Posted inଖେଳ

ହରିୟାଣାରେ ହେବ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ

ନୂଆଦିଲ୍ଲୀ, ୨୫ା୭ (ପି.ଟି.)-୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଶେଷ ହେବା ପରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସର ୪ର୍ଥ ସଂସ୍କରଣ ହରିୟାଣାରେ ହେବ। ରାଜ୍ୟ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟାର ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ମିଳିତ ଭାବେ ଏକ ଭିଡିଓ କନଫରେନ୍ସ ଜରିଆରେ ଘୋଷଣା କରିଛନ୍ତି। ଗେମ୍ସ ପଞ୍ଚକୁଲାଠାରେ ଆୟୋଜନ ହେବ। ସାଧାରଣତଃ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ପ୍ରତିବର୍ଷ ଜାନୁୟାରୀରେ ହୋଇଥାଏ। କରୋନା ମହାମାରୀ ଯୋଗୁ ଏଥର ତାହାକୁ ଘୁଞ୍ଚାଇ ଦିଆଯାଇଛି ବୋଲି ରିଜିଜୁ କହିଛନ୍ତି। ତେବେ ଏଥର ଗେମ୍ସ ଆୟୋଜନ ବେଳକୁ ମହାମାରୀର ପ୍ରଭାବ ହ୍ରାସ ପାଇଥିବ। ଏହା ପୂରା ମାତ୍ରାରେ ହେବ ଏବଂ ଏଥିରେ ସମସ୍ତ ରାଜ୍ୟରୁ ୧୦,୦୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗ ଦେବେ ବୋଲି କ୍ରୀଡ଼ାମନ୍ତ୍ରୀ ଆଶା ପ୍ରକାଶ କରି କହିଛନ୍ତି। ସୂଚନାଯୋଗ୍ୟ, ହରିୟାଣା ଏପର୍ଯ୍ୟନ୍ତ ସମସ୍ତ ତିନୋଟି ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ସଫଳତାର ସହିତ ଆୟୋଜନ କରିସାରିଛି। ଏହି ରାଜ୍ୟ ୨୦୧୯ ଓ ୨୦୨୦ ସଂସ୍କରଣରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ୨୦୧୯ରେ ହରିୟାଣା ୧୫୯ ପଦକ ଏବଂ ୨୦୨୦ରେ ୨୦୦ ପଦକ ଲାଭ କରିଥିଲା। ୨୦୧୮ରେ ଏହି ରାଜ୍ୟ ୧୦୨ ପଦକ (୩୮ ସ୍ବର୍ଣ୍ଣ, ୨୬ ରୌପ୍ୟ ଓ ୩୮ ବ୍ରୋଞ୍ଜ) ସହ ପୋଡିୟମ ଫିନିଶ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଶରୀରରେ ଅଛି ୧୧ ଟାଟୁ: ଜାଣନ୍ତୁ କାହାର ଅର୍ଥ କ’ଣ

ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି। ତାଙ୍କ କ୍ୟାରିଅର୍‌ ସମୟରେ ସେ ଏପର୍ଯ୍ୟନ୍ତ ତାଙ୍କ ଶରୀରରେ ୧୧ଟି ଟାଟୁ...

‘ଯାଦୁ’ ଦେଖାଇଲେ ଜାଡେଜା

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନରେ ରବିନ୍ଦ୍ର...

କୋହଲିଙ୍କ ନୂଆ ସେଲିବ୍ରେସନ୍‌ ଷ୍ଟାଇଲ୍‌: ପ୍ରଶଂସକଙ୍କୁ ଆସୁଛି ପସନ୍ଦ

ଓଭାଲ୍‌,୭।୯:ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ୧୫୭ ରନ୍‌ରେ ପରାସ୍ତ କରି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୧ରେ ଆଗୁଆ ରହିଛି। ଏହି...

ଆଜିର ଦିନରେ ଇତିହାସ ରଚିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଆଜିକୁ ପ୍ରାୟ ପ୍ରାୟ ୧୬ ବର୍ଷ ପୂର୍ବେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ ଓ୍ବାର୍ଣ୍ଣ ଇତିହାସ ସୃଷ୍ଟି କରିଥିଲେ। ୧୧ ଅଗଷ୍ଟ ୨୦୦୫ରେ ୱାର୍ଣ୍ଣ ବିଶ୍ୱର...

ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ରୁ ଆଉଟ୍‌

ପ୍ୟାରିସ, ୨୭ା୯(ଏପି)-କରୋନା ଭାଇରସ୍‌ ଟେଷ୍ଟରେ ପଜିଟିଭ୍‌ ପାଇଁ ପୂର୍ବତନ ଟପ୍‌ ଟେନ୍‌ ଖେଳାଳି ଫର୍ନାଣ୍ଡୋ ଭର୍ଡାସ୍କୋ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଛନ୍ତି।...

ଇଂଲଣ୍ଡର ୫୦ତମ ବିଜୟ

ମାଞ୍ଚେଷ୍ଟର, ୨୨।୭- ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ୧୧୩ ରନରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ...

୨୦୧୬ରେ ସଙ୍କେତ ଦେଇଥିଲେ ଗୋଲ୍ଡେନ ବୟ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ...

‘ତୁମେ ମ୍ୟାଚ୍‌ ଶେଷ କରିପାରିବ’

ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅନ୍ତିମ ବଲରେ ଛକା ମାରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)କୁ ମ୍ୟାଚ୍‌ ଜିତାଇଥିଲେ ଶ୍ରୀକର ଭରତ। ଦଳକୁ ଅନ୍ତିମ...

Advertisement
Archives

Model This Week