Posted inଫୁରସତ

୩୦ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଗୁଡ଼ି ନାଁ ଶୁଣିଲେ ଲୋକଙ୍କ ପୁରୁଣା ସ୍ମୃତି ସତେଜ ହୋଇଯାଏ। ଗୁଡ଼ି ଉଡ଼ାଇବାର ମଜା ଯିଏ ଜାଣିଛି, ସେ ସାରା ଜୀବନ ମନେ ରଖିଛି। ପ୍ରାୟତଃ ସୋସିଆଲ ମିଡିଆରେ ଗୁଡ଼ି ଉଡ଼ିବାର ଅନେକ ଭିଡିଓ ଭାଇରାଲ ହୋଇଥାଏ। କିନ୍ତୁ ଆପଣ କେବେ ଦେଖିଛନ୍ତି କି, ଜଣେ ବ୍ୟକ୍ତି ଗୁଡ଼ି ସହିତ ଆକାଶରେ ଉଡ଼ିଯିବାର। ଯଦି ନା ତେବେ ନିକଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଗୁଡ଼ି ଉଡ଼ାଉଥିବା ବେଳେ ଜଣେ ବ୍ୟକ୍ତି ହଠାତ୍‌ ଆକାଶକୁ ଉଠି ଯାଇଥିଲେ। ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ଝୁଲି ରହିଥିଲେ।

 

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ଶ୍ରୀଲଙ୍କାର ଜାଫନାରୁ ଆସିଛି। ଯେତେବେଳେ ଏଠାରେ ଏକ ଅଞ୍ଚଳରେ ଗୁଡ଼ି ଉଡ଼ାଇବା ପ୍ରତିଯୋଗିତା ଚାଲିଥିଲା। ସେତେବେଳେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ବ୍ୟକ୍ତି, ତାଙ୍କ ଅନ୍ୟ ଦଳ ସହିତ, ଦଉଡ଼ି ଧରି ଏକ ବଡ଼ ଗୁଡ଼ିକୁ ଟସ୍‌ କରିବାକୁ ଚେଷ୍ଟା କରୁଥିବାବେଳେ ହଠାତ୍‌ ସେ ୩୦ ଫୁଟ ଉଚ୍ଚ ଆକାଶକୁ ଚାଲିଯାଇଥିଲେ। ଏହା ଦେଖି ତାଙ୍କ ସାଥୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ ଗୁଡ଼ିଟି ଏତେ ଓଜନ ଥିଲା ଯେ ବ୍ୟକ୍ତି ଜଣକ ଆକାଶରେ ଉପରକୁ ଉଠିଯାଇଥିଲେ। ସେ ଦଉଡ଼ି ଧରି ଝୁଲି ରହିଥିଲେ।

ଏହି ବିପଜ୍ଜନକ ଦୃଶ୍ୟ ଦେଖି ତାଙ୍କ ସାଥୀମାନେ ପାଟି କରି କହିଲେ, ଦଉଡ଼ି ଛାଡ଼ି ଦିଅ ନ ହେଲେ ଆହୁରି ଉପରକୁ ଉଠିଯିବ। ଯେତେବେଳେ ଗୁଡ଼ିଟି ତଳକୁ ଖସିଲା ବ୍ୟକ୍ତି ଜଣକ ଦଉଡ଼ି ଛାଡ଼ି ଦେଇ ତଳେ ପଡ଼ିଗଲେ। ଏଥିରେ ସେ ବହୁ ଆଘାତ ପାଇଥିଲେ। ଯାହା ବି ହେଉ ତାଙ୍କ ଜୀବନ ରକ୍ଷା ହୋଇଗଲା।


Enter your email to get our daily news in your inbox.

All Right Reserved By Dharitri.Com

ପଟଚିତ୍ର ଶିଳ୍ପୀ ରଶ୍ମିରଞ୍ଜନ

ଓଡ଼ିଶାର ପାରମ୍ପରିକ କଳା ଓ ପୁରାଣକଥାକୁ ନେଇ ପଟଚିତ୍ର ତିଆରି କରୁଛନ୍ତି ଯୁବଶିଳ୍ପୀ ରଶ୍ମିରଞ୍ଜନ ମହାପାତ୍ର। ଯେଉଁଥିପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର ଓ ସମ୍ମାନ।...

୩ ହଜାର ବର୍ଷ ପୁରୁଣା ମମି କଣ୍ଠରୁ ସୃଷ୍ଟି ହେଲା ଶବ୍ଦ

ବର୍ଲିନ୍‌,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ...

ଶହେ ପରିବାରକୁ ଏକ ମାସର ରାଶନ ସହ ୩ ହଜାର ମାସ୍କ ବାଣ୍ଟିଲେ ଦିବ୍ୟାଙ୍ଗ ଭିକାରି

ପଠାନକୋଟ,୧୯।୫: କରୋନା ସଙ୍କଟ ସମୟରେ ମାନବିକତାର କିଛି ଚିତ୍ର ମଧ୍ୟ ଦେଖିବାକୁ ମିଳିଛି। ପଞ୍ଜାବର ପଠାନକୋଟରେ ଏମିତି ଏକ ଚିତ୍ର ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା...

ପକ୍ଷୀର ଘର ବଞ୍ଚାଇବା ପାଇଁ ୩୫ ଦିନ ଅନ୍ଧାରରେ ରହିଲା ପୁରା ଗାଁ

ମଣିଷ ନିଜର ସୁବିଧା ପାଇଁ ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ କରିବାରେ ଲାଗିଛି। ଫଳରେ ପଶୁପକ୍ଷୀମାନେ ପଣଜଙ୍ଗଲ ଛାଡି ଜନବସତି ମଧ୍ୟକୁ ପଶିଆସୁଛନ୍ତି। ଏପରି ଏକ ଘଟଣା...

୫୦୦ ବର୍ଷ ତଳେ ପ୍ରାଣୀକେଶରୁ ବ୍ରଶ୍‌ ତିଆରି କରିଥିଲା ଚାଇନା

ବେଜିଂ,୩।୫: ସକାଳୁ ଉଠିଲେ ସଭିଏଁ ଦାନ୍ତ ଘଷିବା ପାଇଁ ବ୍ରଶ୍‌‌ ଖୋଜି ବସନ୍ତି। ବ୍ରଶ୍‌‌ କରିବା ପରେ ଅନ୍ୟ କାମ କରିବାକୁ ଲୋକେ ପସନ୍ଦ କରନ୍ତି।...

ଘର ପାଇଁ ଦୀପାବଳିରେ କିଣନ୍ତୁ ଏସବୁ ଆସବାବପତ୍ର…

ଆଲୋକର ପର୍ବ ଦୀପାବଳିରେ ଘରକୁ ନୂଆ ଜିନିଷ କିଣି ଆଣିବାକୁ କେତେକ ସୌଭାଗ୍ୟ ବର୍ଦ୍ଧକ ବୋଲି ମନେ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘର ଓ...

ପରିବେଶ ପ୍ରଦୂଷଣ ଏବଂ ବନ୍ୟପ୍ରାଣୀ

ପରିବେଶ ବାତାବରଣ ମଧ୍ୟରେ ବଢୁଥିବା ବିଭିନ୍ନ ପ୍ରାଣୀ, ପକ୍ଷୀ, ମାଛ, ଜଳଚର ପ୍ରାଣୀ ଓ ଜଳଜ ଉଦ୍ଭିଦକୁ ନେଇ ବନ୍ୟଜୀବନ ଗଠିତ। ପରିବେଶ କହିଲେ ବାୟୁ,...

ଯୌତୁକରେ ବାଇକ୍‌ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ

ବହରାଇଚ୍‌,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ।...

Advertisement
Archives

Model This Week