Posted inଫୁରସତ

ହସ୍ତତନ୍ତ ସାଂସ୍କୃତିକ ଐତିହ୍ୟର ପ୍ରତୀକ

ହସ୍ତତନ୍ତ କ୍ଷେତ୍ର ହେଉଛି ଦେଶର ଗୌରବମୟ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଦେଶରେ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ। ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଜୁଲାଇ ୨୦୧୫ ରେ ଅଗଷ୍ଟ ୭ ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ଘୋଷଣା କରିଥିଲେ।
ଏହି ଦିନଟି ସ୍ବତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ। ଦେଶର ସମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବୁଣାକାରଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ସେମାନଙ୍କୁ ସଶକ୍ତ କରିବା ସହ ଏହି ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ।
ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଜାତୀୟ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହିତ କରି ସ୍ବଦେଶୀ ଅର୍ଥନୀତିକୁ ମଜବୁତ କରିବା। ଏଥିସହ ବୁଣାକାରଙ୍କ ଆୟ ବୃଦ୍ଧି ସ୍ବଦେଶୀ ହସ୍ତତନ୍ତ କଳା ବଞ୍ଚାଇ ରଖିବା ମୁଖ୍ୟ ଲକ୍ଷ୍ୟ। ବୁଣାକାରଙ୍କ ହାତର କାରୁକାର୍ଯ୍ୟ ଦେଶର ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିଥାଏ।
ଭାରତ ସରକାରଙ୍କ ହସ୍ତତନ୍ତ ବିଭାଗ ଏହି ମହାନ ଐତିହ୍ୟକୁ ସଂରକ୍ଷିତ କରି ରଖି ଅନ୍ତର୍ଜାତିକ ବଜାରରେ ଏହାର ଚାହିଦା ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହା ଫଳରେ ଓ ବୁଣାକାରମାନେ ଯେତିକି ମୂଲ୍ୟ ପାଉଛନ୍ତି ତାର ୧୦ ଗୁଣା ଅଧିକ ମୂଲ୍ୟ ପାଇପାରୁଛନ୍ତି। ହସ୍ତତନ୍ତ ଉତ୍ପାଦ ବିକ୍ରି କ୍ଷେତ୍ରରେ ମଧ୍ୟସ୍ଥିମାନଙ୍କୁ ହଟେଇ ଦେବା ପାଇଁ ଚେଷ୍ଟା କରାଯାଉଛି । ଏହା ଫଳରେ ବୁଣାକାରମାନେ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ମୂଲ୍ୟ ପାଇପାରିବେ।
ବିଶ୍ୱର ପ୍ରାୟ ୨୦୦ ଦେଶ ମଧ୍ୟରୁ ମାତ୍ର ୮ରୁ ୧୦ଟି ଦେଶ ହସ୍ତତନ୍ତ କ୍ଷେତ୍ରରେ ସମୃଦ୍ଧ । ଏହି କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ଭାରତ ପାଖରେ କ୍ଷମତା ରହିଛି । ତେବେ ଏଥିପାଇଁ ହସ୍ତତନ୍ତ କ୍ଷେତ୍ରରେ ଅନେକ କାମ କରିବାକୁ ରହିଛି । ଏହି କ୍ରମରେ ଭାରତର ବୁଣାକାରମାନେ ଭଲ ଉଦ୍ୟମ ଜାରି ରଖିଛନ୍ତି । ସରକାର ବୁଣାକାରମାନଙ୍କ ଉନ୍ନତି ନିମନ୍ତେ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ସେମାନଙ୍କୁ ଏହାର ଲାଭ ମଧ୍ୟ ମିଳୁଛି। ଯୁବପିଢ଼ିଙ୍କୁ ବୁଣାକାର କ୍ଷେତ୍ରକୁ ଆକର୍ଷିତ କରାଯିବା ଲାଗି ସରକାରଙ୍କ ଉଦ୍ୟମ ଅବ୍ୟାହତ ରହିଛି। ସେମାନେ ଯେପରି ଭଲ ପାରିଶ୍ରମିକ ପାଇବେ ତାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ଅଗଷ୍ଟ ୭ ତାରିଖ ୨୦୧୫ ରେ ଅନୁଷ୍ଠିତ ହୋଇଥିଲା। ଏହି ଦିନ, ହସ୍ତତନ୍ତ ବୁଣା ସମ୍ପ୍ରଦାୟକୁ ସମ୍ମାନିତ କରାଯାଇଥାଏ। ଦେଶର ସାମାଜିକ-ଅର୍ଥନୈତିକ ବିକାଶରେ ଏହି କ୍ଷେତ୍ରର ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଦେଶର ହସ୍ତତନ୍ତ ଐତିହ୍ୟକୁ ସୁରକ୍ଷା ଦେବା ଏବଂ ଅଧିକ ସୁଯୋଗ ସହିତ ହସ୍ତତନ୍ତ ବୁଣାକାର ଏବଂ ଶ୍ରମିକମାନଙ୍କୁ ସଶକ୍ତ କରିବା ହିଁ ଏହି ଦିନର ମୁଖ୍ୟ ଉଦ୍ଦେଶ୍ୟ ।

ବ୍ରିଟିଶ ସରକାରଙ୍କ ଦ୍ୱାରା ବଙ୍ଗଳା ବିଭାଜନକୁ ବିରୋଧ କରିବା ପାଇଁ ୧୯୦୫ ମସିହାରେ କଲିକତା ଟାଉନ ହଲରେ ଆରମ୍ଭ ହୋଇଥିବା ସ୍ବଦେଶୀ ଆନ୍ଦୋଳନକୁ ସ୍ମରଣ କରିବା ପାଇଁ ଅଗଷ୍ଟ ୭ତାରିଖକୁ ଜାତୀୟ ହସ୍ତତନ୍ତ ଦିବସ ଭାବରେ ମନୋନୀତ କରାଯାଇଥିଲା। ଘରୋଇ ଉତ୍ପାଦ ଏବଂ ଉତ୍ପାଦନ ପ୍ରକ୍ରିୟାକୁ ପୁନର୍ଜୀବିତ କରିବାକୁ ଏହି ଆନ୍ଦୋଳନ ଲକ୍ଷ୍ୟ ରଖା ଯାଇଥିଲା।
ମହିଳା ସଶକ୍ତିକରଣ ପାଇଁ ଏହି କ୍ଷେତ୍ର ହେଉଛି ଗୁରୁତ୍ୱପୂର୍ଣ୍ଣ କାରଣ ୭୦ ପ୍ରତିଶତରୁ ଅଧିକ ବୁଣାକାର ଏବଂ ସହଯୋଗୀ ଶ୍ରମିକ ମହିଳା।
ସମ୍ପ୍ରତି ବଜାରରେ ହସ୍ତଶିଳ୍ପର ଚାହିଦା ବେଶ ଅଧିକ ରହିଛି । ଉଭୟ ନୂଆ ଏବଂ ପୁରୁଣା ପିଢ଼ି ହାତ ତିଆରି ଜିନିଷ ପ୍ରତି ବେଶ ଆକର୍ଷିତ ହେଉଥିବା ଦେଖାଯାଉଛି ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri