Posted inଖେଳ

କରୋନା ଭାଇରସ୍‌: ଫ୍ରେଞ୍ଚ୍‌ ଓପନ କ୍ୱାଲିଫାଇଂରୁ ୫ଖେଳାଳି ବାଦ୍‌

ପ୍ୟାରିସ, ୨୨ା୯ (ଏପି)-ଫ୍ରେଞ୍ଚ୍‌ ଓପନ୍‌ ପାଇଁ କ୍ୱାଲିଫାଇଂ ରାଉଣ୍ଡ ପୂର୍ବରୁ ଦୁଇ ଖେଳାଳି କରୋନା ପଜିଟିଭ ହୋଇଥିବା ଫ୍ରେଞ୍ଚ ଟେନିସ୍‌ ଫେଡେରେଶନ (ଏଫ୍‌ଟିଏଫ୍‌) କହିଛି। ଅନ୍ୟପକ୍ଷରେ ଟେଷ୍ଟ ରିପୋର୍ଟରେ ପଜିଟିଭ୍‌ ଆସିଥିବା ଜଣେ କୋଚ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୩ଜଣ ଖେଳାଳି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହି ୫ଜଣ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି। ସେପ୍ଟେମ୍ବର ୨୭ରୁ ଅକ୍ଟୋବର୧୧ ପର୍ଯ୍ୟନ୍ତ ହେବାକୁଥିବା ଟୁର୍ନାମେଣ୍ଟ ଲାଗି ସୋମବାରଠାରୁ ଆରମ୍ଭ ହୋଇଥିବା କ୍ୱାଲିଫାୟର୍ସରେ ଅଂଶଗ୍ରହଣରୁ ଏହି ୫ ଖେଳାଳିଙ୍କୁ ବାଦ୍‌ ଦିଆଯାଇଥିବା (ଏଫ୍‌ଟିଏଫ୍‌) କହିଛି। ଆୟୋଜକଙ୍କ ପକ୍ଷରୁ କୌଣସି ଖେଳାଳି କିମ୍ବା କରୋନା ସଂକ୍ରମିତ କୋଚ୍‌ଙ୍କ ନାମ ପ୍ରକାଶ କରାଯାଇ ନାହିଁ। ତେବେ ଏକ ଓ୍ବେବ୍‌ସାଇଟ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ କୋଚ୍‌ ଜଣଙ୍କ ନାମ ହେଉଛି ପେଟାର ପୋପୋଭିଚ୍‌ ଏବଂ ଖେଳାଳିମାନଙ୍କ ମଧ୍ୟରୁ ଜଣଙ୍କର ନାମ ଦାମିର ଦିଜୁମହର। ଓ୍ବେଷ୍ଟର୍ନ ପ୍ୟାରିସରେ ହେବାକୁଥିବା କ୍ଲେ-କୋର୍ଟ ଟୁର୍ନାମେଣ୍ଟ ପାଇଁ ଗୁରୁବାରଠାରୁ ଏପର୍ଯ୍ୟନ୍ତ ୯୦୦ ଜଣଙ୍କର କରୋନା ଭାଇରସ୍‌ ଟେଷ୍ଟ ହୋଇ ସାରିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

T20 World Cup 2026: ICCର ବଡ଼ ନିଷ୍ପତ୍ତି, ମହିଳା T20 ବିଶ୍ୱକପ ବିଜେତାଙ୍କ ଉପରେ ହେବ ଧନ ବର୍ଷା

ନୂଆଦିଲ୍ଲୀ,୧୨।୬: ମହିଳା କ୍ରିକେଟର ବର୍ଦ୍ଧିତ ବିଶ୍ୱ ଲୋକପ୍ରିୟତା ମଧ୍ୟରେ, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 2026 ମହିଳା T20 ବିଶ୍ୱକପ ସମ୍ପର୍କରେ ଏକ ପ୍ରମୁଖ ଏବଂ ଐତିହାସିକ…

ଶକିରାଙ୍କ ନୃତ୍ୟ ଦର୍ଶକଙ୍କ ମନ ମୋହିଲା; ଉଦଘାଟନୀ ଉତ୍ସବରେ ଅନେକ ଆନ୍ତର୍ଜାତୀୟ ତାରକା ଦେଖାଇଲେ ଜଲଓ୍ବା

ମେକ୍ସିକୋ ସିଟି,୧୧।୬: ଫିଫା ବିଶ୍ୱକପ 2026 ର ଉଦଘାଟନୀ ଉତ୍ସବରେ ଅନ୍ତର୍ଜାତୀୟ ତାରକାମାନେ ଦର୍ଶକଙ୍କୁ ମୋହିତ କରିଥିଲେ। ଇତିହାସର ସବୁଠାରୁ ବଡ଼ ଫୁଟବଲ ବିଶ୍ୱକପର ଉଦଘାଟନୀ ଉତ୍ସବ…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri