Posted inଫୁରସତ

ସବୁଠୁ ଖୁସି ରାଜ୍ୟ ‘ମିଜୋରାମ’

ଆଇଜଲ୍‌: ମିଜୋରାମ ହେଉଛି ଭାରତର ସବୁଠୁ ଖୁସି ରାଜ୍ୟ। ଗୁରୁଗ୍ରାମସ୍ଥିତ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌ ଏକ ରିପୋର୍ଟ ଜାରି କରିଛି। ଯେଉଁଥିରେ କି ଇନ୍‌ଷ୍ଟିଚ୍ୟୁଟ୍‌ର ଷ୍ଟ୍ରାଟେଜି ପ୍ରଫେସର ରାକେଶ କେ ପିଲ୍ଲାନିଆ ତାଙ୍କର ଏହି ଅନୁଧ୍ୟାନରୁ ଜଣାଇଛନ୍ତି। ଏଥିସହ ମିଜୋରାମ ମଧ୍ୟ ଭାରତରେ ଶତପ୍ରତିଶତ ସାକ୍ଷରତା ହାସଲ କରିଥିବା ଦ୍ୱିତୀୟ ରାଜ୍ୟ। ରିପୋର୍ଟ ମୁତାବକ, ପାରିବାରିକ ସମ୍ପର୍କ, ନିଯୁକ୍ତି ପ୍ରସଙ୍ଗ, ସାମାଜିକ ପ୍ରସଙ୍ଗ, ଧର୍ମ, କୋଭିଡ୍‌-୧୯ର ପ୍ରଭାବ, ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ଭିତ୍ତି କରି ଏହି ସୂଚକାଙ୍କ ପ୍ରସ୍ତୁତ ହୋଇଛି। ମିଜୋ ସ୍କୁଲର ଜଣେ ଛାତ୍ରଙ୍କ କହିବା ଅନୁସାରେ, ତାଙ୍କ ବାପା ତ୍ୟାଗ କରିବା ପରେ ତାଙ୍କୁ ବହୁତ କଷ୍ଟ କରିବାକୁ ପଡିଥିଲା। ଏହାସତ୍ତ୍ୱେ ମଧ୍ୟ ସେ ସକାରାତ୍ମକ ଭାବନା ରଖି ପାଠପଢି ପ୍ରଶାସନିକ ସେବା ପରୀକ୍ଷା ଲାଗି ପ୍ରସ୍ତୁତି କରୁଥିବା କହିଛନ୍ତି। ଅନ୍ୟ ଜଣେ ଛାତ୍ର କହିଛନ୍ତି, ସ୍କୁଲର ଶିକ୍ଷକମାନେ ସାଙ୍ଗ ପରି। ଯେକୌଣସି ବିଷୟ ହେଉ ମଧ୍ୟ ସେମାନେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସହ ଶେୟାର କରିଥାନ୍ତି। ଶିକ୍ଷକମାନେ ନିୟମିତ ତାଙ୍କର ଓ ତାଙ୍କ ଅଭିଭାବକଙ୍କ ସହ ଯୋଗାଯୋଗ ରଖିଥାନ୍ତି। ତାଙ୍କ ସମାଜରେ ଜାତିଗତ ଭେଦଭାବ ନାହିଁ। ଅଭିଭାବକମାନେ ପାଠପଢା ନେଇ ପିଲାଙ୍କ ଉପରେ କୌଣସି ଚାପ ପକାନ୍ତି ନାହିଁ। ପାଠପଢା ସରିବା ମାତ୍ରେ ସେଠାକାର ପିଲାମାନେ ଲିଙ୍ଗ ନିର୍ବିଶେଷରେ ଚାକିରି କରିଥାନ୍ତି। ତେବେ ସେଠାକାର ଯୁବବର୍ଗ କୌଣସି କାର୍ଯ୍ୟକୁ ଛୋଟ ମନେକରନ୍ତିନି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri