Posted inଖେଳ

ଗ୍ରେଡ୍‌ ଏ’ରେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ, ୧୬ା୪(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ଚୁକ୍ତି ତାଲିକା (ସେଣ୍ଟ୍ରାଲ କଣ୍ଟ୍ରାକ୍ଟ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ୪ଟି କାଟେଗୋରିରେ ମୋଟ ୨୮ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ଗ୍ରେଡ୍‌-ଏ’+ କାଟେଗୋରିରେ ଭାରତର ୩ ଷ୍ଟାର ଖେଳାଳି ଅଧିନାୟକ ବିରାଟ କୋହଲି, ତାଙ୍କ ହ୍ବାଇଟ୍‌ ବଲ୍‌ ଡେପୁଟି ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍‌ରା ସେମାନଙ୍କ ସ୍ଥାନ ବଜାୟ ରଖିଛନ୍ତି। ପ୍ରତ୍ୟେକ ବାର୍ଷିକ ୭କୋଟି ଲେଖାଏ ପାଇବେ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହା ଇଞ୍ଜୁରିପ୍ରବଣ ସିଜନ ରହିଥିଲେ ମଧ୍ୟ ସେ ପଦୋନ୍ନତି ପାଇଛନ୍ତି। ସେ ଗ୍ରେଡ୍‌-ଏ’ କାଟେଗୋରିରେ ସ୍ଥାନ ପାଇଛନ୍ତି। ଏହାଦ୍ୱାରା ସେ ଏଣିକି ବାର୍ଷିକ ୫ କୋଟି ଟଙ୍କା ପାଇବେ। ଗତ ବର୍ଷ ସେ ଗ୍ରେଡ୍‌-ବି’ରେ ରହିଥିଲେ। ଯୁବ ଖେଳାଳି ଶୁବମନ ଗିଲ୍‌ ଓ ମହମ୍ମଦ ସିରାଜ ପ୍ରଥମ ଥର ସେଣ୍ଟ୍ରାଲ କଣ୍ଟ୍ରାକ୍ଟରେ ସ୍ଥାନ ପାଇଛନ୍ତି। ଉଭୟଙ୍କୁ ଗ୍ରେଡ୍‌ ସି’ରେ ସ୍ଥାନ ମିଳିଛି। ସେମାନେ ବାର୍ଷିକ ୧ କୋଟି ଟଙ୍କା ଲେଖାଏ ପାଇବେ। ଅନ୍ୟପକ୍ଷରେ ଶାର୍ଦ୍ଦୁଳ ଠାକୁର ଗ୍ରୁପ୍‌ ବି’କୁ ପଦୋନ୍ନତି ପାଇଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ଟେଷ୍ଟ ସଫଳତାରେ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଏହି ୩ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକାରେ ସ୍ଥାନ ମିଳିଛି। ଯେଉଁମାନେ ତଳକୁ ଖସିଛନ୍ତି ସେମାନଙ୍କ ମଧ୍ୟରେ ପେସ୍‌ ବୋଲର ଭୁବନେଶ୍ୱର କୁମାର ରହିଛନ୍ତି। ସେ ଗ୍ରେଡ୍‌-ବି’ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ମୂଲ୍ୟ ଏବେ ୩ କୋଟି ଟଙ୍କା। କେଦାର ଯାଦବ ମଧ୍ୟ ତଳ ପାହ୍ୟାକୁ ଖସିଛନ୍ତି। ବିଭିନ୍ନ ଇଞ୍ଜୁରି ଯୋଗୁ ସମସ୍ତ ଫର୍ମାଟରେ ସେ ନିୟମିତ ଖେଳିପାରୁ ନ ଥିଲେ। ଦୀର୍ଘ ଦିନ ଅନୁପସ୍ଥିତି ଯୋଗୁ ସେ ଏ’ ରୁ ବି’ କାଟେଗୋରିକୁ ଖସିଯାଇଛନ୍ତି। ସବୁଠାରୁ ଅଧିକ କ୍ଷତି ସହିବାକୁ ପଡ଼ିଛି ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ। ସେ ଏ’ରୁ ସି’ ଗ୍ରେଡ୍‌କୁ ଚାଲିଆସିଛନ୍ତି। ଅପରପକ୍ଷରେ ବର୍ତ୍ତମାନ କେବଳ ଗୋଟିଏ ଫର୍ମାଟ (ଅନ୍ତର୍ଜାତୀୟ ଦିନିକିଆ)ରେ ଖେଳୁଥିବା ଶିଖର ଧାଓ୍ବନ ଏ’ କାଟେଗୋରିରେ ତାଙ୍କ ସ୍ଥାନ ବଜାୟ ରଖିପାରିଛନ୍ତି। ତାଙ୍କ ସହିତ ଏହି କାଟେଗୋରିରେ ରହିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ରବିଚନ୍ଦ୍ରନ ଅଶ୍ୱିନ ଓ ଚେତେଶ୍ୱର ପୂଜାରା। ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ୨୭ ଉଇକେଟ ସଫଳତା ହାସଲ କରିଥିବା ଅକ୍ଷର ପଟେଲ ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ଫେରିବାରେ ସମର୍ଥ ହୋଇଛନ୍ତି। ସର୍ବନିମ୍ନ କାଟେଗୋରିରେ ସ୍ଥାନ ପାଇବାକୁ ହେଲେ ଜଣକୁ ଅତିକମ୍‌ରେ ୩ଟି ଟେଷ୍ଟ ମ୍ୟାଚ ଖେଳିବା ଆବଶ୍ୟକତା ରହିଛି। ଭବିଷ୍ୟତର ଏ’+ ପ୍ରାର୍ଥୀ ରିଷଭ ପନ୍ତ ଗ୍ରେଡ୍‌ ଏ’ରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।
ବିସିସିଆଇର ବାର୍ଷିକ ଚୁକ୍ତି ତାଲିକା
ଗ୍ରେଡ୍‌-ଏ’+ (୭ କୋଟି ଟଙ୍କା) : ବିରାଟ କୋହଲି, ରୋହିତ ଶର୍ମା ଓ ଯଶପ୍ରୀତ ବୁମ୍‌ରା।
ଗ୍ରେଡ୍‌-ଏ’ (୫କୋଟି): ଆର. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶିଖର ଧାଓ୍ବନ, କେ.ଏଲ୍‌. ରାହୁଲ, ମହମ୍ମଦ ଶାମି, ଈଶାନ୍ତ ଶର୍ମା, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା।
ଗ୍ରେଡ୍‌-ବି’ (୩ କୋଟି): ରିଦ୍ଧିମାନ ଶାହା, ଉମେଶ ଯାଦବ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଳ ଠାକୁର, ମୟଙ୍କ ଅଗ୍ରଓ୍ବାଲ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri