Posted inଖେଳ

‘ଶର୍ଟ ରନ’ କଲ୍‌ ବିରୋଧରେ ପଞ୍ଜାବର ଆବେଦନ: ଅମ୍ପାୟରଙ୍କୁ ପୂର୍ବତନ ଖେଳାଳିଙ୍କ ସମାଲୋଚନା

ଦୁବାଇ, ୨୨।୯(ପି.ଟି.)-
ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚର ଘଡ଼ିସନ୍ଧି ମୁହୂର୍ତ୍ତରେ ଅମ୍ପାୟର ନୀତିନ ମେନନଙ୍କ ବିବାଦୀୟ ‘ଶର୍ଟ ରନ’ କଲ୍‌ ବିରୋଧରେ ଆବେଦନ କରିଛି କିଙ୍ଗ୍ସ ଇଲେଭେନ ପଞ୍ଜାବ। ତ୍ରୁଟିଶୂନ୍ୟ ଫଳାଫଳ ପାଇଁ ଅଧିକ ଟେକ୍ନାଲୋଜିର ସହାୟତା ନେବା ସପକ୍ଷରେ ପୂର୍ବତନ ଖେଳାଳିମାନେ ମତବ୍ୟକ୍ତ କରିଛନ୍ତି। ସୁପର ଓଭର ପୂର୍ବରୁ ଟିଭି ଫୁଟେଜରୁ ଜଣାପଡ଼ିଥିଲା ଯେ, କାଗିଶୋ ରାବାଡ଼ା ବୋଲିଂ କରିଥିବା ୧୯ତମ ଓଭରର ତୃତୀୟ ବଲ୍‌ରେ ମୟଙ୍କ ଅଗ୍ରଓ୍ବାଲ ୨ ରନ ନେବାକୁ ଉଦ୍ୟମ କରିଥିବାବେଳେ କ୍ରିସ୍‌ ଜୋର୍ଡାନଙ୍କ ରନ୍‌କୁ ଅମ୍ପାୟର ମେନନ ତ୍ରୁଟିପୂର୍ଣ୍ଣଭାବେ ‘ଶର୍ଟ ରନ୍‌’ କଲ୍‌ କରିଥିଲେ। ମାତ୍ର ରନ ନେବା ଅବସରରେ ଜୋର୍ଡାନଙ୍କ ବ୍ୟାଟ୍‌ କ୍ରିଜ୍‌ର ସମ୍ପୂର୍ଣ୍ଣ ଭିତରେ ଥିବା ଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା। ମେନନଙ୍କ ନିଷ୍ପତ୍ତି ଅନୁସାରେ ଅଗ୍ରଓ୍ବାଲଙ୍କ ସ୍କୋର ଏବଂ ପଞ୍ଜାବର ମୋଟ ସ୍କୋରରେ ମାତ୍ର ୧ ରନ ଯୋଗ ହୋଇଥିଲା। କଲ୍‌ରେ ତ୍ରୁଟିଥିବା ଜଣା ପଡ଼ିଥିଲେ ହେଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ନ ଥିଲା। ଫଳରେ ଅନ୍ତିମ ଓଭରରେ ପଞ୍ଜାବ ପାଇଁ ୧୩ ରନର ବିଜୟ ଲକ୍ଷ୍ୟ ରହିଥିଲା। ଅଗ୍ରଓ୍ବାଲ ୧୨ ରନ ନେବାରୁ ମ୍ୟାଚ ଟାଇ ହୋଇଯାଇଥିଲା। ମୋଟ ସ୍କୋରରେ ଯଦି ସେହି ରନ୍‌ଟି ଯୋଗ ହୋଇଥାନ୍ତା ତେବେ ପଞ୍ଜାବ ୩ ବଲ୍‌ ବାକିଥାଇ ବିଜୟ ହାସଲ କରିଥାନ୍ତା। ମ୍ୟାଚ ସୁପର ଓଭରକୁ ଯାଇ ନ ଥାନ୍ତା କି ପଞ୍ଜାବ ପରାଜିତ ହୋଇ ନ ଥାନ୍ତା। ”ଆମେ ମ୍ୟାଚ ରେଫରିଙ୍କ ନିକଟରେ ଆବେଦନ କରିଛୁ। ଜଣେ ମଣିଷ ପକ୍ଷରେ ତ୍ରୁଟି ହେବା ସ୍ବାଭାବିକ। ମାତ୍ର ଆଇପିଏଲ୍‌ ପରି ଏକ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ ଏପରି ତ୍ରୁଟିର ସ୍ଥାନ ନାହିଁ। ଏହି ଏକ ରନ ଆମକୁ ପ୍ଲେ-ଅଫ୍‌ରୁ ବଞ୍ଚତ୍ତ କରିପାରେ“ ବୋଲି କିଙ୍ଗ୍ସ ଇଲେଭେନ ପଞ୍ଜାବ ସିଇଓ ସତୀଶ ମେନନ ପ୍ରକାଶ କରିଛନ୍ତି।
ଆଇପିଏଲ୍‌ ନିୟମ ଅନୁସାରେ ଅମ୍ପାୟରଙ୍କ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଜଣାପଡ଼ିଲେ ହେଁ ତାହା ଚୂଡ଼ାନ୍ତ। ଏଥିରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ତେଣୁ ପଞ୍ଜାବ ଦଳର ଆବେଦନରେ ଫଳାଫଳରେ ପରିବର୍ତ୍ତନ ସମ୍ଭାବନା ନାହିଁ। ପୂର୍ବତନ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଟମ୍‌ ମୁଡୀଙ୍କ କହିବା ଅନୁସାରେ ଯଦି ଟେକ୍ନୋଲୋଜିରୁ ଗେମ୍‌କୁ ଫାଇଦା ମିଳୁଛି ତେବେ ନିୟମରେ ପରିବର୍ତ୍ତନ ହେବା ଆବଶ୍ୟକ। ଦୁର୍ଭାଗ୍ୟଜନକଭାବେ ଏପରି ଘଟଣାକୁ ଏଡ଼ାଇବା ପାଇଁ ବ୍ୟବସ୍ଥା ହେବା ଉଚିତ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏପରିସ୍ଥିତିରେ ତୃତୀୟ ଅମ୍ପାୟର ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୟ ମଞ୍ଜ୍ରେକର ପ୍ରକାଶ କରିଛନ୍ତି। କ୍ରିକେଟରରୁ ଭାଷ୍ୟକାର ହୋଇଥିବା ଆକାଶ ଚୋପ୍ରା ମଧ୍ୟ ଅମ୍ପାୟରିଂକୁ ସମାଲୋଚନା କରିଛନ୍ତି। ନ୍ୟାର୍ଯ୍ୟ ଫଳାଫଳ ପାଇଁ ଟେକ୍ନୋଲୋଜିର ବ୍ୟବହାର ନିହାତି ଜରୁରୀ ବୋଲି ସେ କହିଛନ୍ତି। ତ୍ରୁଟିହୀନ ଫଳାଫଳ ପାଇଁ ନିୟମରେ ପରିବର୍ତ୍ତନ ଆବଶ୍ୟକ ବୋଲି ପଞ୍ଜାବ ଦଳର ସହ ମାଲିକ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଟୁଇଟ୍‌ କରିଛନ୍ତି। ବିଜୟ କିମ୍ବା ପରାଜୟ କ୍ଷେତ୍ରରେ ମୁଁ ସର୍ବଦା ଖେଳୁଆଡ଼ ମନୋଭାବକୁ ବିଶ୍ୱାସ କରିଥାଏ। ତେବେ ଭବିଷ୍ୟତରେ ଗେମ୍‌ରେ ଉନ୍ନତି ପାଇଁ ନୀତିରେ ପରିବର୍ତ୍ତନ ମଧ୍ୟ ଆବଶ୍ୟକ। ଯାହା ହୋଇଗଲା ତାହା ଅତୀତ, ଏବେ ସକାରାତ୍ମକ ଚିନ୍ତାରେ ଆଗକୁ ବଢ଼ିବାର ଅଛି“ ବୋଲି ସେ ଟୁଇଟ୍‌ କରିଛନ୍ତି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଏପରି ଏକ କଲ୍‌ ପାଇଁ ଅମ୍ପାୟରଙ୍କୁ ସମାଲୋଚନା କରିଛନ୍ତି। ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ସ୍କଟ୍‌ ଷ୍ଟାଇରିସ ଏହାକୁ ଅତି ଖରାପ ନିଷ୍ପତ୍ତି ବୋଲି ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷ ପୁରୁଣା ମ୍ୟାଚ୍‌କୁ ନେଇ ହରଭଜନଙ୍କୁ କଟାକ୍ଷ କଲେ ପାକିସ୍ତାନ ବୋଲର; ରାଗରେ ଲାଲ ହୋଇ ଏଭଳି…

ନୂଆଦିଲ୍ଲୀ,୨୭।୧୦: ଭାରତ-ପାକିସ୍ତାନ ମଧ୍ୟରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମୁକାବିଲା ଖେଳାଯାଇଥିଲା। ଏଥିରେ ୧୦ ଉଇକେଟରେ ପରାଜିତ ହୋଇଥିଲା ଭାରତୀୟ ଟିମ୍‌। ପାକିସ୍ତାନ ଭାରତର...

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ...

ବାରବାଟୀ ଦିନିକିଆ: ଗ୍ୟାଲେରିରେ ବିଛାଗଲା କାର୍ପେଟ

କଟକ ଅଫିସ,୧୫।୧୨- ଆଗାମୀ ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅର୍ନ୍ତଜାତୀୟ ମ୍ୟାଚ ଲାଗି ଦର୍ଶକମାନଙ୍କ ନିମନ୍ତେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ବିଶେଷ ସୁବିଧା ସୁଯୋଗ ପ୍ରଦାନ କରିଛି। ଏହି...

ଗୋଟିଏ ଦିନରେ ୩୦୯ ରନ୍‌ କରି ଚକିତ କରିଥିଲେ ଏହି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌: ୯୧ ବର୍ଷ ହେଲାଣି ଭାଙ୍ଗିନି ରେକର୍ଡ

ବ୍ରିସ୍‌ବେନ୍‌,୧୭।୧: ଭାରତୀୟ କ୍ରିକେଟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ଚଳିତ ସିରିଜରେ ଉଭୟ ଟିମ୍‌ ରନ୍‌ କରିବାକୁ ନେଇ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି।...

ଶ୍ରୀଲଙ୍କାକୁ ହରାଇ ସିରିଜ ବରାବର୍‌ କଲା ନ୍ୟୁଜିଲାଣ୍ଡ

କଲମ୍ବୋ, ୨୬।୮ (ଏଏଫ୍‌ପି)- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଘରୋଇ ଶ୍ରୀଲଙ୍କା ବିପକ୍ଷରେ ଅନୁଷ୍ଠିତ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌କୁ ନ୍ୟୁଜିଲାଣ୍ଡ ଇନିଂସ...

ମହିଳା ଫିଫା ବିଶ୍ୱକପ୍‌:ନକ୍‌ଆଉଟ୍‌ ପର୍ଯ୍ୟାୟରେ କାମେରୁନ

ପ୍ୟାରିସ,୨୧।୬(ଏଏଫ୍‌ପି)- ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆଜାରା ନଚଟଙ୍କ ଗୋଲ ଯୋଗୁ କାମେରୁନ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ରୋମାଞ୍ଚକ ବିଜୟ ସହ କାମେରୁନ...

ଆଇଓସି ଉପସଭାପତି ଜନାର୍ଦ୍ଦନଙ୍କ ପରଲୋକ

ନୂଆଦିଲ୍ଲୀ, ୨୯।୪(ପି.ଟି.): ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓସି) ଉପସଭାପତି ଜନାର୍ଦ୍ଦନ ସିଂ ଗେହଲଟ ବୁଧବାର ଜୟପୁରରେ ପ୍ରାଣ ହରାଇଛନ୍ତି। ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ...

କୋଭିଡ୍‌-୧୯: ଗୋପୀଚାନ୍ଦ ଦେଲେ ୨୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୬।୪: ଭାରତୀୟ ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ ଏବେ କରୋନ ଭାଇରସ ଲଢ଼େଇରେ ସାମିଲ ହୋଇଛନ୍ତି। କ୍ରୀଡ଼ାଜଗତର ସଦ୍ୟତମ ବ୍ୟକ୍ତିତ୍ୱ ଭାବେ ସେ ଏଥିରେ...

Advertisement
Archives

Model This Week