Posted inଖେଳ

ହାଲେପ୍‌ଙ୍କୁ ପ୍ରଥମ ଇଟାଲିଆନ ଓପନ୍‌ ଟାଇଟଲ

ରୋମ୍‌, ୨୨ା୯ (ଏପି)-ଫାଇନାଲ ମ୍ୟାଚ୍‌ ଅଧାରୁ ଓହରିବା ଫଳରେ ଟପ୍‌ ସିଡ୍‌ ସିମୋନା ହାଲେପ୍‌ ସୋମବାର ପ୍ରଥମ ଥର ଇଟାଲିଆ ଓପନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ହାଲେପ୍‌ ୬-୦, ୨-୧ରେ ଅଗ୍ରଣୀ ରହିଥିବାବେଳେ ଇଞ୍ଜୁରି ଯୋଗୁ ପ୍ଲିସ୍‌କୋଭା ଖେଳିବା ବନ୍ଦ କରିଦେଇଥିଲେ। ପ୍ରଥମ ସେଟ୍‌ ଖେଳ ବେଳେ ହାଲେପ୍‌ ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଅନୁଭବ କରିଥିଲେ। ଟ୍ରେନର ତାଙ୍କର ଚିକିତ୍ସା କରାଇଥିଲେ। ସୂଚନାଯୋଗ୍ୟ, ହାଲେପ୍‌ ୨୦୧୭ ଓ ୨୦୧୮ ରୋମ୍‌ ଫାଇନାଲରେ ଏଲିନା ସ୍ବିତୋଲିନାଙ୍କଠାରୁ ହାରି ଯାଇଥିଲେ। ହାଲେପ୍‌ ଫେବୃୟାରୀରେ ଦୁବାଇରେ ଏକ ଟାଇଟଲ ଜିତିଥିଲେ। କରୋନା ମହାମାରୀ ଯୋଗୁ ୫ ମାସ ଧରି ଟୁର୍‌ ସ୍ଥଗିତ ରହିଥିଲା। ରୋମାନିଆର ଏହି ଖେଳାଳି ଗତମାସରେ ପ୍ରେଗ୍‌ରେ ଆଉ ଏକ ଟ୍ରଫି ଜିତିଥିଲେ। ତେବେ କରୋନା ଭାଇରସ୍‌ ପାଇଁ ନିଜ ସ୍ବାସ୍ଥ୍ୟଗତ ସୁରକ୍ଷା ଲାଗି ସେ ୟୁଏସ୍‌ ଓପନ୍‌ରୁ ଓହରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଓସି ଉପସଭାପତି ଜନାର୍ଦ୍ଦନଙ୍କ ପରଲୋକ

ନୂଆଦିଲ୍ଲୀ, ୨୯।୪(ପି.ଟି.): ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ଉପସଭାପତି ଜନାର୍ଦ୍ଦନ ସିଂ ଗେହଲଟ ବୁଧବାର ଜୟପୁରରେ ପ୍ରାଣ ହରାଇଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ...

ରଣଜୀ ଟ୍ରଫି: ଓଡ଼ିଶା ବନାମ ଝାଡ଼ଖଣ୍ଡ: ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ

କଟକ ଅଫିସ,୧୫ା୨- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ ଜାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସ...

୨୪ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଥିବା ବୋଲର୍‌ ଭାରତୀୟ ଦଳରେ ସାମିଲ୍‌: ବିଜୟ ଆଶାରେ ବିରାଟବାହିନୀ

ଓଭାଲ,୨।୯: ଚତୁର୍ଥ ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଟିମ ଇଣ୍ଡିଆ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି। ଦ୍ରୁତ ବୋଲର ପ୍ରସାଦ କ୍ରିଷ୍ଣାଙ୍କୁ ଦଳରେ ସାମିଲ...

ଓଡିଶୀ ନୃତ୍ୟରେ ପାରଙ୍ଗମ ଏହି କ୍ରିକେଟର୍‌ଙ୍କ ଝିଅ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ଝିଅ ସାନା ବେଳେବେଳେ ଚର୍ଚ୍ଚାରେ ଥାନ୍ତି। କେତେବେଳେ ପିତାଙ୍କ ଟ୍ରୋଲ୍‌ କରି ତ ଆଉ କେତେବେଳେ...

ଭାରତୀୟ କୋଚଙ୍କ ଦରମା କେତେ ଜାଣନ୍ତି

ନୂଆଦିଲ୍ଲୀ,୨୦।୧୦: ଆଜିକାଲି ଟିମ ଇଣ୍ଡିଆର କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅଧିକ ଆଲୋଚନା ହେଉଛି। କୁହାଯାଉଛି ସେ ଟି -୨୦ ବିଶ୍ୱକପ ୨୦୨୧ ପରେ ନିଜ...

ମେରୀକମ୍‌ଙ୍କୁ ପଦ୍ମବିଭୂଷଣ, ସିନ୍ଧୁ ପାଇବେ ପଦ୍ମଭୂଷଣ

ନୂଆଦିଲ୍ଲୀ, ୨୬ା୧ (ପି.ଟି.)-ଭେଟେରାନ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମବିଭୂଷଣ ଏବଂ ବିଶ୍ୱ ଚାମ୍ପିୟନ ବ୍ୟାଡ୍‌ମିଣ୍ଟନ ଖେଳାଳି ପି....

ଆଇପିଏଲ୍‌ ଅକ୍‌ଶନରେ ଭାଗ ନେବେ ଓ୍ବାର୍ନର

ମେଲବୋର୍ନ,୨୮।୧୦ : ପରବର୍ତ୍ତୀ ଆଇପିଏଲ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦ୍‌ ଫ୍ରାଞ୍ଚାଇଜ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନରଙ୍କୁ ରିଟେନ କରିବାର ସମ୍ଭାବନା କ୍ଷୀଣ। ଏଣୁ ସେ...

‘ଚେସ୍‌ର ମର୍ଯ୍ୟାଦା ବଢ଼ାଇବାରେ ସହାୟକ ହେବ’

ଭୁବନେଶ୍ୱର, ୩୦।୮(କ୍ରୀଡ଼ା ପ୍ରତିନିଧି)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ଶନିବାର ଚେସ୍‌ ଗୁରୁ ତଥା ଏସଆର ଚେସ୍‌ ସେଣ୍ଟର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ ଶ୍ରେଷ୍ଠ କୋଚ୍‌...

Advertisement


Archives

Model This Week