ନୂଆ କରୋନା ଭୂତାଣୁ

କରୋନାର ଦ୍ୱିତୀୟ ଲହର ଭୟଙ୍କର ରୂପ ନେଇ ଉଭାହେଲାଣି। ରାଜ୍ୟ ତଥା ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିଚାଲିଛି। ମହାରାଷ୍ଟ୍ର, ଗୁଜରାଟ, ପଞ୍ଜାବରେ ଏହାର ରୂପ ପ୍ରକଟିତ ହେଲାଣି। କୋଭିଡ୍‌-୧୯କୁ ନେଇ ଗତବର୍ଷ ସାରା ଦେଶ ତଥା ବିଶ୍ୱ କିଭଳି ବିପର୍ଯ୍ୟୟର ସମ୍ମୁଖୀନ ହେଲା, ତାହା ସମସ୍ତଙ୍କର ଅଙ୍ଗେନିଭା କଥା। ତାହାର ପୁନରାବୃତ୍ତିର ଭୟ ସମସ୍ତଙ୍କୁ ଘାରିବା ଭିତରେ ଯେମିତି ସାମାଜିକ ଉପଚାର ସମୂହର ଅନୁପାଳନର ମଧ୍ୟ ପୁନଃ ପ୍ରବର୍ତ୍ତନ ଉପରେ ପ୍ରଶାସନ ଜୋର୍‌ ଦେଉଥିବାର ଦେଖାଯାଉଛି। କାହାରି ହେଲେ କରୋନା ସଂକ୍ରମଣ ନେଇ କିଛି ଧାରଣା ନ ଥିଲା, ତେଣୁ ସମସ୍ତେ ଅନ୍ଧାରରେ ବାଡ଼ି ବୁଲାଉଥିଲେ। ବିଶ୍ୱବ୍ୟାପୀ ସଂକ୍ରମଣ ହେତୁ ଅସୁମାରି ଜନକ୍ଷୟ ହେଲା, କଳକାରଖାନାରେ ତାଲା ଝୁଲିଲା। ଲକ୍ଷ ସଂଖ୍ୟାରେ କୁଶଳୀ ଯୁବତୀଯୁବକ କାମ ବିନା ହାତବାନ୍ଧି ବସିଲେ। ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନଜନିତ ସଙ୍କଟ ଘନେଇଲା ଏବଂ ପ୍ରଶାସନ ଉପରେ ପଡ଼ିଲା ଅବାଞ୍ଛିତ ଚାପ। ବର୍ଷକ ଭିତରେ ପ୍ରତିଷେଧକ ଟିକାର ବିକାଶ ଓ ପ୍ରୟୋଗର ଅଭିଜ୍ଞତା କହୁଛି- ତମାମ ପ୍ରକରଣ ଶତପ୍ରତିଶତ ତ୍ରୁଟିମୁକ୍ତ ବୋଲି ଦାବି କରିହେବ ନାହିଁ। ସବୁ କିଛି ଟ୍ରାଏଲ ଏଣ୍ଡ ଏରର ପ୍ରଣାଳୀରେ କରାଯାଇଥିବାରୁ ପରିଣତି ଏଭଳି ହେଲା।
ସ୍ବାସ୍ଥ୍ୟକର୍ମୀମାନଙ୍କର ଅଭିଜ୍ଞତା ତୁଳନାରେ ଭୂତାଣୁର ଭୟାବହତା ଥିଲା ବହୁତ ଗମ୍ଭୀର। ଏଥିପାଇଁ କାହାରି ମୁଣ୍ଡରେ ଅଠା ବୋଳି ଦେଇ ବସିଗଲେ ହେବନାହିିଁ। ମାତ୍ର ଏବେ ଯେଉଁ ଦ୍ୱିତୀୟ ଲହର ଆସି ସାରିଥିବାର କୁହାଯାଉଛି, ସେଥିପାଇଁ ପୁରୁଣା ପ୍ରଣାଳୀ ଯେତେଦୂର ପ୍ରଯୁଜ୍ୟ, ତାହା ନେଇ ପୁନର୍ବିଚାରର ପ୍ରୟୋଜନ ରହିଥିବା ମନେହୁଏ। ‘ଆମେ ଯଦି କୋଭିଡ୍‌ ନିୟମ ମାନିବା, ମାସ୍କ ଠିକ୍‌ ଭାବେ ପିନ୍ଧିବା, ତେବେ ବିନା ଲକ୍‌ଡାଉନରେ କରୋନା ସଂକ୍ରମଣକୁ ରୋକିପାରିବା’- ଏମିତି ଆହ୍ବାନ ଦିଆଯାଇଛି। ସମସ୍ତେ ସଂକଳ୍ପ ନେଇ ମାସ୍କ ପିନ୍ଧିବେ, ବେକରେ ଝୁଲାଇ କରି ନୁହେଁ। ପୂରା ନାକ ଓ ମୁହଁକୁ ବନ୍ଦ କରି ପିନ୍ଧିବାକୁ ହେବ। ବିନା ମାସ୍କରେ କେବେ ବି ଘରୁ ବାହାରିବା ନାହିଁ। ଏମିତି ହେଲେ ଯାଇ କରୋନାକୁ ଜିତିପାରିବା। ଏବେ ଦେଶରେ ଟିକାକରଣ ଚାଲିଛି। ଏହା ମଧ୍ୟ କରୋନାକୁ ରୋକିବାରେ ସହାୟକ ହୋଇପାରିବ।
ଯେଉଁଭଳି ଚାରିପ୍ରକାର ସାମାଜିକ ପ୍ରତିଷେଧକ ଓ ଉପଚାର ଅନୁପାଳନ ଉପରେ ଜୋର୍‌ ଦିଆଯାଉଛି, ସେଥିରେ କିଛି ତ୍ରୁଟି ନ ଥାଇପାରେ। ଟିକାର ବିକାଶ ଓ ପ୍ରୟୋଗରୁ ଯାହାକିଛି ଅଭିଜ୍ଞତା ମିଳୁଛି, ତାହାର ଆଧାରରେ କେତେ କ’ଣ କରାଯାଇପାରିବ ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ନୂଆ ଉପାୟ ଓ ଉପଚାର ପାଇଁ ପ୍ରଶାସନ ତଥା ସାମାଜିକ କର୍ମୀମାନେ ଗୁରୁତ୍ୱର ସହ ଚିନ୍ତା କରି ପଦକ୍ଷେପ ପାଇଁ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ଜରୁରୀ ମନେହେଉଛି। ଅଭିଜ୍ଞତା ହେଉଛି ସମସ୍ତଙ୍କର ଶିକ୍ଷକ। ବ୍ୟାପକ ଟିକାକରଣ ସହିତ ସାମାଜିକ ଉପଚାର ପାଳନ ଉପରେ ଗୁରୁତ୍ୱ ଦେବା ଭିତରେ କ’ଣ ପାଇଁ ପୁରୁଷ ମହିଳା, ବିଶେଷକରି ବରିଷ୍ଠ ନାଗରିକମାନେ ଟିକା ନେବା ଲାଗି ଭିଡ଼ ଜମାଇବା ଭଳି କଷ୍ଟକର ଚିତ୍ର ଦେଖାଯାଉଛି। ପ୍ରଶାସନ ଆଉ କିଛି କରି ନ ପାରିଲେ ମଧ୍ୟ ଭ୍ରାମ୍ୟମାଣ ଟିକାକରଣ ଶିବିର ବ୍ୟବସ୍ଥା କରିପାରିବ। ତାହାହେଲେ ହଇରାଣ ହରକତରୁ ପରିଣତ ବୟସର ପୁରୁଷ ଓ ମହିଳାମାନେ ରକ୍ଷା ପାଇପାରନ୍ତେ। ଏଯାଏଁ କେହି ଦ୍ୱିତୀୟ ସଂକ୍ରମଣର ଚିତ୍ର ପାଇପାରି ନ ଥିଲେ ସୁଦ୍ଧା ରାତ୍ରିକାଳୀନ କର୍ଫ୍ୟୁଠାରୁ ଆରମ୍ଭ କରି ବିଭିନ୍ନ କଟକଣାର ପ୍ରବର୍ତ୍ତନ ଆରମ୍ଭ ହୋଇସାରିଲାଣି। ଯେତେବେଳେ କରୋନା ସଂକ୍ରମଣର ରୂପରେଖ ନେଇ କାହାରି କିଛି ସ୍ପଷ୍ଟ ଧାରଣା ନ ଥିଲା, ସେତେବେଳେ ସଙ୍ଗରୋଧଠାରୁ ଅବରୋଧ ଭଳି ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଥିଲା। କେଇମାସ ପରେ କୋହଳ ସ୍ଥିତିରେ ସମସ୍ତେ ବେପରୁଆ ହୋଇପଡ଼ିଲେ। ଯାନିଯାତ୍ରା, ବିବାହ, ପୂନେଇଁଠାରୁ ଆରମ୍ଭ କରି ଭୋଟ ସମାବେଶରେ ଶହ ଓ ହଜାର ସଂଖ୍ୟାରେ ଭିଡ଼ କରୋନାକୁ ନୂଆ ବିକଟାଳ ରୂପରେ ଉଭା କରାଇବାକୁ ଯାଉଛି। ପ୍ରଶାସନ, ସାମାଜିକ କର୍ମୀ ଓ ଗଣମାଧ୍ୟମଗୁଡ଼ିକ ଯଦି ପୂର୍ବଭଳି କାର୍ଯ୍ୟ କରିବେ, ଯଥେଷ୍ଟ ଉପକାର ମିଳିପାରିବାର ଆଶା କରାଯାଉଛି। ଟିକାକରଣକୁ ସାର୍ବଜନୀନ ଅଭିଯାନ କରାଯିବା ଭିତରେ କେତେକ ସ୍ଥାନରେ ଟିକା ନଷ୍ଟ ଭଳି ଚିନ୍ତାଜନକ ଖବର ମିଳିଛି। କରୋନା ମୁକାବିଲା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏ କ୍ଷେତ୍ରରେ ପ୍ରତିଟି ଲୋକଙ୍କ ସଚେତନତା ଓ ସମାଜ ପ୍ରତି ସମର୍ପିତ ସେବା ମନୋଭାବସମ୍ପନ୍ନ ଗୁରୁଦାୟିତ୍ୱ ରହିଛି।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ,
କଟକ, ମୋ: ୯୪୩୭୦୫୧୯୫୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଟ୍ରିସ୍କୁଟର ବିଷୟରେ କେବେ ଶୁଣିଛନ୍ତି କି। ଏଭଳି ସ୍କୁଟର ନିର୍ମାଣ କରିଛନ୍ତି ମାଙ୍ଗାଲୁରର ଗଣପତି ଭଟ୍ଟ । ଏହି ସ୍କୁଟର ରାସ୍ତାରେ ନ ଚାଲି କେବଳ...

ନକାରାତ୍ମକ ଖବର ଜାଣିବାର ଇଚ୍ଛା

ଡା. ସମ୍ରାଟ କର ସେଦିନ ବଡ଼ିସକାଳୁ ମୋର କମ୍ପ୍ୟୁଟର କ୍ଷିପ୍ରଲିଖ ସହକାରୀ ଶ୍ରଦ୍ଧେୟ ଶ୍ରୀକାନ୍ତର ଫୋନ ବାଜିଉଠିଲା। ସକାଳୁଆ ଶୁଭେଚ୍ଛା ଜଣାଇବା ସହ ବ୍ୟସ୍ତଭରା କଣ୍ଠରେ...

ଶକ୍ତ ବ୍ରେକ୍‌ ଆବଶ୍ୟକ

ଡ. ସନ୍ତୋଷ କୁମାର ମହାପାତ୍ର ଥରେ ଜଣେ ବନ୍ଧୁ ଦେଖାହେଲେ ଏବଂ ପଚାରିଲେ- ”ତମେ ସର୍ବଦା ବାମପନ୍ଥୀ ଚିନ୍ତାଧାରାରେ ଲେଖୁଛ ଏବଂ ଅନ୍ୟକୁ ସମାଲୋଚନା କରୁଛ।...

ହ୍ବେନ୍‌ ଇନ୍‌ ରୋମ୍‌…

ନିକଟରେ କାନାଡ଼ାର ଭାଙ୍କୋଭର ସହରରେ ଭାରତୀୟ ଛାତ୍ର ଚିରାଗ ଆନ୍ତିଲଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚିରାଗଙ୍କ ଘର ହରିୟାଣାରେ ଓ ସେ ୨୦୨୨ରେ ଉଚ୍ଚଶିକ୍ଷା ପାଇଁ...

ଏଇ ଭାରତରେ

ଘରର ସୌନ୍ଦର୍ଯ୍ୟ ପାଇଁ ବଗିଚାରେ ସୀମିତ ନରହି ସେଥିରୁ କେମିତି କିଛି ଉତ୍ପାଦନ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଗୋଟିଏ କି ଦୁଇ...

ଗଣତାନ୍ତ୍ରିକ ଏକଚ୍ଛତ୍ରବାଦ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ   ଗଣତନ୍ତ୍ର ଏବଂ ଏକଚ୍ଛତ୍ରବାଦ ଦୁଇଟି ବିପରୀତବୋଧକ ଶବ୍ଦ ହୋଇଥିଲେ ମଧ୍ୟ ସମୟ ସମୟରେ ଗଣତନ୍ତ୍ରର ଖୋଳପା ପିନ୍ଧି ସଂଖ୍ୟାଗରିଷ୍ଠତାକୁ ଆଶ୍ରୟ କରି...

ସ୍ମାର୍ଟ ପିଲାଙ୍କ ମାଆବାପା

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ଅଳ୍ପଦିନ ତଳେ ରାଜଧାନୀର ଏକ ନାମୀଦାମୀ ଇଂରାଜୀ ସ୍କୁଲର ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା ଏକ ଅଭିନବ କାର୍ଯ୍ୟକ୍ରମ।...

ଯୁଦ୍ଧାଭିମୁଖୀ

ଦୁଇବର୍ଷ ପୂର୍ବେ ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଏବଂ ଗତବର୍ଷ ୭ ଅକ୍ଟୋବରରେ ଇସ୍ରାଏଲ-ହମାସ ଯୁଦ୍ଧର ପରିଣତି ବିଶ୍ୱ ଦେଖିଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri