ଜଟିଳ ରୋଗରେ ପୀଡ଼ିତ ହୋଇ ବି ପ୍ରଶଂସକଙ୍କୁ ହସାଉଛନ୍ତି ସୁମୋନା

ମୁମ୍ବାଇ: ଦ କପିଲ ଶର୍ମା ଶୋ’ରେ ବେଶ ପରିଚିତ ସୁମୋନା ଚକ୍ରବର୍ତ୍ତି ଜୁନ ୨୪ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକାଲି ସେ ଜଣେ ଭଲ କମେଡିଆନ ଭାବେ ବେଶ ପରିଚିତ । ସୁମୋନାଙ୍କୁ ହାପି-ଗୋ-ଲକି ନେଚରର ବୋଲି କୁହାଯାଇଥାଏ । ଅଭିନେତ୍ରୀ ତାଙ୍କ ଜୀବନରେ ଖୁବ୍ ଉତ୍ଥାନ ପତନ ଦେଇ ଗତି କରିଛନ୍ତି ।
ପିଲାବେଳୁ ଖୁବ୍ ଆକ୍ଟିଭ ଥିବା ସୁମୋନା ଆମିର ଖାଁ ଓ ମନିଷା କୋଇରାଲା ଷ୍ଟାରର ଫିଲ୍ମ ‘ମନ’ରୁ ନିଜର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ସେତେବେଳେ ସେ ମାତ୍ର ୧୦ ବର୍ଷ ବୟସର ହୋଇଥିଲେ । ନିକଟରେ ଏକ ଭିଡିଓ ଶେୟାର କରି ସେ ଏହି ସୂଚନା ଦେଇଛନ୍ତି ।
ଟେଲିଭିଜନ ଦୁନିଆରେ ସେ ଜଣେ ପରିଚତ ଚେହେରା ହେଲେ ମଧ୍ୟ ବୋଲ୍ଡନେସରେ ଖୁବ୍ ଆଗରେ । ବିଚ ଯିବାକୁ ପସନ୍ଦ କରୁଥିବା ବେଳେ ବିକିନି ଫଟୋ ଶେୟାର କରି ପ୍ରଶଂସକଙ୍କ ହୋସ ଉଡାନ୍ତି ସୁମୋନା । ଦାମୀ ଗାଡି ସୁମୋନାଙ୍କର ବେଶ ପସନ୍ଦ । ତାଙ୍କ ନିକଟରେ ଫରାରି ଓ ମର୍ସିଡିଜ ଭଳି ଦାମୀ ଗାଡି ରହିଛି । ସେ ସବୁବେଳେ ମର୍ସିଡିଜରେ ଯିବା ଆସିବା କରିବାକୁ ପସନ୍ଦ କରନ୍ତି ।
ବିବାହକୁ ନେଇ ଅନେକ ଥର ଆଲୋଚନା ହୋଇଥିବା ବେଳେ ସେ କିନ୍ତୁ କୁହନ୍ତି ବିବାହ କରିବା ଅପେକ୍ଷା ଇଣ୍ଡିପେଣ୍ଡେଣ୍ଟ ହେବା ଜରୁରୀ । ସେ ତାଙ୍କ ବଙ୍ଗାଳି କଲଚରକୁ ଖୁବ୍ ପସନ୍ଦ କରିନ୍ତି । ଏବେ ସୁମୋନା କପିଲ ଶର୍ମା ଶୋ’ର ଟିମ ସହ ୱାର୍ଲଡ ଟୁରରେ ଅଛନ୍ତି । ଏହି ଶୋ’ ପାଇଁ ତାଙ୍କୁ ଏକ ଟେଲିଭିଜନ ଆୱାର୍ଡ ବି ମିଳି ସାରିଛି ।
ଲୋକଙ୍କୁ ହସାଉଥିବା ଏହି ଅଭିନେତ୍ରୀ କିନ୍ତୁ ଏକ ଜଟିଳ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ । ସେ ନିଜେ ସୂଚନା ଦେଇ କହିଛନ୍ତି କି ଏବେ ସେ ଷ୍ଟେଜ-୪ ଏଣ୍ଡୋମେଟ୍ରିୟୋସିସରେ ପିଡିତ । ସେ କୁହନ୍ତି ଯେ ଏଥିପାଇଁ ବେଳେ ବେଳେ ତାଙ୍କ ପେଟରେ ଖୁବ୍ ଯନ୍ତ୍ରଣା ହୋଇଥାଏ । ଏହାପରେ ବି ସେ ଦର୍ଶକଙ୍କୁ ହସାଇ ଚାଲିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?