ଡିସେମ୍ବରରେ ୪୫୦ ବର୍ଷ ପୁରୁଣା କିଲାରେ ବିବାହ କରିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡରେ ଏବେ ବିବାହ ଋତୁ ଚାଲିଛି । ଜଣକ ପରେ ଜଣେ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରମରେ ଏବେ ସବୁଠାରୁ ଆଗରେ ରହିଛନ୍ତି କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରା । ଏହି ଯୋଡି କେବେ ବିବାହ କରିବେ ତାହା ଜଣା ନ ଥିଲେ ବି ପ୍ରତିଦିନ ଏମାନଙ୍କ ରିଲେସନକୁ ନେଇ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ତେବେ ବିବାହ ତାଲିକାରେ ଏବେ ଏଣ୍ଟ୍ରି ମାରିଛନ୍ତି ଅଭିନେତ୍ରୀ ହଂସିକା ମୋଟୱାନି । ହଂସିକାଙ୍କ ବିବାହ ପକ୍କା ହୋଇଯାଇଥିବା ଜଣାପଡିଛି । ଅଭିନେତ୍ରୀ ଚଳିତ ବର୍ଷ ବିବାହ କରିବେ ବୋଲି ଶୁଣାଯାଉଛି । ହେଲେ ହଂସିକାଙ୍କ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । କିନ୍ତୁ ତାଙ୍କ ବିବାହକୁ ନେଇ କିଛି ଖବର ଏବେ ଶୁଣିବାକୁ ମିଳୁଛି ।
ହଂସିକା ଜୟପୁରରେ ଥିବା ୪୫୦ ବର୍ଷ ପୁରୁଣା ମୁଂଡୋତା କିଲାରେ ବିବାହ କରିବେ ବୋଲି କୁହାଯାଉଛି । ଆସନ୍ତା ଡିସେମ୍ବରରେ ସେ ଏହି କିଲାରେ ବିବାହ କରିବେ । ସେଥିପାଇଁ ଏବେଠାରୁ କୁଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଖବର ଅନୁଯାୟୀ, ବିବାହର ସମସ୍ତ କାର୍ଯ୍ୟ ଏହି କିଲାରେ କରାଯିବ ବୋଲି କୁହାଯାଉଛି । ହଂସିକା ଜଣେ ବିଜନେସମ୍ୟାନଙ୍କୁ ବିବାହ କରୁଥିବା ଆଲୋଚନା ହେଉଛି । ଏବେ ପର୍ଯ୍ୟନ୍ତ ହଂସିକା ମୋଟୱାନିଙ୍କ ବିବାହ ତାରିଖ ସ୍ପଷ୍ଟହୋଇ ନ ଥିବା ବେଳେ ଡିସେମ୍ବରରେ ବିବାହ କରିବାକୁ ସେ ପ୍ରସ୍ତୁତ ହେଉଥିବା କୁହାଯାଉଛି । ସାଂସ୍କୃତିକ ଭାବେ ସମୃଦ୍ଧ ଜୟପୁର ସହରରେ ଅତିଥିମାନଙ୍କ ଆଗମନ ପାଇଁ ବହୁ ପୂର୍ବରୁ ସମସ୍ତ ବ୍ୟବସ୍ଥା କରାଯାଉଛି ।
ହଂସିକାଙ୍କ ସମ୍ପର୍କରେ କଥା ହେଲେ ଏହି ଅଭିନେତ୍ରୀ ଶିଶୁ କଳାକାର ଭାବେ ଶାକା ଲାକା ବୁମ ବୁମ, କ୍ୟୁଂକି ସାସ ଭି କଭି ବୋହୂ ଥି ଓ ସୋନ ପରି ଭଳି ଟେଲିଭିଜନ ଧାରାବାହିକରୁ କ୍ୟାରିୟର ଆରମ୍ଭ କରିଛନ୍ତି । ଏହାସହ ହ୍ରିତିକ ରୋଶନଙ୍କ ହିଟ୍ ମୁଭି କୋଇ ମିଲ ଗୟାରେ ବି ସେ ଅଭିନୟ କରିଛନ୍ତି । ଏହାପରେ ସେ ବଲିଉଡରେ ଆପ କା ସୁରୁର, ମନି ହୋ ତୋ ହନି ହୈ ଭଳି ଫିଲ୍ମରେ କାମ କରିବା ପରେ ସାଉଥ୍ ଇଣ୍ଡଷ୍ଟ୍ରିରେ ଧାମାଲ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ପରେ ପ୍ରତାରଣା ଦେଲେ କହ୍ନେଇ: ବିଧବାଙ୍କୁ ବଳାତ୍କାର ପରେ…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ପୋଲିସ କହ୍ନେଇ ମହାନ୍ତି(୨୬) ନାମକ ଜଣେ ଯୁବକଙ୍କୁ ବଳାତ୍କାର ଓ ଠକେଇ ମାମଲାରେ ଗିରଫ କରି…

ଅସନ୍ତୋଷ ଘେରରେ ଜିଲାପାଳଙ୍କ ଜନଶୁଣାଣି:ଘଣ୍ଟା ଘଣ୍ଟା ଅପେକ୍ଷା ପରେ ବି ସମସ୍ୟା ସମାଧାନ ନେଇ…

କୁନ୍ଦୁରା,୧୨।୧୦ ସନ୍ତୋଷ ପ୍ରହରାଜ: କୋରାପୁଟ ଜିଲାର କୁନ୍ଦୁରା ବ୍ଲକରେ ଅନୁଷ୍ଠିତ ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ଦ୍ଧାରିତ ସମୟରେ ଶିବିର…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅନ୍ତୋଷ, ଟିପିଏସ୍‌ଓଡିଏଲ୍‌ କାର୍ଯ୍ୟାଳୟ ଘେରାଉ ଚେତାବନୀ ତେଜିଲା

ହିଞ୍ଜିଳିକାଟୁ,୧୨।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ନେଇ ଦିନକୁ ଦିନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ବିନା ସୂଚନାରେ ପ୍ରତିଦିନ ୨ରୁ ୫…

୧୫୦ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଦ୍ୱିତୀୟଥର ଘଟିଲା ଏହି ଘଟଣା: ବିରଳ ରେକର୍ଡ କଲେ ଏହି ବ୍ୟାଟ୍ସମ୍ୟାନ୍‌

ଡର୍ବାନ,୧୨।୧୦:ଟେଷ୍ଟ କ୍ରିକେଟ୍‌ରେ ବେଳେବେଳେ ଏପରି କିଛି ବିରଳ ରେକର୍ଡ ଦେଖିବାକୁ ମିଳେ, ଯାହା କ୍ରିକେଟ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦିଏ। ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଡର୍ବାନର କିଙ୍ଗ୍ସମିଡ…

ସେବା ସେତୁରେ ଲୋକଙ୍କ ଗୁହାରି ଶୁଣିଲା ପ୍ରଶାସନ, ସମାଧାନର ଭରସା ଦେଲେ ଅଧିକାରୀ

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରୀ ପଞ୍ଚାୟତ ପରିସରରେ ସୋମବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ…

ବଳାତ୍କାର ମାମଲାରେ ଆସିଲା ବଡ଼ ରାୟ: ପୀଡ଼ିତାଙ୍କୁ…

ନବରଙ୍ଗପୁର, ୧୨/୧୦ (ସଦାଶିବ ପ୍ରହରାଜ): ଏକ ବଳାତ୍କାର ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ୍ ଗରଡ଼ାଙ୍କୁ…

ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା…

ମୁହଁତୋଡ ଜବାବ ଦେଲେ କ୍ୟାଟ୍ରିନା: କହୁ କହୁ କହିଦେଲେ…

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌। ଓଜନ ବୃଦ୍ଧିକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ଏବେ ସେ ନିଜ ଷ୍ଟାଇଲିସ ଲୁକକୁ ନେଇ ସାଉଁଟିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?