Posted inଖେଳ

ମର୍ସିଡିଜ୍‌ ସହ ଆଉ ୨ ବର୍ଷ ରହିବେ ହାମିଲ୍‌ଟନ

ସ୍ପିଲବର୍ଗ, ୪ା୭(ଏପି)-ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ମର୍ସିଡିଜ ସହ ତାଙ୍କ ଚୁକ୍ତିନାମାକୁ ଆହୁରି ୨ ବର୍ଷ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିମ୍‌ ସହ ସେ ୨୦୨୩ ସିଜନ ପର୍ଯ୍ୟନ୍ତ ରହିବେ। ୭ଥର ଚାମ୍ପିୟନ ହାମିଲଟନଙ୍କ ମର୍ସିଡିଜ୍‌ ସହ ଏକ ୯ମ ସିଜନ ଚାଲିଛି। ୮ମ ଥର ଚାମ୍ପିୟନ ହୋଇପାରିଲେ ହାମିଲଟନ ମାଇଲେକ ସୁମାକରଙ୍କ ସର୍ବକାଳୀନ ରେକର୍ଡକୁ ଅତିକ୍ରମ କରିବେ। ଚଳିତବର୍ଷ ୮ମ ରେସ୍‌ ପରେ ହାମିଲଟନ ବର୍ତ୍ତମାନ ଚାମ୍ପିୟନଶିପ୍‌ ଟେବୁଲରେ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ଙ୍କ ପଛକୁ ୧୮ ପଏଣ୍ଟ ପଛରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଭର୍ଷ୍ଟାପେନ୍‌ ଚଳିତବର୍ଷ ହାମିଲଟନଙ୍କ ତୁଳନାରେ ୪-୩ ବିଜୟ ଏବଂ ପୋଲ୍‌ ପୋଜିଶନରେ ୩-୨ରେ ଅଗ୍ରଣୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିରଫ ହେଲେ ଏହି ମହାନ କ୍ରିକେଟର୍‌

ସିଡନୀ,୨୦।୧୦: ଘରୋଇ ହିଂସା ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟ ମହାନ ମାଇକେଲ ସ୍ଲେଟରଙ୍କୁ ବୁଧବାର ସିଡନୀରେ ଗିରଫ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଘଟଣାରେ ୫୧...

ବିଶ୍ୱକପ୍‌ ପୂର୍ବରୁ ସନ୍ୟାସ ଘୋଷଣା କରି ଚମକାଇଲେ ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୧୬।୮: ଆୟର୍ଲାଣ୍ଡର ତାରକା ଅଲରାଉଣ୍ଡର କେଭିନ୍‌ ଓ’ ବ୍ରାଇନ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ସେ ନିଜର ଟୁଇଟର ଆକାଉଣ୍ଟରେ ପୋଷ୍ଟ କରି ଏନେଇ...

ପାକ୍‌ ପୂର୍ବତନ ଅଧିନାୟିକା ସାନା ମୀରଙ୍କ ଅବସର

କରାଚି,୨୫।୪(ପି.ଟି.): ପାକିସ୍ତାନ ପୂର୍ବତନ ମହିଳା ଦଳ ଅଧିନାୟିକା ସାନା ମୀର ଅବସର ନେଇଛନ୍ତି। ଶନିବାର ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ବୋଲି ଘୋଷଣା କରିଛନ୍ତି।...

ଦେଶ ପାଇଁ ଆଣିଲେ ଗୌରବ

ବାଲେଶ୍ୱର ଅଫିସ, ୬।୩: ବାଲେଶ୍ୱର ରେମୁଣା ଥାନା ମନ୍ଦାରପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ୨୨ବର୍ଷୀୟା ପଦ୍ମାବତୀ ସିଂ ଭାରତୀୟ ଟେନିସ୍‌ କ୍ରିକେଟ ଟିମ୍‌ରେ ସାମିଲ ହୋଇ ଦେଶ,...

୪୧ ବର୍ଷରେ ବି କମିନି ଜଲଓ୍ବା: ମାରିଲେ ଧୂଆଁଧାର ଅର୍ଦ୍ଧଶତକ

ନୂଆଦିଲ୍ଲୀ,୨୮।୧: ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବେ, କିନ୍ତୁ ତାଙ୍କ ବ୍ୟାଟିଂ ଜଲଓ୍ବା ଏପର୍ଯ୍ୟନ୍ତ କମିନାହିଁ। ୪୧ ବର୍ଷ...

କେଟି ଗ୍ଲୋବାଲରେ ହାଇପରଫର୍ମାନ୍ସ ଟେନିସ କୋଚିଂ

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି): ମିଶନ ଅଲିମ୍ପିକ୍ସ ସ୍ପୋଟର୍‌ସ ଫାଉଣ୍ଡେଶନ(ଏମ୍‌ଓଏସ୍‌ଏଫ୍‌) ଓ ଇନ୍‌ଜେନ୍ୟୁଟି ଆଣ୍ଡ ଇନୋଭେଶନ୍‌ ଗ୍ଲୋବାଲ୍‌ ସ୍ପୋଟର୍‌ସ ଏକାଡେମୀ (ଆଇଆଇଜି ସ୍ପୋଟର୍‌ସ ଏକାଡେମୀ) ସହଯୋଗରେ କେଟି...

ଫ୍ରେଞ୍ଚ୍‌ ଓପନ: ଦୈନିକ ୧ ହଜାର ଦର୍ଶକଙ୍କୁ ଅନୁମତି

ପ୍ୟାରିସ, ୨୬ା୯ (ଏପି)- ପ୍ୟାରିସ୍‌ରେ କରୋନା ଭାଇରସ୍‌ ମହାମାରୀ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଏଥିପାଇଁ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାରେ ଦୈନିକ ଦର୍ଶକଙ୍କ ସଂଖ୍ୟା...

ସିଏସକେକୁ ୧୫୮ ରନର ଟାର୍ଗେଟ ଦେଲା ଏମଆଇ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି।...

Advertisement
Archives

Model This Week