Posted inଖେଳ

ହାଲେପ୍‌ ଇଟାଲିଆନ ଓପନ୍‌ ସେମିଫାଇନାଲରେ

ରୋମ୍‌, ୨୦ା୯ (ଏପି)-ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଯୋଗୁ କାଜାଖସ୍ତାନର ୟୁଲିଆ ପୁଟିଣ୍ଟସେଭା ମ୍ୟାଚ୍‌ ଅଧାରୁ ଓହରିଯିବା ଫଳରେ ଟପ୍‌ ସିଡ୍‌ ସିମୋନା ହାଲେପ୍‌ ପ୍ରଥମ ଖେଳାଳି ଭାବେ ଏଠାରେ ଚାଲିଥିବା ଇଟାଲିଆନ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପୁଟିଣ୍ଟସେଭା ଓହରିିଯିବା ପୂର୍ବରୁ ହାଲେପ୍‌ ୬-୨,୨-୦ରେ ଆଗୁଆ ରହିଥିଲେ। ସୂଚନାଯୋଗ୍ୟ, ହାଲେପ୍‌ ଟୁର୍ନାମେଣ୍ଟର ୨୦୧୭ ଓ ୨୦୧୮ ସଂସ୍କରଣ ଫାଇନାଲରେ ଏଲିନା ସ୍ବିତୋଲିନାଙ୍କଠାରୁ ହାରି ଯାଇଥିଲେ। ଫାଇନାଲରେ ପ୍ରବେଶ କରିବାକୁ ହେଲେ ତାଙ୍କୁ ଦୁଇଥର ଗ୍ରାଣ୍ଡସ୍ଲାମ ବିଜୟିନୀ ଗାର୍ବିନ ମୁଗୁରେଜା କିମ୍ବା ୟୁଏସ୍‌ ଓପନ୍‌ ରନର୍ସ ଅପ୍‌ ଭିକ୍ଟୋରିଆ ଆଜାରେଙ୍କାଙ୍କୁ ପରାସ୍ତ କରିବାକୁ ପଡ଼ିବ। ଏହି ଟୁର୍ନାମେଣ୍ଟ ପ୍ରକୃତରେ ମେ ମାସରେ ଖେଳାଯିବାର ଥିଲା। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରତିଯୋଗିତା ଏପର୍ଯ୍ୟନ୍ତ ବିନା ଦର୍ଶକରେ ଚାଲିଥିଲା। ତେବେ ସେମିଫାଇନାଲ ଓ ଫାଇନାଲରେ ୧,୦୦୦ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଇଟାଲି କ୍ରୀଡ଼ା ମନ୍ତ୍ରୀ ଶୁକ୍ରବାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା ବାଂଲାଦେଶ

ସେଞ୍ଚୁରିଆନ,୨୩।୩: ଇତିହାସ ରଚିଲା ବାଂଲାଦେଶ କ୍ରିକେଟ ଦଳ। ପୂର୍ବରୁ ଦକ୍ଷିଣ ଆଫ୍ରିକାରେ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ଏଥର ସିରିଜ୍‌...

ଯୁବରାଜ ସିଂ ଗିରଫ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୧୦: ସୋସିଆଲ ମିଡିଆରେ ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେଇଥିବାରୁ ହାନସି ପୋଲିସ କ୍ରିକେଟର ଯୁବରାଜ ସିଂଙ୍କୁ ଗିରଫ କରିଛି। ଏହି ଗିରଫ ୨୦୨୦ର ଏକ...

ସ୍ବତନ୍ତ୍ର ରେକର୍ଡ ଅଧିକାରୀ ପୋଲାର୍ଡ

ପାଲିକେଲ,୫ା୩- ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇଛନ୍ତି। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ...

କରୋନାରେ ପୂର୍ବତନ ୟୁରୋପିଆନ ଚାମ୍ପିୟନଙ୍କ ମୃତ୍ୟୁ

ମିଲାନ, ୮ା୪ (ଏଏଫ୍‌ପି): କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ଇଟାଲୀର ପୂର୍ବତନ ୟୁରୋପିଆନ ଇନ୍‌ଡୋର ଚାମ୍ପିୟନ ଡୋନାଟୋ ସାବିଏଙ୍କ ମୃତ୍ୟୁ ଘଟିଛି। ଇଟାଲିଆନ ଆଥଲେଟକ୍ସ ଫେଡେରେଶନ...

ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅଙ୍କ ହାତ ଧରିଲେ ସାନିଆ ମିର୍ଜାଙ୍କ ଭଉଣୀ

ହାଇଦ୍ରାବାଦ,୧୨।୧୨: ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ର୍ମିଜାଙ୍କ ସାନ ଭଉଣୀ ଅନମ ମିର୍ଜା ଭାରତର କିମ୍ବଦନ୍ତୀ କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ...

ଆଇପିଏଲ୍‌ରେ ସର୍ବାଧିକ ଅଧିନାୟକ ବଦଳାଇଥିବା ଟିମ୍‌ ବନିଗଲା ପଞ୍ଜାବ

ଦୁବାଇ, ୨୦।୯: କିଙ୍ଗ୍ସ ଇଲେଭେନ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଇପିଏଲ୍‌-୧୩ର ଦ୍ୱିତୀୟ ମ୍ୟାଚ୍‌ ରବିବାର ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ...

କେ.ଏଲ୍‌. ରାହୁଲଙ୍କୁ ମିଛ କହିଥିଲେ ତାଙ୍କ ମା’, ୨୭ ବର୍ଷ ଧରି…

ନୂଆଦିଲ୍ଲୀ,୩୦।୩: ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ତଥା ଏବେ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ୍‌ ରାହୁଲଙ୍କୁ ଦୀର୍ଘ ୨୬ରୁ ୨୭ ବର୍ଷ ଧରି...

କମଲପ୍ରୀତ୍‌ ୬ଷ୍ଠ ସ୍ଥାନରେ ରହିଲେ

ଟୋକିଓ, ୩ା୮ (ପି.ଟି.)-ପ୍ରଥମ ଥର ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଡିସ୍‌କସ୍‌ ଥ୍ରୋୟର କମଲପ୍ରୀତ୍‌ କୌର ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି। ସୋମବାର ବର୍ଷାରେ ବାଧାପ୍ରାପ୍ତ...

Advertisement
Archives

Model This Week