Posted inଖେଳ

ପିଲାଦିନେ କ୍ରିକେଟ ଖେଳି ଆଙ୍ଗୁଠି ଭାଙ୍ଗି ଫେରୁଥିଲେ ଘରକୁ: ଏବେ ମୋଦିଙ୍କଠାରୁ ସଚିନଙ୍କ ଯାଏ ପ୍ରଶଂସାରେ ଶତମୁଖ

ନୂଆଦିଲ୍ଲୀ,୧୧।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ହରଲିନ ଦେଓଲ ନିଜର ଏକ କ୍ୟାଚ୍‌କୁ ନେଇ ଚର୍ଚ୍ଚାରେ। ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ପ୍ରଶଂସା କରିଛନ୍ତି। ସଚିନ ହରଲିନଙ୍କ କ୍ୟାଚ୍‌କୁ ‘କ୍ୟାଚ୍‌ ଅଫ୍‌ ଦ ଇଅର’ କହିଛନ୍ତି। ତେବେ ଚଣ୍ଡିଗଡ଼ର ଗଳିରୁ ଭାରତୀୟ ମହିଳା କ୍ରିକେଟ ଟିମ୍‌ରେ ସାମିଲ ହେବାର ଯାତ୍ରା ସେତେଟା ସହଜ ନ ଥିଲା। ୨୦୧୨ରେ ସେ ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନର ଅଣ୍ଡର-୧୯ କ୍ରିକେଟ ଏକାଡେମୀରେ ପଡଞ୍ଚିଥିଲେ। ସେତେବେଳେ ତାଙ୍କୁ କ୍ୟାଚ୍‌ ଧରିବା ଲାଗି ଡାଇଭ୍‌ କରିବାକୁ ଡରଲାଗୁଥିଲା। ହେଲେ ଏବେ ସେ ଅଦ୍ଭୁତ କ୍ୟାଚ୍‌ ଧରି ସମସ୍ତଙ୍କ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି।

୭ ବର୍ଷ ବୟସରୁ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ ହରଲିନ। ପ୍ରାରମ୍ଭିକ ଦିନରେ ସେ ଅନେକ ଥର ଆହତ ହୋଇଛନ୍ତି। ଖେଳ ପଡ଼ିଆରୁ ଭଙ୍ଗା ଆଙ୍ଗୁଠି ନେଇ ଘରକୁ ଆସିଛନ୍ତି। ହିମାଚଳ ପ୍ରଦେଶ ପାଇଁ ଏକଦା ଖେଳୁଥିବା ସମୟରେ ଆଘାତ ଲାଗିବା ପରେ ମଧ୍ୟ ସେ ବୋଲିଂ ଜାରି ରଖିଥିଲେ। ଠିକ୍‌ ସେହିଭଳି ପଡ଼ିବାକୁ ଖାତିର ନ କରି ସେ କ୍ୟାଚ୍‌ ଧରିଥିଲେ। ତାକୁ ନେଇ ବଡ଼ ବଡ଼ କ୍ରିକେଟରଙ୍କ ପ୍ରଶଂସା ତାଙ୍କ କଷ୍ଟର ଉପହାର ବୋଲି ହରଲିନଙ୍କ ମା’ ସାକ୍ଷାତକାରରେ କହିଛନ୍ତି।

କହିରଖୁଛୁ, ହରଲିନ ଜୁନିୟର କ୍ରିକେଟରେ ଜଣେ ଷ୍ଟାର ଖେଳାଳି ଥିଲେ। ସେ ୮ ବର୍ଷ ବୟସରେ ଅଣ୍ଡର-୧୯ ଇଣ୍ଟର ସ୍କୁଲ ମ୍ୟାଚ୍‌ରେ ଭାଗ ନେଇଥିଲେ। ୨୦୧୦ରେ ସେ ପଞ୍ଜାବର ଅଣ୍ଡର-୧୯ ଟିମ୍‌ର ସଦସ୍ୟ ହୋଇଥିଲେ। ଏହାପରେ ସେ ହିମାଚଳପ୍ରଦେଶ ଚାଲିଯାଇଥିଲେ। ସେଠାରେ ସେ ୨୦୧୨ରେ ରାଜ୍ୟ ଅଣ୍ଡର-୧୯ କ୍ରିକେଟ ଏକାଡେମୀରେ ଯୋଗ ଦେଇଥିଲେ। ସେଠାରେ ସେ ବହୁତ ପରିଶ୍ରମ କରୁଥିଲେ। ଏବେ ସେ ଜଣେ ଭଲ ବୋଲର, ବ୍ୟାଟ୍ସମ୍ୟାନ୍‌ ସହ ଭଲ ଫିଲ୍ଡର ପାଲଟିଛନ୍ତି। ଭାରତ ପାଇଁ ସେ ଏଯାବତ ୧୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଦିନିକିଆରେ ସେ ଉଇକେଟ ନ ନେଇ ଥିଲେ ବି ଟି୨୦ରେ ୬ ଉଇକେଟ ନେଇ ୧୨୭ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri