Posted inଫୁରସତ

ସୁନା ଚେନ୍‌ରେ କେଶ

ମେକ୍ସିକୋର ର଼୍ୟାପର୍‌ ଦାନ୍‌ ସୁର୍‌ଙ୍କ ଚର୍ଚ୍ଚା ଏବେ ଜୋର୍‌ ଧରିଛି। ଏହି ଚର୍ଚ୍ଚା ତାଙ୍କର କୌଣସି ଗୀତକୁ ନେଇ ନୁହେଁ ବରଂ ତାଙ୍କର ନୂଆ ଲୁକ୍‌କୁ ନେଇ। କଥା କ’ଣ କି ସେ ନିଜ ମୁଣ୍ଡର ପ୍ରାକୃତିକ କେଶ ସ୍ଥାନରେ ସୁନାର ଚେନ୍‌୍‌ ଟ୍ରାନ୍ସପ୍ଲାଣ୍ଟ କରାଇଛନ୍ତି। ସାଧାରଣତଃ ର଼୍ୟାପର୍‌ମାନଙ୍କର ଭିନ୍ନ ଷ୍ଟାଇଲ୍‌ ସମସ୍ତଙ୍କୁ ଆକର୍ଷିତ କରିଥାଏ। ତେବେ ଏହି ଭିନ୍ନତା ଭିତରେ କିଛି ବିଶେଷଧରଣର ଭିନ୍ନତା ନିଜ ଭିତରେ ଆଣିବା ପାଇଁ ଦାନ୍‌ ଏଭଳି ପନ୍ଥା ଆପଣେଇଲେ। ଆଉ ନିଜର ସୁନ୍ଦର କେଶ ସ୍ଥାନରେ ସୁନା ଚେନ୍‌କୁ କେଶ ଭାବେ ପ୍ରତିରୋପଣ କରି ସାରା ପୃଥିବୀରେ ଚର୍ଚ୍ଚିତ ହେଲେ। ଖପୁରି ଉପର ଚର୍ମରେ ହୁକ୍‌ ଓ ଚର୍ମ ଭିତରେ ହୁକ୍‌ ଲଗାଇ ଏହି ଚେନ୍‌ ସବୁ ପ୍ରତିରୋପଣ କରାଯାଇଛି। ଏଭଳି ପ୍ରତିରୋପଣରେ ସଂକ୍ରମଣ, ଖପୁରିରେ ଜ୍ୱଳନର ଆଶଙ୍କା ରହିଛି। ଏହା ଆଦୌ ନିରାପଦ ନୁହେଁ ବୋଲି ମଧ୍ୟ ପ୍ଲାଷ୍ଟିକ୍‌ ସର୍ଜନ କହୁଛନ୍ତି। ଏହାଦ୍ୱାରା ବାହାରର ବ୍ୟାକ୍ଟେରିଆ ସହଜରେ ଶରୀରକୁ ପ୍ରବେଶ କରିପାରିବେ ବୋଲି ସେ କହନ୍ତି। ତା’ସହ ଖପୁରି ଚର୍ମ ତଳେ ଥିବା ହୁକ୍‌ ଓଜନିଆ ଚେନ୍‌କୁ ଧରି ରଖିଥିବାରୁ ଖପୁରିରେ ଫ୍ରାକ୍ଚର ହୋଇପାରେ। ଅବା ପର୍‌ମାନେଣ୍ଟ ହେୟାର୍‌ ଲସ୍‌ ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri