Posted inଖେଳ

ପେରେଜ ପଜିଟିଭ୍‌ ଯୋଗୁ ହକେନବର୍ଗ ରେସ୍‌ କରିବେ

ସିଲଭରଷ୍ଟୋନ୍‌, ୧ା୮ (ଏପି)-ଚଳିତ ସପ୍ତାହାନ୍ତରେ ନିକୋ ହକେନବର୍ଗ ଫର୍ମୁଲା ଓ୍ବାନ୍‌କୁ ଫେରିବେ। ସର୍ଗିଓ ପେରେଜ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ତାଙ୍କ ସ୍ଥାନରେ ରବିବାର ହେବାକୁଥିବା ବ୍ରିଟିଶ ଗ୍ରାଁ ପ୍ରିରେ ହକେନବର୍ଗ ରେସିଙ୍ଗ୍‌ ପଏଣ୍ଟ ଟିମ୍‌ ତରଫରୁ ରେସ୍‌ରେ ଭାଗ ନେବେ। ୩୨ବର୍ଷୀୟ ହକେନବର୍ଗ ଏହି ସିଜନରେ ରେନଲ୍ଟ ଟିମ୍‌ରୁ ବାଦ୍‌ ପଡ଼ିଥିଲେ। ସେ ଉପଲବ୍ଧ ଥିବାରୁ ତାଙ୍କୁ ଡକାଯାଇଥିଲା ବୋଲି ରେସିଂ ପଏଣ୍ଟ ଟିମ୍‌ ପ୍ରିନ୍ସପାଲ ଓଟ୍‌ମାର୍‌ ସାଫାନାଉର ପ୍ରକାଶ କରିଛନ୍ତି। ହକେନବର୍ଗଙ୍କ ପାଇଁ ଏହା ହେବ ୧୭୮ତମ ଗ୍ରାଁ ପ୍ରି। ହଙ୍ଗେରିଆନ ଓ ବ୍ରିଟିଶ ରେସ୍‌ ମଧ୍ୟରେ ପେରେଜ ମା’ଙ୍କୁ ଭେଟିବା ଲାଗି ନିଜ ଦେଶ ମେକ୍ସିକୋ ଯାଇଥିଲେ। ତାଙ୍କ ମା’ ଦୁର୍ଘଟଣାରେ ଆହତ ଥିଲେ। ବାଟରେ ହୁଏତ ସେ କେଉଁଠାରେ ସଂକ୍ରମିତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଗୁରୁବାର ତାଙ୍କର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ଏଥିରେ ତାଙ୍କର ପଜିଟିଭ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌: ଋତୁପର୍ଣ୍ଣାଙ୍କୁ ରୌପ୍ୟ, କାଂସ୍ୟ

ଭୁବନେଶ୍ୱର,୨୮ା୭(ସ୍ପୋଟର୍‌ସ ବ୍ୟୁରୋ) – ଓଡ଼ିଶାର ଷ୍ଟାର ଶଟ୍‌ଲର ରୁତୁପର୍ଣ୍ଣା ପଣ୍ଡା ନାଇଜେରିଆରେ ଅନୁଷ୍ଠିତ ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ କ୍ଲାସିକ୍‌ ଟୁର୍ନାମେଣ୍ଟରେ ଯୁଗଳ ସଫଳତା ହାସଲ କରିଛନ୍ତି।...

ଭାରତରେ ଏନ୍‌ବିଏ ମ୍ୟାଚ୍‌

ମୁମ୍ବାଇ, ୫।୧୦(ପି.ଟି.)- ସ୍ଥାନୀୟ ନ୍ୟାଶନାଲ ସ୍ପୋଟର୍‌ସ କ୍ଲବ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଏସ୍‌ସିଆଇ) ଡୋମଠାରେ ଶୁକ୍ରବାର ଏନ୍‌ବିଏର ଐତିହାସିକ ମ୍ୟାଚ୍‌ ଆୟୋଜିତ ହୋଇଛି। ଆମେରିକାର ହାଇପ୍ରୋଫାଇଲ ବାସ୍କେଟ...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌ : ଅଷ୍ଟ୍ରେଲିଆକୁ ରେକର୍ଡ ପଞ୍ଚମ ଟାଇଟଲ

ମେଲବୋର୍ନ, ୮।୩(ପି.ଟି.)- ଆୟୋଜକ ଅଷ୍ଟ୍ରେଲିଆ ରେକର୍ଡ ପଞ୍ଚମଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ମହିଳା ବିଶ୍ୱକପ୍‌ ଟାଇଟଲ ହାସଲ କରିଛି। ରବିବାର ଅନୁଷ୍ଠିତ...

ବ୍ୟାଡ୍‌ମିଣ୍ଟନରୁ ମାଥିଆସଙ୍କ ଅବସର

ନୂଆଦିଲ୍ଲୀ, ୨୫ା୪ (ପି.ଟି.)- ଡେନମାର୍କର ଅଗ୍ରଣୀ ବ୍ୟାଡ୍‌ମିଣ୍ଟନ ଡବଲ୍ସ ଖେଳାଳି ମାଥିଆସ ବୋଏ ଖେଳରୁ ଅବସର ନେଇଛନ୍ତି। ଦୁଇ ଦଶନ୍ଧି ଧରି ତାଙ୍କ କ୍ୟାରିୟରରେ ସେ...

ଆଇଏସ୍‌ଏଲ୍‌: ବିଦେଶୀ ଖେଳାଳିଙ୍କ ସଂଖ୍ୟା ନେଇ ଷ୍ଟିମାକଙ୍କ ଅସନ୍ତୋଷ

ମୁମ୍ବାଇ,୭।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବିଦେଶୀ ଖେଳାଳିଙ୍କ ସଂଖ୍ୟ ନେଇ ଭାରତୀୟ ଜାତୀୟ ଦଳର ହେଡ୍‌ କୋଚ୍‌ ଆଇଗର ଷ୍ଟିମାକ ଅସନ୍ତୋଷ ଜାହିର...

ପ୍ରସ୍ତୁତ ଟୋକିଓ ଅଲିମ୍ପିକ୍‌ ମୁଖ୍ୟ ଷ୍ଟାଡିୟମ

ଟୋକିଓ,୦୧।୧୧(ଏଏଫ୍‌ପି)- ୨୦୨୦ ଅଲିମ୍ପିକ୍‌ର ମୁଖ୍ୟ ଷ୍ଟାଡିୟମ ଶନିବାର ଅଫିସିଆଲ ଭାବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ୧.୪ ବିଲିଅନ ଡଲାରର ଖର୍ଚ୍ଚରେ ତିଆରି ଏହି ଷ୍ଟାଡିୟମ ଗ୍ରୀଷ୍ଣ...

ପ୍ରଥମ ଦୁଇ ଦିନିକିଆରୁ ଓ୍ବିଲିୟମସନ ବାଦ୍‌

ହାମିଲଟନ, ୪।୨ (ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ପୂର୍ବରୁ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଦଳକୁ ଝଟ୍‌କା ଲାଗିଛି। କହୁଣି ଆଘାତଜନିତ ସମସ୍ୟା ଲାଗି...

ରାଜ୍ୟଗୋଷ୍ଠୀ ଟିଟି:ଭାରତୀୟ ମହିଳା ଦଳକୁ ସ୍ବର୍ଣ୍ଣ

କଟକ,୧୯ା୭(ପିଟି)- ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡୟମ୍‌ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ(ଟିଟି) ପ୍ରତିଯୋଗିତାରେ ଭାରତକୁ ପ୍ରଥମ ସଫଳତା ଆଣି ଦେଇଛି ମହିଳା ଦଳ। ଶୁକ୍ରବାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *