Posted inଖେଳ

RCB ବିଜୟକୁ ନେଇ ଖୁସିରେ ଝୁମିଲେ ମୁମ୍ବାଇ ଅଧିନାୟକ? କ’ଣ ଥିଲା କାରଣ… 

ନୂଆଦିଲ୍ଲୀ,୨୩।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୮ତମ ସିଜିନ ଏକ ଜବରଦସ୍ତ ମ୍ୟାଚ୍‌ ସହିତ ଆରମ୍ଭ ହୋଇଛି। ସିଜିନର ପ୍ରଥମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିଲା। ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ, RCB ଚମତ୍କାର ପ୍ରଦର୍ଶନ ସହ କୋଲକାତାକୁ ପରାସ୍ତ କରି ବିଜୟ ସହିତ ଟୁର୍ନାମେଣ୍ଟ ଆରମ୍ଭ କରିଛି। ପ୍ରଥମେ RCB ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ପରେ ବ୍ୟାଟ୍ସମ୍ୟାନମାନେ ମ୍ୟାଚ୍‌କୁ ଏକପାଖିଆ କରିଦେଇଥିଲେ। ମ୍ୟାଚ୍‌ ପରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆରସିବିର ବିଜୟ ଉପରେ ଖୁସି ପ୍ରକାଶ କରିଥିଲେ, ଯାହା ଆଲୋଚନାର ବିଷୟ ପାଲଟିଛି।
ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଦର୍ଶନରେ ବହୁତ ଖୁସି ଦେଖାଯାଇଥିଲେ। ଏହା ପଛରେ ସବୁଠାରୁ ବଡ଼ କାରଣ ଥିଲେ ତାଙ୍କ ବଡ଼ ଭାଇ କୃଣାଲ ପାଣ୍ଡ୍ୟା।
କୃଣାଲ ଏଥର RCB ଦଳର ଏକ ଅଂଶ ଏବଂ ସେ ସିଜିନର ପ୍ରଥମ ମ୍ୟାଚ୍‌ରେ ସବୁଠାରୁ ବଡ଼ ମ୍ୟାଚ୍‌ ବିଜେତା ପ୍ରମାଣିତ ହୋଇଥିଲେ। ହାର୍ଦ୍ଦିକ ଏବଂ କୃଣାଲ ପାଣ୍ଡ୍ୟାଙ୍କ ସମ୍ପର୍କ କ୍ରିକେଟ ଜଗତରେ କାହାଠାରୁ ଅଛପା ନୁହେଁ। କାରଣ ଉଭୟ ଭାଇ ଅନେକ ଥର ଏକାଠି ପଡ଼ିଆରେ ସେମାନଙ୍କର ଯାଦୁ ଦେଖାଇଛନ୍ତି, ବିଶେଷକରି ଯେତେବେଳେ ସେମାନେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। କିନ୍ତୁ ଗତ କିଛି ବର୍ଷ ଧରି ଏହି ଦୁଇ ଖେଳାଳି ଆଇପିଏଲ୍‌ରେ ଭିନ୍ନ ଭିନ୍ନ ଦଳ ପାଇଁ ଖେଳୁଛନ୍ତି।
କୃଣାଲ ପାଣ୍ଡ୍ୟାଙ୍କ ପ୍ରଦର୍ଶନରେ ହାର୍ଦ୍ଦିକ ବହୁତ ଖୁସି ହୋଇଥିଲେ। ସେ ସୋସିଆଲ ମିଡିଆରେ ନିଜର ଖୁସି ପ୍ରକାଶ କରିଥିଲେ। ମ୍ୟାଚ୍‌ ପରେ, ପାଣ୍ଡ୍ୟା ତାଙ୍କ ଇନଷ୍ଟାଗ୍ରାମ୍‌ ଷ୍ଟୋରୀରେ କୃଣାଲଙ୍କ ଏକ ଫଟୋ ଶେୟାର କରି ଇଭିଲ୍‌ ଆଇ ଇମୋଜି ମଧ୍ୟ ଶେୟାର କରିଛନ୍ତି।
କୃଣାଲ ଆରସିବି ପାଇଁ ତାଙ୍କର ଡେବ୍ୟୁ ମ୍ୟାଚ୍‌ରେ ବହୁତ ଉଲ୍ଲେଖନୀୟ ବୋଲିଂ କରିଥିଲେ। ସେ ତାଙ୍କର ୪ ଓଭର ସ୍ପେଲରେ ମାତ୍ର ୨୯ ରନ୍‌ ଦେଇଥିଲେ ଏବଂ ୩ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। କୃଣାଲ ଅଜିଙ୍କ୍ୟ ରାହାନେ, ଭେଙ୍କଟେଶ ଆୟର ଏବଂ ରିଙ୍କୁ ସିଂହଙ୍କ ଭଳି ବଡ଼ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ନେଇଥିଲେ, ଯାହା ଫଳରେ RCB KKRର ସ୍କୋରକୁ ଅଟକାଇବାରେ ସଫଳ ହୋଇଥିଲା। ମ୍ୟାଚ୍‌ରେ ନିଜର ପ୍ରଦର୍ଶନ ପାଇଁ କୃଣାଳଙ୍କୁ ମଧ୍ୟ ପ୍ଲେୟାର ଅଫ୍‌ ଦି ମ୍ୟା୍‌ଚ ଭାବରେ ମନୋନୀତ କରାଯାଇଥିଲା।
ଆପଣଙ୍କୁ କହିରଖୁଛୁ ଯେ, ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ ନିଜର ପ୍ରଥମ ମ୍ୟାଚ୍‌ ୨୩ ମାର୍ଚ୍ଚରେ ଖେଳିବ।  କିନ୍ତୁ ହାର୍ଦ୍ଦିକ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ। କାରଣ ଗତ ସିଜିନରେ ମୁମ୍ବାଇର ଶେଷ ମ୍ୟାଚ୍‌ ସମୟରେ, ସ୍ଲୋ ଓଭର ରେଟ ଯୋଗୁ ତାଙ୍କୁ ଗୋଟିଏ ମ୍ୟାଚ୍‌ ପାଇଁ ବାସନ୍ଦ କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?