Posted inଖେଳ

ହାମିଲଟନଙ୍କୁ ୭ମ ବ୍ରିଟିଶ ଗ୍ରାଁ ପ୍ରି ଟାଇଟଲ

ସିଲଭରଷ୍ଟୋନ୍‌, ୩ା୮: ଅନ୍ତିମ ଲାପ୍‌ରେ ଟାୟାର ପଙ୍କ୍‌ଚର ସତ୍ତ୍ୱେ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ରବିବାର ଅନୁଷ୍ଠିତ ବ୍ରିଟିଶ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ଟାଇଟଲ ଜିତିିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୭ତମ ଟାଇଟଲ। କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ରେକର୍ଡଠାରୁ ସେ ଆଉ ମାତ୍ର ୪ ବିଜୟ ପଛରେ ରହିଛନ୍ତି। ସିଲଭରଷ୍ଟୋନ୍‌ଠାରେ ଏହି ଚାମ୍ପିୟନଶିପ୍‌ ଲିଡର ତାଙ୍କ ବିଜୟ ରେକର୍ଡ ମଧ୍ୟ ୭କୁ ବୃଦ୍ଧି ପାଇଛି। ରବିବାର ରେସ୍‌ରେ ହାମିଲଟନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ରେଡବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କଠାରୁ ୬ସେକେଣ୍ଡ ଆଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ରେସ୍‌ ଶେଷ ହେବାକୁ ଆହୁରି ୩ ଲାପ୍‌ ବାକି ରହିଥିବାବେଳେ ହାମିଲଟନଙ୍କ ଟିମ୍‌ମେଟ ଭାଲ୍‌ଟେରି ବୋଟାସଙ୍କ ଚକା ପଙ୍କ୍‌ଚର ହୋଇଯାଇଥିଲା। ଫଳରେ ସେ ୧୧ତମ ସ୍ଥାନ ଅଧିକାର କରିଥିଲେ। ଟାଇଟଲ ରେସ୍‌ରେ ସେ ହାମିଲଟନଙ୍କଠାରୁ ୩୦ ପଏଣ୍ଟ ପଛରେ ରହିଛନ୍ତି। ଭର୍ଷ୍ଟାପେନ୍‌ଙ୍କ ପଛକୁ ତୃତୀୟ ସ୍ଥାନରେ ରହିଥିଲେ ଫେରାରିର ଚାଲର୍‌ସ ଲେକ୍‌ରେକ୍‌। ୪ଥର ଫର୍ମୁଲା ଓ୍ବାନ ଚାମ୍ପିୟନ ସେବାଷ୍ଟିଆନ ଭେଟେଲ ଶ୍ରେଷ୍ଠ ୫ ଭିତରେ ରହିବାରେ ବିଫଳ ହୋଇଛନ୍ତି। ସେ ୧୦ମ ସ୍ଥାନରେ ରହିଥିଲେ। ମ୍ୟାକଲରେନର କାର୍ଲୋସ ସେଞ୍ଜ୍‌ ଜୁନିୟରଙ୍କ ମଧ୍ୟ ଶେଷ ଲାପ୍‌ରେ ପଙ୍କଚର ହୋଇଥିଲା। ସେ ୧୩ ତମ ସ୍ଥାନରେ ରହିଥିଲେ। ଆସନ୍ତା ରବିବାର ସିଲଭରଷ୍ଟାନ୍‌ରେ ଆଉ ଏକ ରେସ୍‌ ଅନୁଷ୍ଠିତ ହେବ। ବ୍ରିଟିଶ ଗ୍ରାଁରେ ରବିବାର ଘଟିଥିବା ମୁଖ୍ୟ ଘଟଣାଗୁଡ଼ିକ ମଧ୍ୟରେ ରେସିଂ ପଏଣ୍ଟ ତରଫରୁ ସର୍ଗିଓ ପେରେଜଙ୍କ ସ୍ଥାନରେ ରେସ୍‌ରେ ଭାଗ ନେବାକୁ ଥିବା ନିକୋ ହକେନବର୍ଗଙ୍କ କାର୍‌ରେ ସମସ୍ୟା ଦେଖା ଦେବାରୁ ସେ ରେସ୍‌ରେ ସାମିଲ ହୋଇ ପାରି ନ ଥିଲେ। ରେଡ୍‌ବୁଲ୍‌ର ଆଲେକ୍‌ଜାଣ୍ଡର ଆଲବନଙ୍କ କାର୍‌ ସହିତ କଣ୍ଟାକ୍ଟ ଯୋଗୁ ହାସ୍‌ ଫର୍ମୁଲା ଓ୍ବାନ ଟିମ୍‌ର କେଭିନ ମାଗ୍ନସେନ୍‌ ରେସ୍‌ରେୁ ଆଉଟ୍‌ ହୋଇଯାଇଥିଲେ। ଏହି ଦୁର୍ଘଟଣା ପାଇଁ ଆଲବନ୍‌ଙ୍କୁ ୫ ସେକେଣ୍ଡ ପେନାଲ୍ଟି ହୋଇଥିଲା। ଆଲ୍‌ଫା ତାଉରିର ଡାନିଲ କ୍ୟାତ୍‌ଙ୍କ ଚକା ପଙ୍କଚର ହୋଇଯିବାରୁ ତାଙ୍କ କାର୍‌ କାନ୍ଥରେ ଧକ୍କା ହୋଇଯାଇଥିଲା। ତାଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ସସ୍‌ପେନସନ କାମ କରି ନ ଥିଲା। ଫଳରେ ତାଙ୍କୁ ମଧ୍ୟ ରେସ୍‌ରୁ ଆଉଟ ହୋଇଯିବାକୁ ପଡ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

IPL 2027 ପୂର୍ବରୁ CSKର ବଡ଼ ଘୋଷଣା: ନୂଆ ହେଡ କୋଚ ହେଲେ…

ଚେନ୍ନାଇ,୨୧।୯: ଇଣ୍ଡିଆନ ପ୍ରିମିୟର ଲିଗ (IPL) 2027 ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏକ ବଡ଼ ଘୋଷଣା କରିଛି। ଭାରତର ପୂର୍ବତନ ତାରକା ଦ୍ରୁତ ବୋଲର୍‌…

ଅଧୁରା ରହିଗଲା ବୈଭବଙ୍କ ବଡ଼ ଇଚ୍ଛା, ଏବେ ଶ୍ରେୟସଙ୍କ ନିଷ୍ପତ୍ତି ଉପରେ ନଜର

ନୂଆଦିଲ୍ଲୀ: ଏସିଆନ ଗେମ୍ସ ପୂର୍ବରୁ ଜାପାନ ବିପକ୍ଷରେ ଭାରତୀୟ କ୍ରିକେଟ ଦଳ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ। ଏହି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କ ନେତୃତ୍ୱରେ…

ଅମିତ ଶାହାଙ୍କୁ ଭେଟିଲେ ଗୌତମ ଗମ୍ଭୀର: ଦେଲେ ଏହି ବିଶେଷ ଉପହାର, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ସୋମବାର କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତକାରର ଫଟୋ ଗମ୍ଭୀର…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?