ଦୁର୍ବଳ ହୋଇଛି ଅଧା ଗଣତନ୍ତ୍ର

ଷ୍ଟକ୍‌ହୋମ୍‌,୧ା୧୨: ଥିଙ୍କଟ୍ୟାଙ୍କ ଇଣ୍ଟରନ୍ୟାଶନାଲ ଆଇଡିଆ ପକ୍ଷରୁ ମୋଟ ୧୭୩ଟି ଦେଶକୁ ନେଇ ସମୀକ୍ଷା କରାଯାଇଥିଲା। ୧୦୪ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରୁ ୫୨ ଦେଶ ଗଣତାନ୍ତ୍ରିକ ମୂଲ୍ୟବୋଧ ହରାଇ ବସିଛନ୍ତି। କେବଳ ଏସିଆରେ ୫୪% ଲୋକ ଗଣତାନ୍ତ୍ରିକ ରାଷ୍ଟ୍ରରେ ବସବାସ କରୁଛନ୍ତି। ଉକ୍ତ ରାଷ୍ଟ୍ରଗୁଡ଼ିକରେ ଏକଚ୍ଛତ୍ରବାଦ ବୃଦ୍ଧି ପାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ବିଶ୍ୱର ଅଧା ଗଣତନ୍ତ୍ରରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ପରିଲକ୍ଷିତ ହୋଇଛି। ୟୁକ୍ରେନ୍‌ ଯୁଦ୍ଧ ଓ ଆର୍ଥିକ ସଙ୍କଟ ଯୋଗୁ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଛି ବୋଲି ବୁଧବାର ଅନ୍ତର୍ଜାତୀୟ ବିଚାରମଞ୍ଚ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ଆସିଷ୍ଟାନ୍ସ (ଆଇଡିଆ) ମହାସଚିବ କେଭ୍‌ଲିନ୍‌ କାସାସ୍‌-ଜାମୋରା କହିଛନ୍ତି, ବିଶ୍ୱର ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକରେ ଅଭୂତପୂର୍ବ ଅବକ୍ଷୟ ଦେଖିବାକୁ ମିଳିଛି। କୋଭିଡ୍‌-୧୯ ମହାମାରୀ ଓ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସୃଷ୍ଟ ଆର୍ଥିକ ସଙ୍କଟରୁ ରାଜନୈତିକ ଅଚଳାବସ୍ଥା ଘନେଇବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ, ନିର୍ବାଚନଗୁଡ଼ିକର ବିଶ୍ୱସନୀୟତାକୁ ଚ୍ୟାଲେଞ୍ଜ କରାଯାଇପାରେ। ଏପରି କି ବିଭିନ୍ନ ରାଷ୍ଟ୍ରର ଆଇନକୁ ଟାର୍ଗେଟ କରାଯାଇପାରେ।

ନାଗରିକଙ୍କ ସ୍ବାଧୀନତା କ୍ଷୁଣ୍ଣ ହୋଇପାରେ। ପୂର୍ବରୁ ଗଣତନ୍ତ୍ର ସର୍ବାଧିକ ଧରାଶାୟୀ ହୋଇଥିବା ୬ ‘ବ୍ୟାକ୍‌ସ୍ଲାଇଡିଂ’ ରାଷ୍ଟ୍ର ଥିବାବେଳେ ଗତବର୍ଷ ଏହି ସଂଖ୍ୟା ୭କୁ ବଢ଼ିଛି। ଏଭଳି ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସର୍ବାଗ୍ରେ ଆମେରିକା ରହିଛି। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବ୍ରାଜିଲ, ହଙ୍ଗେରି, ଭାରତ, ମରିସସ୍‌, ପୋଲାଣ୍ଡ ଓ ଏଲ୍‌ ସାଲ୍‌ଭାଡୋର ରହିଛି। ରାଜନୈତିକ ଧ୍ରୁବୀକରଣ, ନାଗରିକ ସ୍ବାଧୀନତା ପ୍ରତି ବିପଦ ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ଟାର୍ଗେଟ କରାଯାଉଛି। ବିଶେଷକରି ଆମେରିକାରେ ଯାହା ସବୁ ଘଟୁଛି ତାକୁ ଦେଖି ଆମେ ମର୍ମାହତ ବୋଲି କେଭ୍‌ଲିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

କିଏ ସେହି ଭାରତୀୟ ଛାତ୍ରୀ ଯାହାଙ୍କୁ ଆମେରିକାରେ କରାଯାଇଛି ଗିରଫ

ଓ୍ବାଶିଂଟନ,୨୬।୪: ଆମେରିକାରେ ଜଣେ ଭାରତୀୟ ଛାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଛାତ୍ର ଇସ୍ରାଏଲକୁ ବିରୋଧ କରୁଥିବାବେଳେ ପାଲେଷ୍ଟାଇନକୁ ସମର୍ଥନ କରି ବିରୋଧ କରିଥିବା ଅଭିଯୋଗ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri