ଦେଢ଼ଶୁରଙ୍କୁ କୋଡ଼ିରେ ହାଣି ହତ୍ୟା କଲେ ଭାଇବୋହୂ; ପ୍ରତିଶୋଧ ନେବା ପାଇଁ…

ଜଗନ୍ନାଥପ୍ରସାଦ,୪ା୭(ଡି.ଏନ.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ପଞ୍ଚଭୂତି ବେଢାସାହି ଗ୍ରାମରେ ଶନିବାର ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ଭାଇବୋହୂ କୋଡ଼ିରେ ହାଣି ଦେଢ଼ଶୁରଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ସନ୍ତୋଷ ନାୟକ (୩୮)। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ନଂ. ୨୨୨/୨୧ରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପ୍ରକାଶ ଯେ, ସନ୍ତୋଷଙ୍କ ସାନ ଭାଇ ଭଗବାନଙ୍କର ପାଞ୍ଚ ବର୍ଷ ପୂର୍ବେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ରାଶି ମିଳିଥିଲା। ଏହି ଟଙ୍କା ନେଇ ଭଗବାନଙ୍କ ସ୍ତ୍ରୀ ନିଜ ବାପା ଘରକୁ ଚାଲିଯାଇଥିଲେ। ଏଥିପାଇଁ ସନ୍ତୋଷଙ୍କ ପରିବାରରେ ସବୁବେଳେ ଅସନ୍ତୋଷ ଲାଗି ରହିଥିଲା। ଶନିବାର ସକାଳେ ସନ୍ତୋଷଙ୍କ ଏକ ଜାଗାକୁ ସାନ ଭାଇର ଶ୍ୱଶୁର ଆସି ସଫା କରୁଥିଲେ। ଆମ ଜାଗା କାହିଁ ସଫା କରୁଛ ବୋଲି ସନ୍ତୋଷ ପଚାରି ତାଙ୍କୁ ମାଡ଼ ମାରିଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭାଇବୋହୂ ନିଜ ବାପା, ମା’ ଓ ତିନି ଭାଇ ସହ ଦେଢ଼ଶୁରଙ୍କ ପାଖକୁ ଆସି ଜମି ଭାଗ ମାଗିଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପରେ ଭାଇ ବୋହୂ ଏକ କୋଡ଼ିରେ ସନ୍ତୋଷଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ: ଥାନାରେ ପ୍ରେମିକ ଅଟକ

ବ୍ରହ୍ମପୁର ଅଫିସ,୧୮।୯: ସଦର ଥାନା ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ମୃତଦେହ ରବିବାର ପୋଲିସ ଜବତ କରିଛି। ମହିଳାଙ୍କ ଆନୁମାନିକ ବୟସ ୩୫ ବର୍ଷ ହେବ...

ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା: ପରିବା ବ୍ୟବସାୟୀ ପୁଅ ସୁନୀଲଙ୍କ ସଫଳତା

ବୁଗୁଡ଼ା,୧୪।୯(ଡି.ଏନ.ଏ.):ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ବୁଗୁଡ଼ା ଏନ୍‌ଏସିର ବୁଦ୍ଧଖୋଲ ରୋଡ଼ ସାହି ନିବାସୀ ସୁବାସ ଚନ୍ଦ୍ର ପାତ୍ରଙ୍କ ପୁତ୍ର ସୁନୀଲ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି।...

ବିଜୁଳି କାଟ୍‌କୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଅସନ୍ତୋଷ: ତାତିଲେ ଅଧ୍ୟାପିକା, ଅଧ୍ୟାପକ

ଅନୁଗୋଳ ଅଫିସ, ୨୬।୪- ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ଖାତା ମୂଲ୍ୟାୟନ ହେଉଛି। ପ୍ରଥମ ପର୍ଯ୍ୟାୟ ୮ ତାରିଖରୁ ଆରମ୍ଭ ହୋଇଥିବାବେଳେ...

ଜମୁଛି ନାଲ୍‌କୋ ବିଶ୍ୱକର୍ମା ପୂଜା

ବଅଁରପାଳ, ୧୯।୯ (ଡି.ଏନ୍‌.ଏ.) – ଅନୁଗୋଳ ଜିଲା ନାଲ୍‌କୋ ନଗରରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବିଶ୍ୱକର୍ମା ପୂଜାରେ ପ୍ରବଳ ଗହଳି ହେଉଛି। ପ୍ରଥମ ଦିନରେ ୩୦...

ନୂଆ ସରପଞ୍ଚ ଆଜିଠୁ ନେଲେ ଦାୟିତ୍ୱ

କେସିଙ୍ଗା,୨୦ା୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଲଇତରା ପଞ୍ଚାୟତର ନୂତନ ସରପଞ୍ଚ ଅଶୋକ ପୋଢ଼ ପୂର୍ବତନ ସରପଞ୍ଚ ବିଶ୍ବମ୍ବର ମହଲାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

ନୟାଗଡ଼ରେ ସୁନା ବ୍ୟବସାୟୀଙ୍କୁ କରୋନା: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଜିଲାପାଳ

ନୟାଗଡ଼ ଅଫିସ,୨୫ା୬: ନୟାଗଡ଼ର ଜଣେ ସୁନା ବ୍ୟବସାୟୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୁନା ବ୍ୟବସାୟୀଙ୍କ ଦୋକାନରେ ଥିବା...

୧.୧୯ କୋଟି ଖର୍ଚ୍ଚ ପରେ ବି ପାଣି ମିଳୁନି

କୋରେଇ,୧୯ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ରଣପୁର ପିଡବ୍ଲ୍ୟୁଏସ୍‌ ପ୍ରକଳ୍ପ ନିର୍ମାଣ ଶେଷ ହେବାର ଇତି ମଧ୍ୟରେ ୫ ବର୍ଷ ଅତିକ୍ରମ କରିଛି।...

ଠିକା ସଂସ୍ଥାର ମନମୁଖୀ କାମରେ ଲୋକେ ଅତିଷ୍ଠ

ସୁନାବେଡ଼ା/ସେମିଳିଗୁଡ଼ା, ୨୪।୩ (ସ୍ବ.ପ୍ର.): ସୁନାବେଡ଼ା ପୌର ପରିଷଦ ଅଧୀନରେ ଥିବା ଜନସ୍ବାସ୍ଥ୍ୟ ବିଭାଗ ତଥା ପୌର ପ୍ରଶାସନର ଅବହେଳା ଯୋଗୁ ହଇରାଣ ହେଉଛନ୍ତି ସାଧାରଣ ଜନତା।...

Advertisement
Archives

Model This Week