Posted inଖେଳ

ପ୍ରାକ୍ଟିସ୍‌ରେ ହାମିଲଟନ ଦ୍ରୁତତମ

ସ୍ପିଲବର୍ଗ (ଅଷ୍ଟ୍ରିିଆ), ୪ା୭ (ଏପି): ସିଜନ ଓପନିଂ ଫର୍ମୁଲାଓ୍ବାନ୍‌ ରେସ୍‌ ଅଷ୍ଟ୍ରିିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ୍‌ ସେସନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫର୍ମୁଲାଓ୍ବାନ୍‌ ବିଶ୍ୱ ଚାମ୍ପିୟନ ଲୁଇସ୍‌ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ସ୍ପିଲବର୍ଗର ରେଡ୍‌ବୁଲ୍‌ ରିଙ୍ଗ୍‌ ସର୍କିଟ୍‌ରେ ୪.୩ କିଲୋମିଟର (୨.୭ ମାଇଲ୍‌) ବିଶିଷ୍ଟ ରେସ୍‌ରେ ବ୍ରିଟିଶର ଏହି ଡ୍ରାଇଭର ତାଙ୍କ ମର୍ସିଡିଜ ଟିମ୍‌ମେଟ୍‌ ଭାଲ୍‌ଟେରୀ ବୋଟାସଙ୍କୁ .୩୫୬ ସେକେଣ୍ଡ ଟାଇମିଂ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏଠାରେ ଅତୀତର ଦୁଇଟି ରେସ୍‌ ଜିତିଥିବା ରେଡ୍‌ବୁଲ୍‌ ଡ୍ରାଇଭର ମାକ୍ସ ଭର୍ଷ୍ଟାପେନ୍‌ ହାମିଲ୍‌ଟନ୍‌ଙ୍କଠାରୁ .୬୦୨ ସେକେଣ୍ଡ ପଛରେ ତୃତୀୟ ଦ୍ରୁତତମ ହୋଇଥିଲେ। ଫେରାରିର ଦୁଇ ଡ୍ରାଇଭରଙ୍କୁ ସ୍ପିଡ୍‌ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଚାଲର୍‌ସ ଲେକ୍‌ରେକ୍‌ ୧୦ମ ଏବଂ ସେବିଷ୍ଟିଆନ ଭେଟେଲ ୧୨ତମ ସ୍ଥାନ ଅଧିକାର କରିଥିଲେ। ଫେବୃୟାରୀ ପ୍ରି-ସିଜନ ଟେଷ୍ଟିଂ ବେଳେ ଫେରାରି ଯେଉଁ କାର୍‌ ବ୍ୟବହାର କରିଥିଲା, ଏଠାରେ ଅପ୍‌ଗ୍ରେଡ୍‌ ନ କରି ସେହି ସମାନ କାର୍‌ ବ୍ୟବହାର କରିଥିଲା। ଅନ୍ୟପକ୍ଷରେ ମର୍ସିଡିଜ ଏବଂ ଅନ୍ୟ ଟିମ୍‌ଗୁଡ଼ିକ ସେମାନଙ୍କ କାର୍‌ର ଅପ୍‌ଗ୍ରେଡ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ପ୍ରକାଶ କଲା ବୁକି-ଶକିବଙ୍କ ହ୍ବାଟସଆପ୍‌ ମେସେଜ

ଦୁବାଇ,୩୦।୧୦- ଆଇସିସି ପକ୍ଷରୁ ଦୁଇବର୍ଷ ବାସନ୍ଦ ହେବା ପରେ ଶକିବ ଅଲ ହସନ ଦୁର୍ନୀତି ସମ୍ପର୍କୀତ ତଥ୍ୟ ପ୍ରଦାନ କରିବାରେ ବିଫଳ ହୋଇଥିବା ସ୍ପଷ୍ଟ କରିଛନ୍ତି।...

ଦୁଇ ଭାଗ ହୋଇଛି ଭାରତୀୟ ଡ୍ରେସିଂ ରୁମ୍‌, ଖୁବ୍‌ଶୀଘ୍ର କୋହଲି ନେବେ ସନ୍ୟାସ: ମୁସ୍ତାକ

କରାଚି,୧୦।୧୧: ଭାରତୀୟ ଟି-୨୦ ଫର୍ମାଟର ଅଧିନାୟକ ପଦରୁ ବିରାଟ କୋହଲି ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ପାକିସ୍ତାନର ପୂର୍ବତନ ଟେଷ୍ଟ ଲେଗ୍‌ ସ୍ପିନର...

ଦୁଇଥର ଡିଫେଣ୍ଡିଂ ଚାମ୍ପିୟନଙ୍କୁ ହରାଇଲେ ଓପେଲ୍‌କା

ଓ୍ବାଶିଂଟନ,୨୫।୭(ଏଏଫ୍‌ପି)- ଆମେରିକୀୟ ରିଲି ଓପେଲ୍‌କା ଆଟଲାଣ୍ଟ ଓପନର ଦ୍ୱିତୀୟ ରାଉଣ୍ଡରେ ଜନ ଇସ୍ନରଙ୍କୁ ୭-୬(୭/୨), ୬-୭(୫/୭), ୭-୬(୭/୫) ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ପରାଜୟ...

ମୁମ୍ବାଇକୁ ସୁଯୋଗ ଦେଲା ନାହିଁ ପଞ୍ଜାବ

ଚେନ୍ନାଇ,୨୩।୪ : ନା ବୋଲିଂ ନା ବ୍ୟାଟିଂ। କୌଣସି ବିଭାଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ସୁଯୋଗ ଦେଲା ନାହିଁ କିଙ୍ଗ୍ସ ପଞ୍ଜାବ। ୧୪ ବଲ ପୂର୍ବରୁ ପଞ୍ଜାବ...

ଆଇପିଏଲ୍‌ ଗଭର୍ନିଂ କାଉନ୍ସିଲକୁ ପ୍ରଜ୍ଞାନ ମନୋନୀତ

ନୂଆଦିଲ୍ଲୀ, ୨୪।୧୨ (ପି.ଟି.)- ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)ର ପ୍ରତିନିଧିଭାବେ ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ୍‌କୁ ମନୋନୀତ ହୋଇଛନ୍ତି ଭାରତର ତାରକା ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା।...

ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳିଙ୍କ ୨୦୨୧ ଶ୍ରେଷ୍ଠ ଆଇପିଏଲ୍‌ ଦଳରେ ନାହାନ୍ତି କୋହଲି, ରୋହିତ

ନୂଆଦିଲ୍ଲୀ,୧୩।୫: ପୂର୍ବତନ ଅଷ୍ଟ୍ରେଲିଆନ କ୍ରିକେଟର ବ୍ରାଡ ହଗ ନିଜ ୟୁୁଟ୍ୟୁବ ଚ୍ୟାନେଲରେ ଗୁରୁବାର ଚଳିତ ବର୍ଷର ଶ୍ରେଷ୍ଠ ଆଇପିଏଲ ଏକାଦଶ ଘୋଷଣା କରିଛନ୍ତି। ସବୁଠୁ ବଡ଼...

ପଦାର୍ପଣରେ ଗୋଲ୍ଡେନ ଡକ୍‌

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ...

ଛକା ମାରିବାରୁ ବ୍ୟାଟରଙ୍କ ଉପରକୁ ଫୋପାଡ଼ିଲେ ବଲ

ଢାକା,୨୦।୧୧: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ବାଂଲାଦେଶ ବ୍ୟାଟର ଅଫିଫ ହୋସେନ ଆହତ ହୋଇଛନ୍ତି। ହେଲେ ତାଙ୍କ ଆହତ ହେବାର କାରଣ ସାଧାରଣ...

Advertisement
Archives

Model This Week