Posted inଜାତୀୟ

NDAରେ ସାମିଲ ହେବେ ଶରଦ ପାୱାର? ଅଧରାତିରେ ହୋଇଗଲା ବଡ଼ ଖେଳ, ରାଜନୀତିରେ ହଇଚଇ

ମୁମ୍ବାଇ,୧୫।୭:ମହାରାଷ୍ଟ୍ର ରାଜନୀତିରେ ‘ଅପରେଶନ ଟାଇଗର୍‌’କୁ ନେଇ ଚର୍ଚ୍ଚା ଏବେ ବି ଶାନ୍ତ ପଡ଼ିନଥିବା ବେଳେ ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ପ୍ରତିଦିନ ନୂଆ ନୂଆ ଆଶଙ୍କା, ଗୁପ୍ତ ବୈଠକ ଏବଂ ରାଜନୈତିକ ସଙ୍କେତ ରାଜ୍ୟର ରାଜନୈତିକ ପାଣିପାଗକୁ ବଦଳାଇବାରେ ଲାଗିଛି। ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଏହି ରାଜନୈତିକ ଉଷ୍ମତାକୁ ଆହୁରି ବଢ଼ାଇ ଦେଇଛ। ଏକପଟେ ଶରଦ ପାୱାର ଗୋଷ୍ଠୀର ପ୍ରଦେଶ ସଭାପତି ଜୟନ୍ତ ପାଟିଲ ପ୍ରଥମେ ପାୱାରଙ୍କ ବାସଭବନ ‘ସିଲଭର ଓକ’ରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନ୍‌ଭିସଙ୍କ ସରକାରୀ ବାସଭବନ ‘ବର୍ଷା’ରେ ପହଞ୍ଚିଥିଲେ। ଅନ୍ୟପଟେ ଶାସକ ଦଳରେ ସାମିଲ ଥିବା ଏନସିପିର ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ଏବଂ ସୁନୀଲ ତଟକରେ ମଧ୍ୟ ସେହି ସମୟରେ ଫଡନ୍‌ଭିସଙ୍କ ସହ ପୃଥକ ବୈଠକ କରିଥିଲେ। ଏହି ବିଳମ୍ବିତ ରାତିର ରହସ୍ୟମୟ ସାକ୍ଷାତକାର ପରେ ରାଜ୍ୟରେ ଏକ ନୂଆ ରାଜନୈତିକ ସମୀକରଣ ତିଆରି ହେଉଥିବା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୁଲାଇ ୨୦୨୩ରେ ଅଜିତ ପାୱାରଙ୍କ ବିଦ୍ରୋହ ପରେ ପ୍ରଥମ ଥର ପାଇଁ ଶରଦ ପାୱାରଙ୍କ ଦଳ ସବୁଠାରୁ ବଡ଼ ସଙ୍କଟଜନକ ମୋଡ଼ରେ ଛିଡ଼ା ହୋଇଛି। ପ୍ରଥମେ ଦଳ କଂଗ୍ରେସ ସହ ମିଶ୍ରଣ କରିବା ନେଇ ଆଲୋଚନା ହେଉଥିଲା, କିନ୍ତୁ ବର୍ତ୍ତମାନ ଏନଡିଏ (NDA) ସହ ଯିବା ନେଇ ଚର୍ଚ୍ଚା ଜୋର ଧରିଛି।

ସୂତ୍ର ଅନୁଯାୟୀ, ଶରଦ ପାୱାରଙ୍କ ଦଳର ଏକାଧିକ ବିଧାୟକ ମନେକରନ୍ତି ଯେ ଦୀର୍ଘ ସମୟ ଧରି ବିରୋଧୀ ଦଳରେ ରହିବା ଦାରା ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶମୂଳକ କାର୍ଯ୍ୟ ପାଇଁ ସରକାରୀ ପାଣ୍ଠି ଓ ପ୍ରଶାସନିକ ମଞ୍ଜୁରୀ ପାଇବାରେ ବହୁତ ଅସୁବିଧା ହେଉଛି। ତେଣୁ ସେମାନେ ଶାସକ ମେଣ୍ଟ ସହ ଯିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଅବଶ୍ୟ ଏହି ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ଶରଦ ପାୱାର ହିଁ ନେବେ।

ଯଦିଓ ନେତାମାନେ ଏହାକୁ କେବଳ ସାଧାରଣ ନିର୍ବାଚନମଣ୍ଡଳୀ କାର୍ଯ୍ୟର ଆଲୋଚନା ବୋଲି କହୁଛନ୍ତି, କିନ୍ତୁ ବିଳମ୍ବିତ ରାତିର ଏହି ବୈଠକ ମହାରାଷ୍ଟ୍ର ରାଜନୀତିରେ ଆଗକୁ ଆସୁଥିବା କୌଣସି ଏକ ବଡ଼ ରାଜନୈତିକ ବିସ୍ଫୋରଣର ପୂର୍ବାଭାସ ବୋଲି ଚର୍ଚ୍ଚା ହେଉଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri