ହାଡ଼ିଆ ହତ୍ୟାକାଣ୍ଡକୁ ମାସେ ପୂରିଲା: ଧରାପଡ଼ିନାହାନ୍ତି ଅଭିଯୁକ୍ତ ଦୁଇ ଭାଇ

କଟକ ଅଫିସ,୨।୧୦: ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ଘଟଣାକୁ ଶୁକ୍ରବାର ଏକମାସ ପୂରଣ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି ବୋଲି କଟକ ପୋଲିସ କହିଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଟ୍ରାକିଂରେ ରଖିଛି। ସେ ଲୁଚିଥିବା ଜଙ୍ଗଲରେ ୩ ଥର ଚଢ଼ାଉ ସରିଲାଣି। ତଥାପି ପୋଲିସକୁ ଚକ୍‌ମା ଦେଇ ଖସିଯିବାରେ ଅଭିଯୁକ୍ତ ସଫଳ ହେଉଥିବା ଜଣାପଡ଼ିଛି। ହତ୍ୟା ଘଟଣାରେ ଦୁଇଭାଇଙ୍କ ମୁଖ୍ୟ ଭୂମିକା ଥିବାବେଳେ ଏଥିରେ ଅନ୍ୟ କେତେଜଣ ସମ୍ପୃକ୍ତ ଥିବା କୁହାଯାଉଛି। ଏ ସମ୍ପର୍କରେ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ହତ୍ୟାକାରୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ସେ ଖସିଯିବାକୁ ବାରମ୍ବାର ଉଦ୍ୟମ କରୁଥିଲେ ସୁଦ୍ଧା ତାଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଛି। ଖୁବଶୀଘ୍ର ସେ ଧରାପଡ଼ିବେ।
ସୂଚନାଯୋଗ୍ୟ, ହତ୍ୟା, ଦାଦାବଟି ଆଦାୟ, ବୋମାମାଡ଼, ଗଣ୍ଡଗୋଳ, ଆକ୍ରମଣ ଆଦି ବହୁ ଘଟଣାରେ ହାଡ଼ିଆ ସମ୍ପୃକ୍ତ ଥିଲେ। ତାଙ୍କ ନିଜ ଘର ଅଲିଶାବଜାର ଭୂତିଆସାହି ଅଞ୍ଚଳରେ ହୋଇଥିବାବେଳେ ସେ ପରିବାର ସହିତ ବିଡ଼ାନାସୀ ଥାନା ଅନ୍ତର୍ଗତ ଶିବାଜୀନଗରରେ ଘରଭଡ଼ା ନେଇ ରହୁଥିଲେ। ହାଡ଼ିଆଙ୍କ ହତ୍ୟା ନେଇ ସ୍ତ୍ରୀ ପୁଷ୍ପଲତା କେତେଜଣ ସମ୍ପର୍କୀୟଙ୍କ ଉପରେ ଅଭିଯୋଗ ଆଣିଥିଲେ। ହେଲେ ସମ୍ପର୍କୀୟ ନୁହେଁ ବରଂ ଦେଶୀ ମଦ କାରବାରକୁ ନେଇ ଗଣ୍ଡଗୋଳ ଓ ଏଥିରୁ ହତ୍ୟା ହୋଇଛି ବୋଲି ଏବେ ସାମ୍ନାକୁ ଆସିଛି। ଗତ ସେପ୍ଟେମ୍ବର ୨ତାରିଖ ସନ୍ଧ୍ୟାରେ ହାଡ଼ିଆଙ୍କ ଉପରେ ଇପସାର କଲେଜଗଡ଼ା ନିକଟରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ତାଙ୍କର ବାମହାତ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲା।ଅତ୍ୟଧିକ ରକ୍ତସ୍ରାବ ଯୋଗୁ ହାଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଜଣେ ସହଯୋଗୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

‘ଯେଉଁ ହାତରେ ମାରିଛି, ସେ ହାତକୁ ହାଣିଦିଅ’

ସତୀଚଉରା ଅଞ୍ଚଳରେ ଭଡ଼ା ରହୁଥିବା ଆଠଗଡ଼ର ଜଣେ ଯୁବକ ହିଁ ହାଡ଼ିଆଙ୍କୁ ହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। କିଛି ଦିନ ହେବ ସେହି ଯୁବକ କଟକ ଆସି ଦେଶୀ ମଦ ବ୍ୟବସାୟ କରୁଥିଲେ। ଯେଉଁଦିନ ହତ୍ୟାକାଣ୍ଡ ଘଟିଲା, ସେଦିନ ସକାଳେ ହାଡ଼ିଆ ଓ ଉକ୍ତ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଗୋଟିଏ ଚାପୁଡ଼ା ହିଁ ଘଟଣାକୁ ହତ୍ୟାର ରୂପ ଦେଲା। ଚା’ ଦୋକାନ ନିକଟରେ ଉଭୟଙ୍କ ଭେଟ ହୋଇଥିଲା। କିଛି ସମୟ ଯୁକ୍ତିତର୍କ ଭିତରେ ହାଡ଼ିଆ ଉକ୍ତ ଯୁବକଙ୍କୁ ବାମହାତରେ ଏକ ଚାପୁଡ଼ା ମାରିଥିଲେ। ଏହି ଦିନ ଦ୍ୱିପହରରେ ହାଡ଼ିଆ ଓ ତାଙ୍କର କେତେଜଣ ସହଯୋଗୀ ଉକ୍ତ ଯୁବକଙ୍କ ଘରେ ପଶି ତାଙ୍କ ବାପା ଓ ମା’ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏ ସଂକ୍ରାନ୍ତରେ ଯୁବକଜଣଙ୍କ କଟକ ବାହାରେ ରହୁଥିବା ନିଜ ବଡ଼ ଭାଇଙ୍କୁ କହିଥିଲେ। ଯେଉଁ ହାତରେ ମାରିଛି ସେ ହାତକୁ ହାଣିଦିଅ ବୋଲି କୁଆଡ଼େ ତାଙ୍କ ବଡ଼ଭାଇ ଫୋନ ଯୋଗେ କହିଥିଲେ। ପରେ ହତ୍ୟା ଯୋଜନା ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କୁ ଏକଜୁଟ କରାଯାଇଥିଲା। ଏହି ଦିନ ସନ୍ଧ୍ୟାରେ ହିଁ ହାଡ଼ିଆଙ୍କ ଉପରେ ଆକ୍ରମଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri