ୍ରୀଛାତ୍ର। ସେହିପରି ସରକାରଙ୍କ ପକ୍ଷରୁ ଆହୂତ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ଜୟଶଙ୍କର କହିଛନ୍ତି, ହାସିନା କିଛି ସମୟ ଚାହାନ୍ତି। ତାଙ୍କୁ ବର୍ତ୍ତମାନ କିଛି ସମୟ ଦିଆଯାଇଛି। ସରକାର ଉପଯୁକ୍ତ ସମୟରେ ଠିକ୍‌ ପଦକ୍ଷେପ ନେବେ।
ଅନ୍ୟପକ୍ଷେ ବ୍ରିଟିଶ ଦେଶାନ୍ତର ଗମନ ନିୟମାବଳୀ ଶରଣ ଚାହୁଁଥିବା କୌଣସି ବ୍ୟକ୍ତିଙ୍କୁ ଅନୁମତି ଦେଇ ନ ଥାଏ ବୋଲି ବ୍ରିଟେନ୍‌ ଗୃହ ବିଭାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ତେଣୁ ହାସିନା ଭାରତରେ ଅଧିକ ଦିନ ରହିପାରନ୍ତି ବୋଲି କୁହାଯାଉଛି। ଅସୁବିଧାରେ ଥିବା ଲୋକଙ୍କୁ ସୁରକ୍ଷା ପ୍ରଦାନରେ ବ୍ରିଟେନର ରେକର୍ଡ ରହିଛି। ଅନ୍ତର୍ଜାତୀୟ ସୁରକ୍ଷା ଚାହୁଁଥିବା ବ୍ୟକ୍ତି ପ୍ରଥମେ ପହଞ୍ଚତ୍ଥିବା ସୁରକ୍ଷିତ ଦେଶରେ ଶରଣ ପାଇଁ ଆବେଦନ କରିବା ଆବଶ୍ୟକ ବୋଲି ବ୍ରିଟେନ୍‌ ଗୃହ ବିଭାଗ ମୁଖପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?