Posted inଫୁରସତ

ଏହି ଗର୍ତ୍ତରେ ଶୋଷିତ ହୁଏ ଅଧା ନଦୀର ପାଣି

ଦୁନିଆ ଅନେକ ଅଜବ ରହସ୍ୟରେ ପରିପୂର୍ଣ୍ଣ। ମଣିଷମାନେ ଏହି ରହସ୍ୟ ବିଷୟରେ ଜାଣିବା ଏବଂ ସମାଧାନ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ମାତ୍ର ମନୁଷ୍ୟ ଅନେକ ରହସ୍ୟ ଉନ୍ମୋଚନ କରିଛି, ତଥାପି ଅନେକ ରହସ୍ୟ ଆଜି ବି ଅସମାହିତ। ଏପରି ଏକ ଜାଗା ଅଛି, ଯେଉଁସ୍ଥାନରଏକ ଛୋଟ ଗର୍ତ୍ତରେ ଅଧା ନଦୀର ପାଣି  ଅବଶୋଷିତ ହୁଏ। କିନ୍ତୁ ଆଜି ପର୍ଯ୍ୟନ୍ତ ଜଣା ପଡିନାହିଁ ଏତେ ଜଳ କେଉଁ ଆଡ଼େ ଯାଉଛି। ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଏହି ରହସ୍ୟମୟ ସ୍ଥାନ ହେଉଛି ଆମେରିକାର ଏକ ଜଳପ୍ରପାତ। ଯେଉଁଠାରେ ରହିଛି ଏକ ଛୋଟ ଗର୍ତ୍ତ। ଏହି ଗର୍ତ୍ତ ‘ଦ ଡେଭିଲ୍‌ସ କେଟେଲ’ ଭାବରେ ଜଣାଶୁଣା। ନଦୀର ଅଧା ଜଳ ଏହି ଗର୍ତ୍ତରେ ଶୋଷିତ ହୁଏ। କିନ୍ତୁ ଆଜି ପର୍ଯ୍ୟନ୍ତ ଦୁନିଆର କୌଣସି ବୈଜ୍ଞାନିକ ଏ ସମ୍ପର୍କରେ ଜାଣିନାହାନ୍ତି ଯେ, ଏତେ ଜଳ ଯାଉଛି କୁଆଡ଼େ। ଏହି ସ୍ଥାନ ଆମେରିକାର ‘ସୁପରିୟର ଲେକ୍‌’ର ଉତ୍ତର ପାର୍ଶ୍ୱରେ ରହିଛି। ଏହା ନିକଟରେ ମିନେସୋଟା, ଜଜ୍‌ ସି। ମ୍ୟାଗ୍ନେସି ପାର୍କ ମଧ୍ୟ ରହିଛି। ଏହି ଜଳପ୍ରପାତ ଯେତିକି ସୁନ୍ଦର ସେତିକି ରହସ୍ୟମୟ। ଏହି ଚମତ୍କାର ଜଳପ୍ରପାତ ବିଷୟରେ ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଆଲୋଚନା ହେଉଛ। ଏହି ଝରଣାର ଉତ୍ସ ହେଉଛି ବ୍ରୁଲ ନଦୀର ଜଳ। ଜଙ୍ଗଲରେ ଝରଣା ପାଣି ଚଟାଣ ପଥର ରାସ୍ତାକୁ ଖସିଯାଏ ଏବଂ ବହୁ ଉଚ୍ଚତାର, ଗର୍ତ୍ତରେ ପ୍ରବେଶ କରିବା ପରେ ଝରଣାର ଜଳ କେଉଁଠାକୁ ଯାଏ ତାହା ଆଜି ପର୍ଯ୍ୟନ୍ତ କାହାକୁ ଜଣା ନାହିଁ। ଏହାକୁ ଖୋଜିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଈ ଦୁଃଖରେ ନ ରହିବା ପାଇଁ ନାତୁଣୀ ନେଲେ ଏମିତି ପଦକ୍ଷେପ, କାରଣ ଜାଣିଲେ….

ଚାଇନାର ଜଣେ ଯୁବତୀ ନିଜ ଆଈଙ୍କ ଭାବନାକୁ ନେଇ ଏତେ ସମ୍ବେଦନଶୀଳ ଯେ, ୧୩ ବର୍ଷ ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ମା’ କରି କିଣି ରଖିଥିଲେ।...

୧ ହଜାର ଡଙ୍ଗରିଆ ପିଲାଙ୍କୁ ଶିକ୍ଷାନୁଷ୍ଠାନ ପଠାଇଛନ୍ତି ସୁବର୍ଦ୍ଦିନୀ

ଶିକ୍ଷାର ଅଭାବ ଯୋଗୁ ଡଙ୍ଗରିଆ ଜନଜାତି ଲୋକେ ସମାଜର ମୁଖ୍ୟସ୍ରୋତରୁ ଦୂରରେ ରହିଥିଲେ। ତେବେ ଏମାନଙ୍କୁ ଶିକ୍ଷିତ କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ନିମନ୍ତେ...

୨୧ ବର୍ଷୀୟା ମହିଳା ଜନ୍ମ ଦେଲେ ୬ କେଜି ଓଜନର କନ୍ୟା ସନ୍ତାନ

ଲଣ୍ଡନ,୧।୫: ବ୍ରିଟେନରେ ଜଣେ ୨୧ ବର୍ଷୀୟା ମହିଳା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହି ଶିଶୁର ଓଜନ ୬ କେଜି। ଯାହାକୁ ନେଇ ଡାକ୍ତରମାନେ...

ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା...

କୁମ୍ଭମେଳାରେ ୧୮ ଇଞ୍ଚ ଉଚ୍ଚତାର ନାଗା ସାଧୁ

ହରିଦ୍ୱାର,୨୭।୩: କୁମ୍ଭମେଳାରେ ବିଭିନ୍ନ ଅଞ୍ଚଳରୁ ସାଧୁସନ୍ଥଙ୍କ ସମାଗମ ହେବାରେ ଲାଗିଛି। ମେଳାକୁ ଆସିଥିବା ୧୮ ଇଞ୍ଚ ଉଚ୍ଚତାର ଜଣେ ନାଗା ସାଧୁଙ୍କୁ ଚର୍ଚ୍ଚା ଜାରି ରହିଛି।...

ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ...

ବୟଫ୍ରେଣ୍ଡଙ୍କ ସହ ହୋଟେଲରେ ରହିବାକୁ ଯାଇଥିଲେ ମହିଳା, ହଠାତ୍‌ ଆସିଲେ ସ୍ବାମୀ: ଆଉ ତା’ପରେ

ଅମୃତସର,୬।୪: ପଞ୍ଜାବର ଅମୃତସରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଏକ ହୋଟେଲରେ ଜଣେ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହାଇଭୋଲଟେଜ୍‌ ଡ୍ରାମା ଦେଖିବାକୁ ମିଳିଛି।...

କ୍ୱାରାଣ୍ଟାଇନ୍‌ ହାଉସ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କରୋନା ଭାଇରସ୍‌ରୁ ରକ୍ଷାପାଇବା ପାଇଁ ଏବେ ଅନେକେଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି। କିନ୍ତୁ କ୍ୱାରାଣ୍ଟାଇନ୍‌ ହାଉସ୍‌ ନାଁରେ ଏବେ ଏକ ଚ୍ୟାଲେଞ୍ଜ ସୋସିଆଲ୍‌ ମିଡିଆରେ...

Advertisement
Archives

Model This Week