‘ଜଣେ ଚମତ୍କାର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା’, ଟ୍ରମ୍ପ-ଏପଷ୍ଟାଇନଙ୍କ ସମ୍ପର୍କକୁ ନେଇ ମଲରେ ଲାଗିଲା ରେପ୍ଲିକା, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଓ୍ବାଶିଂଟନ,୨୦।୧: ୱାଶିଂଟନ ଡି.ସି.ର ନ୍ୟାସନାଲ ମଲରେ ରାତାରାତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଏକ ୧୦ ଫୁଟ ଉଚ୍ଚ ପ୍ରତିକୃତି ବା ରେପ୍ଲିକା।
ଏହା ଡୋନାଲ୍ଡ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏକ ପୁରୁଣା ଜନ୍ମଦିନ ବାର୍ତ୍ତାର ନକଲ, ଯାହା ଏକଦା ଦୋଷୀ ସାବ୍ୟସ୍ତ ହୋଇଥିବା ଯୌନ ଅପରାଧୀ ଜେଫ୍ରି ଏପଷ୍ଟାଇନଙ୍କୁ ଉପହାର ଦିଆଯାଇଥିଲା।
ଏହାକୁ ‘ଦି ସିକ୍ରେଟ ହ୍ୟାଣ୍ଡସେକ’ ନାମକ ଏକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ହୋଇଥିଲା। ଏହି ଇନଷ୍ଟଲେଶନ ଏକ ବଡ଼ କାର୍ଡ ପରି। ଗୋଟିଏ ପାର୍ଶ୍ୱରେ ଟ୍ରମ୍ପଙ୍କୁ ସମ୍ବୋଧିତ ଏକ ବାର୍ତ୍ତା ରହିଛି, ଯେଉଁଥିରେ ଜଣେ ମହିଳାଙ୍କ ସ୍କେଚ ରହିଛି। ଏଥିରେ ଲେଖା ଅଛି, ‘ଜନ୍ମଦିନର ଶୁଭେଚ୍ଛା ଏବଂ ପ୍ରତ୍ୟେକ ଦିନ ଆଉ ଏକ ଆଶ୍ଚର୍ଯ୍ୟଜନକ ଗୁପ୍ତ ରହସ୍ୟ ହେଉ।’ ଅନ୍ୟ ପାର୍ଶ୍ୱରେ ଲେଖା ଅଛି, ‘ହାପି ବାର୍ଥ ଡେ’ ଟୁ ଏ ଟେରିଫିକ ଗାୟ’।
ସୂଚନାଯୋଗ୍ୟ, ଏପଷ୍ଟାଇନଙ୍କ ଜନ୍ମଦିନ ଜାନୁଆରୀ ୨୦ ତାରିଖ ଥିଲା। ଗୋଷ୍ଠୀ ଅନୁଯାୟୀ, ରେପ୍ଲିକାଟି ରବିବାର ରାତିରେ ସ୍ଥାପିତ ହୋଇଥିଲା ଏବଂ ଜାନୁଆରୀ ୨୩ ତାରିଖ ପର୍ଯ୍ୟନ୍ତ ଏହାର ଅନୁମତି ରହିଛି। ୱାଲ ଷ୍ଟ୍ରିଟ ଜର୍ନାଲ ଗତ ବର୍ଷ ଜୁଲାଇରେ ଏହି ବାର୍ତ୍ତା ବିଷୟରେ ରିପୋର୍ଟ କରିଥିଲା। ଟ୍ରମ୍ପ ଏଥିରେ ସ୍ବାକ୍ଷର କରିବାକୁ ମନା କରିଥିଲେ ଏବଂ କହିଥିଲେ ଯେ ଏପଷ୍ଟାଇନଙ୍କ ସହିତ ତାଙ୍କର କୌଣସି ଘନିଷ୍ଠ ସମ୍ପର୍କ ନାହିଁ। ସେ ଖବରକାଗଜ ଉପରେ ମଧ୍ୟ ମାମଲା ରୁଜୁ କରିଥିଲେ, ଦାବି କରିଥିଲେ ଯେ ଅନ୍ୟ କେହି ଏହାକୁ ଲେଖିଥିବେ।
ଟ୍ରମ୍ଫ ଏପଷ୍ଟାଇନଙ୍କ ସହିତ ଜଡିତ କୌଣସି ଆଇନଗତ ଅଭିଯୋଗର ସମ୍ମୁଖୀନ ହୋଇନାହାଁନ୍ତି। ଯୌନ ଚାଲାଣ ଅଭିଯୋଗରେ ବିଚାର ପାଇଁ ଅପେକ୍ଷା କରି ୨୦୧୯ରେ ଜେଲରେ ଏପଷ୍ଟାଇନଙ୍କ ମୃତ୍ୟୁ ହୋଇଥିଲା। ଏହି ବାର୍ତ୍ତାଟି ଏପଷ୍ଟାଇନଙ୍କ ପ୍ରେମିକା ଘିସଲେନ ମ୍ୟାକ୍ସୱେଲଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଏକ ‘ଜନ୍ମଦିନ ପୁସ୍ତକ’ର ଅଂଶ ଥିଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟରେ ଖେଳିଗଲା ଚାଞ୍ଚଲ୍ୟ! ୨ ବଳାତ୍କାର ଅଭିଯୋଗରେ ଖେଳାଳି ନିଲମ୍ବିତ, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୨୪।୯: ଇଂଲଣ୍ଡର ଘରୋଇ କ୍ରିକେଟରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏସେକ୍ସ କାଉଣ୍ଟି କ୍ରିକେଟ କ୍ଲବର ୨୪ ବର୍ଷୀୟ ବ୍ୟାଟର ରବିନ ଦାସଙ୍କ ବିରୋଧରେ ଦୁଇଟି…

କୋଲାବ ନଦୀରେ ଭାସିଗଲେ ଶିକ୍ଷକ, ମାଛ ଧରୁଥିବା ବେଳେ…

କୋରାପୁଟ, ୨୪ା୯ (ଅମିତାଭ ବେହେରା): କୋଲାବ ନଦୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ଶିକ୍ଷକ ନିଖୋଜ ହୋଇଛନ୍ତି । ନିଖୋଜ ଶିକ୍ଷକ ହେଲେ ବନ୍ଦଗୁଡ଼ା ଅଞ୍ଚଳର ଭୀମଧର…

କେତୁଙ୍କ ନକ୍ଷତ୍ର ବଦଳିବା ମାତ୍ରେ ୪ ରାଶିଙ୍କୁ ଅପାର ଧନଲାଭ, ଚାକିରିରେ ପଦୋନ୍ନତି! ସବୁ କ୍ଷେତ୍ରରେ ପାଇବେ ଲାଭ ହିଁ ଲାଭ

ବୈଦିକ ଜ୍ୟୋତିଷରେ କେତୁଙ୍କୁ ରହସ୍ୟ, ଆଧ୍ୟାତ୍ମିକତା, ଗବେଷଣା ଓ ବୈରାଗ୍ୟ ସହ ଜଡ଼ିତ ଗ୍ରହ ଭାବେ ମନାଯାଏ। ନଭେମ୍ବର ଶେଷରେ କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ ହେବାକୁ ଯାଉଛି।…

ମ୍ୟାଚ୍‌ ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ କୋଚ: ଆମେ ଚାପ….

କରାଚି,୨୪।୯: ଏସିଆନ ଗେମ୍ସ ୨୦୨୬ରେ ପାକିସ୍ତାନ କ୍ରିକେଟ ଟିମ ଆସନ୍ତା ସେପ୍ଟେମ୍ବର ୨୮ ରୁ ନିଜ ଅଭିଯାନ ଆରମ୍ଭ କରିବ। ତେବେ କ୍ୱାର୍ଟର ଫାଇନାଲରେ ପାକିସ୍ତାନ କେଉଁ…

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?