ମେ ୯ ତାରିଖକୁ ଅନ୍ତର୍ଜାତୀୟ ମାତୃ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ସମସ୍ତେ ନିଜ ନିଜ ମା’ଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଆଶୀର୍ବାଦ କାମନା କରିଥାନ୍ତି । ଏହି ଅବସରରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ମା’ ମାଙ୍କଡ଼ ଓ ତା’ ଛୁଆକୁ ଦେଖିବାକୁ ମିଳୁଛି। ଭିଡିଓରେ ମା’ ମାଙ୍କଡଠାରୁ ଛୁଆ ମାଙ୍କଡ଼ଟି କ୍ଷୀର ପିଉଛି। ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି। କ୍ୟାପଶନ୍ରେ ଲେଖିଛନ୍ତି, ‘ମାତା, ଜୀବନ ପ୍ରଦାନକାରୀ ଶୁଭ ମାତୃ ଦିବସ’। ଏହା ଭାଇରାଲ ହେବାରେ ଲାଗିଛି।
Mother, the life giver🙏
Happy Mother’s Day. pic.twitter.com/l8OXDWgyf2— Susanta Nanda IFS (@susantananda3) May 9, 2021