ହାଡ଼ିଆ ହତ୍ୟାକାଣ୍ଡକୁ ମାସେ ପୂରିଲା: ଧରାପଡ଼ିନାହାନ୍ତି ଅଭିଯୁକ୍ତ ଦୁଇ ଭାଇ

କଟକ ଅଫିସ,୨।୧୦: ଦୁର୍ଦ୍ଦାନ୍ତ ଅପରାଧୀ ହାଡ଼ିଆ ଓରଫ ପ୍ରକାଶ ବେହେରା ହତ୍ୟା ଘଟଣାକୁ ଶୁକ୍ରବାର ଏକମାସ ପୂରଣ ହୋଇଛି। ଅଭିଯୁକ୍ତଙ୍କୁ ଚିହ୍ନଟ ସରିଛି ବୋଲି କଟକ ପୋଲିସ କହିଥିଲେ ସୁଦ୍ଧା ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ପୋଲିସ ସ୍ପଷ୍ଟ କରିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଟ୍ରାକିଂରେ ରଖିଛି। ସେ ଲୁଚିଥିବା ଜଙ୍ଗଲରେ ୩ ଥର ଚଢ଼ାଉ ସରିଲାଣି। ତଥାପି ପୋଲିସକୁ ଚକ୍‌ମା ଦେଇ ଖସିଯିବାରେ ଅଭିଯୁକ୍ତ ସଫଳ ହେଉଥିବା ଜଣାପଡ଼ିଛି। ହତ୍ୟା ଘଟଣାରେ ଦୁଇଭାଇଙ୍କ ମୁଖ୍ୟ ଭୂମିକା ଥିବାବେଳେ ଏଥିରେ ଅନ୍ୟ କେତେଜଣ ସମ୍ପୃକ୍ତ ଥିବା କୁହାଯାଉଛି। ଏ ସମ୍ପର୍କରେ କଟକ ଡିସିପି ପ୍ରତୀକ ସିଂ କହିଛନ୍ତି, ହତ୍ୟାକାରୀଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଛି। ସେ ଖସିଯିବାକୁ ବାରମ୍ବାର ଉଦ୍ୟମ କରୁଥିଲେ ସୁଦ୍ଧା ତାଙ୍କ ଗତିବିଧି ଉପରେ ପୋଲିସ ନଜର ରଖିଛି। ଖୁବଶୀଘ୍ର ସେ ଧରାପଡ଼ିବେ।
ସୂଚନାଯୋଗ୍ୟ, ହତ୍ୟା, ଦାଦାବଟି ଆଦାୟ, ବୋମାମାଡ଼, ଗଣ୍ଡଗୋଳ, ଆକ୍ରମଣ ଆଦି ବହୁ ଘଟଣାରେ ହାଡ଼ିଆ ସମ୍ପୃକ୍ତ ଥିଲେ। ତାଙ୍କ ନିଜ ଘର ଅଲିଶାବଜାର ଭୂତିଆସାହି ଅଞ୍ଚଳରେ ହୋଇଥିବାବେଳେ ସେ ପରିବାର ସହିତ ବିଡ଼ାନାସୀ ଥାନା ଅନ୍ତର୍ଗତ ଶିବାଜୀନଗରରେ ଘରଭଡ଼ା ନେଇ ରହୁଥିଲେ। ହାଡ଼ିଆଙ୍କ ହତ୍ୟା ନେଇ ସ୍ତ୍ରୀ ପୁଷ୍ପଲତା କେତେଜଣ ସମ୍ପର୍କୀୟଙ୍କ ଉପରେ ଅଭିଯୋଗ ଆଣିଥିଲେ। ହେଲେ ସମ୍ପର୍କୀୟ ନୁହେଁ ବରଂ ଦେଶୀ ମଦ କାରବାରକୁ ନେଇ ଗଣ୍ଡଗୋଳ ଓ ଏଥିରୁ ହତ୍ୟା ହୋଇଛି ବୋଲି ଏବେ ସାମ୍ନାକୁ ଆସିଛି। ଗତ ସେପ୍ଟେମ୍ବର ୨ତାରିଖ ସନ୍ଧ୍ୟାରେ ହାଡ଼ିଆଙ୍କ ଉପରେ ଇପସାର କଲେଜଗଡ଼ା ନିକଟରେ ଆକ୍ରମଣ ହୋଇଥିଲା। ଯେଉଁଥିରେ ତାଙ୍କର ବାମହାତ ସମ୍ପୂର୍ଣ୍ଣ ଭାବେ କଟି ଯାଇଥିଲା।ଅତ୍ୟଧିକ ରକ୍ତସ୍ରାବ ଯୋଗୁ ହାଡ଼ିଆଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କର ଜଣେ ସହଯୋଗୀ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

‘ଯେଉଁ ହାତରେ ମାରିଛି, ସେ ହାତକୁ ହାଣିଦିଅ’

ସତୀଚଉରା ଅଞ୍ଚଳରେ ଭଡ଼ା ରହୁଥିବା ଆଠଗଡ଼ର ଜଣେ ଯୁବକ ହିଁ ହାଡ଼ିଆଙ୍କୁ ହତ୍ୟା କରିଥିବା ଜଣେ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। କିଛି ଦିନ ହେବ ସେହି ଯୁବକ କଟକ ଆସି ଦେଶୀ ମଦ ବ୍ୟବସାୟ କରୁଥିଲେ। ଯେଉଁଦିନ ହତ୍ୟାକାଣ୍ଡ ଘଟିଲା, ସେଦିନ ସକାଳେ ହାଡ଼ିଆ ଓ ଉକ୍ତ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେବେ ଗୋଟିଏ ଚାପୁଡ଼ା ହିଁ ଘଟଣାକୁ ହତ୍ୟାର ରୂପ ଦେଲା। ଚା’ ଦୋକାନ ନିକଟରେ ଉଭୟଙ୍କ ଭେଟ ହୋଇଥିଲା। କିଛି ସମୟ ଯୁକ୍ତିତର୍କ ଭିତରେ ହାଡ଼ିଆ ଉକ୍ତ ଯୁବକଙ୍କୁ ବାମହାତରେ ଏକ ଚାପୁଡ଼ା ମାରିଥିଲେ। ଏହି ଦିନ ଦ୍ୱିପହରରେ ହାଡ଼ିଆ ଓ ତାଙ୍କର କେତେଜଣ ସହଯୋଗୀ ଉକ୍ତ ଯୁବକଙ୍କ ଘରେ ପଶି ତାଙ୍କ ବାପା ଓ ମା’ଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏ ସଂକ୍ରାନ୍ତରେ ଯୁବକଜଣଙ୍କ କଟକ ବାହାରେ ରହୁଥିବା ନିଜ ବଡ଼ ଭାଇଙ୍କୁ କହିଥିଲେ। ଯେଉଁ ହାତରେ ମାରିଛି ସେ ହାତକୁ ହାଣିଦିଅ ବୋଲି କୁଆଡ଼େ ତାଙ୍କ ବଡ଼ଭାଇ ଫୋନ ଯୋଗେ କହିଥିଲେ। ପରେ ହତ୍ୟା ଯୋଜନା ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଯୁବକଙ୍କୁ ଏକଜୁଟ କରାଯାଇଥିଲା। ଏହି ଦିନ ସନ୍ଧ୍ୟାରେ ହିଁ ହାଡ଼ିଆଙ୍କ ଉପରେ ଆକ୍ରମଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭୧୦(ସଂକେତ ପାତ୍ର): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?