ଫୋନ୍‌ରେ ଅଭ୍ୟାସଗତ ବ୍ୟସ୍ତତା: ଫବିଙ୍ଗ

ଡା. ସମ୍ରାଟ କର

ଆଜିକାଲି ଏକ ପ୍ରକାର ଦୁନିଆ ତ ସହଜେ ମୋବାଇଲକୁ ନେଇ ଯେତିକି ଆଲୋଚନା ରଖୁଛି ତା’ଠାରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ଆପଣମାନଙ୍କ ଆଖି ସାମ୍ନାରେ ବସିଥିବା ଲୋକଟି ଯଦି କଥାବାର୍ତ୍ତା ହେଉଥିବା ସମୟରେ ମଧ୍ୟ ମୋବାଇଲକୁ ନେଇ ଅନ୍ୟମନସ୍କ ହେଉଥିବା। କେବଳ ସେତିକି ନୁହେଁ ଖାଇବା ପିଇବା ହେଉ ବା ଦୈନନ୍ଦିନ ରୁଟିନ କାର୍ଯ୍ୟରେ ଜଣେ ନିର୍ଦ୍ଦିଷ୍ଟ କାର୍ଯ୍ୟପ୍ରତି ଧ୍ୟାନ ନ ଦେଇ ଫୋନ୍‌ରେ ବ୍ୟସ୍ତ ରହିବାକୁ ବାସ୍ତବରେ ଫବିଙ୍ଗ ସମସ୍ୟା କୁହାଯାଏ। ନିକଟରେ ଜର୍ଜିଆ ବିଶ୍ୱବିଦ୍ୟାଳୟରେ ଏ ସମ୍ପର୍କରେ କରାଯାଇଥିବା ଗବେଷଣାରୁ ପ୍ରକାଶ ଯେ ଫବିଙ୍ଗ ପରି ବ୍ୟବହାର ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିବା ସହ ଅବସାଦ ଏବଂ ଉଦ୍‌ବିଗ୍ନତା ପରି ଅସୁସ୍ଥତାର କାରଣ ହୋଇପାରେ। ଏହି ରିପୋର୍ଟ ‘ବିହେଭିୟର ଆଣ୍ଡ ଇନ୍‌ଫର୍ମେଶନ ଟେକ୍ନୋଲୋଜି’ରେ ପ୍ରକାଶ କରାଯାଇଛି। ଏହା ସତ୍ୟ ଯେ ସ୍ମାର୍ଟଫୋନ୍‌ ମଣିଷକୁ ଗୋଟିଏ ସମୟରେ ଏକାଧିକ କାର୍ଯ୍ୟ କରିପାରିବାରେ ସହାୟକ ହେଉଛି, ତେବେ ଏହା ସାମାଜିକ ଜୀବନ ପ୍ରତି କ୍ଷତିକାରକ ପ୍ରମାଣିତ ହୋଇଚାଲିଛି। ମଣିଷକୁ ଆଡ଼େଇ ଫୋନ୍‌ରେ ନିଜକୁ ବ୍ୟସ୍ତ ରଖିବା ଉଭୟ ସାମାଜିକ ଏବଂ ମାନସିକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଜାଣି ସୁଦ୍ଧା ଅନେକେ ଏପରି ବ୍ୟବହାର ପ୍ରଦର୍ଶନ କରିବା ଦୁର୍ଭାଗ୍ୟଜନକ ବୋଲି ଗବେଷକମାନେ କହୁଛନ୍ତି। ସାଇନ୍ସ ଡାଇରେକ୍ଟ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଫବିଙ୍ଗ ଲୋକମାନଙ୍କର ମୁହଁାମୁହିଁ କଥାବାର୍ତ୍ତା ବା ସାକ୍ଷାତ୍‌ ଆଲୋଚନାର ଦକ୍ଷତା କମାଇ ଦିଏ। ଏହା ମଧ୍ୟ ପାରିବାରିକ ଜୀବନ ଉପରେ ନକାରାତ୍ମକ ପ୍ରଭାବ ପକାଏ। ଆମ୍ଭେମାନେ ଜାଣୁଛେ ଯେ କଥାବାର୍ତ୍ତା ହେବା ଯାହା ମୋବାଇଲରେ କଥାବାର୍ତ୍ତା ହେବା ତାହା ନୁହେଁ ବା ଆଜିର ସମୟର ହ୍ବାଟ୍‌ସଆପ୍‌ ଚାଟିଂ ବି ସେୟା ନୁହେଁ। ତାହା ସତ୍ତ୍ୱେ ଦୈନନ୍ଦିନ ଜୀବନରେ ଆମମାନଙ୍କ ସମୟ ଏହିପରି ଭାବେ କମି କମି ଯାଉଛି ନିଜ ଲୋକମାନଙ୍କ ପାଇଁ ଏବଂ ଆଖପାଖର ଓ ପରିଚିତ ମଣିଷମାନଙ୍କ ନିମନ୍ତେ।
ଫବିଙ୍ଗ ବାସ୍ତବିକ ଏକ ଅତ୍ୟନ୍ତ ମନସ୍ତାତ୍ତ୍ବିକ ଘାତକ ସମସ୍ୟା। ଏକ ଅଷ୍ଟ୍ରେଲୀୟ ବିଜ୍ଞାପନ ସଂସ୍ଥା ଫୋନ ଏବଂ ସ୍ନବିଙ୍ଗ ଦୁଇଟି ଶବ୍ଦକୁ ମିଶାଇ ଫବିଙ୍ଗ ଶବ୍ଦ ଆଣିବା ପରେ ୨୦୧୨ରୁ ଏହାର ନକାରାତ୍ମକ ପ୍ରଭାବ ଚର୍ଚ୍ଚାକୁ ଆସିଥିଲା। କିଛିଦିନ ତଳେ ବିଶ୍ୱର ଏକ ସ୍ବାସ୍ଥ୍ୟ ଜର୍ନାଲ ଏକ ବିଶେଷ ରିପୋର୍ଟ ପ୍ରକାଶ କରିଥିଲା। ନିଜର ବିଶେଷ ଅନୁଭୂତି ପରେ କେଣ୍ଟ ବିଶ୍ୱବିଦ୍ୟାଳୟର ଗବେଷକ ବରୋଥ ଶୋତ୍‌ପିତାୟସୁନୋନ୍ଧ ଫବିଙ୍ଗ ସମ୍ପର୍କରେ ଗବେଷଣା କରିଥିଲେ। ସେ ଜାଣିବାକୁ ପାଇଲେ ଯେ ଏହା ଫୋନ ବ୍ୟବହାରକାରୀଙ୍କ ମାନସିକ ସ୍ଥିତି ଏବଂ ସାମାଜିକ ସମ୍ପର୍କ ଉଭୟ ଉପରେ ଯଥେଷ୍ଟ ନକାରାତ୍ମକ ପ୍ରଭାବ ପକାଉଛି। ନିଜ ଅନୁଭୂତିରୁ ବରୋଥ କହନ୍ତି, ବହୁତ ଦିନ ପରେ ଏକ ଲମ୍ବା ଛୁଟି ମିଳିବାରୁ ସେ ସ୍କୁଲ ବେଳର ସାଙ୍ଗମାନଙ୍କ ସହ ଥାଇଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅଞ୍ଚଳ ବୁଲିବାକୁ ବାହାରିଲେ। ଗତ ୧୦ବର୍ଷ ହେବ ସାଙ୍ଗମାନେ କେହି କାହାକୁ ଭେଟି ନ ଥିଲେ। ଏହି ଭ୍ରମଣକୁ ନେଇ ବେଶ୍‌ ଉତ୍ସାହିତ ଥିଲେ ବରୋଥ। ତେବେ ତିନିଦିନ ଏବଂ ଦୁଇରାତିର ଏହି କାର୍ଯ୍ୟକ୍ରମ ବରୋଥଙ୍କୁ ଖୁବ୍‌ ନିରାଶ କରିଥିଲା। ତାଙ୍କ ସାଙ୍ଗମାନେ ପରସ୍ପର ସହ ଥାଇ ବି ନ ଥିବା ପରି ଥିଲେ। ସମସ୍ତଙ୍କ ଆଖି ସେମାନଙ୍କ ସ୍ମାର୍ଟଫୋନ୍‌ରେ ଲାଖି ରହିଥିଲା। ଫେରିବା ପରେ ବରୋଥଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଥିଲା। ଏହାପରେ ସେ ମଣିଷର ଏଭଳି ମାନସିକତାକୁ ନେଇ ଗବେଷଣା ଆରମ୍ଭ କରିଥିଲେ। ଏଥିରେ ସେ ଜାଣିଥିଲେ ଯେ ଏହି ଫବିଙ୍ଗ ନାମକ ବ୍ୟବହାର ଦ୍ୱାରା ସାମ୍ନାରେ ଆଲୋଚନା ପାଇଁ ବସିଥିବା ବ୍ୟକ୍ତିଜଣକ କମ୍‌ ସନ୍ତୁଷ୍ଟ ହୋଇଥା’ନ୍ତି। ସେ ଯାହା ସହିତ କଥା ହେବାକୁ ଆସିଥାନ୍ତି, ତାଙ୍କ ଉପରେ ତାଙ୍କର ବିଶ୍ୱାସ କମିଯାଏ। ଏପରିକି ଉକ୍ତ ବ୍ୟକ୍ତିଙ୍କ ମନରେ ନୈରାଶ୍ୟ ଆସିପାରେ। ଫବିଙ୍ଗ ପରିବେଶ ଏବଂ ସମ୍ପର୍କରେ ନକାରାତ୍ମକତା ବଢ଼ାଇ ଦିଏ। ଥାଇଲାଣ୍ଡ, ଏସୀୟ ତଥା ୟୁରୋପୀୟ ଦେଶର ମୋବାଇଲ ବ୍ୟବହାରକାରୀଙ୍କ ଆଚରଣରେ ଯଥେଷ୍ଟ ପାର୍ଥକ୍ୟ ଥିବା ବରୋଥ ଜଣାଇଛନ୍ତି। ଥାଇଲାଣ୍ଡରେ ଲୋକେ ଦିନକୁ ପ୍ରାୟ ପାଞ୍ଚଘଣ୍ଟା ମୋବାଇଲ ଫୋନରେ ଲାଗିଥିବା ବେଳେ ଇଂଲଣ୍ଡରେ ଏହି ସମୟ ଅଢ଼େଇ ଘଣ୍ଟା।
ଆଜିର ବ୍ୟସ୍ତବହୁଳ ସମୟରେ ଦେଖନ୍ତୁ ଜଣେ ନିଜକୁ ଚାହିଁଲେ ବି ସହଜରେ ମୋବାଇଲର ଏହି ତଥାକଥିତ ଫବିଙ୍ଗ ମାନସିକତାରୁ ନିଜକୁ ଦୂରେଇ ପାରୁନାହିଁ। ଏହା ନିଶ୍ଚିତ ଭାବରେ ଏକ ପ୍ରକାର ଅହେତୁକ ବିକୃତି। ଦୈନନ୍ଦିନ ଜୀବନକୁ ସମସ୍ତେ ପାଳନ କରିପାରୁନାହାନ୍ତି। ଏହା ଦିନକୁ ଦିନ ଏପରି ଜଟିଳ ଆଡ଼କୁ ଜଣକୁ ମୁହଁାଉଛି ଯେ ପରବର୍ତ୍ତୀ ସମୟରେ ଏହା ତା’ର ସ୍ବାସ୍ଥ୍ୟଗତ ଜୀବନ, ବ୍ୟକ୍ତିଗତ ଜୀବନ ଓ ଦାମ୍ପତ୍ୟ ଜୀବନକୁ ମଧ୍ୟ ପ୍ରଭାବିତ କରୁଛି। ଫବିଙ୍ଗର ବିକୃତ ଜୀବନ ଜଣକୁ ନୈରାଶ୍ୟ ଓ ଅବସାଦ ଭିତରକୁ ଠେଲି ଦେଇଥାଏ ସେମାନେ ଆଖପାଖର ଦୁନିଆକୁ ଭଲଭାବେ ବୁଝିପାରି ନ ଥାନ୍ତି ଆଉ ବୁଝିଲାବେଳକୁ ନେଡିଗୁଡ଼ କହୁଣିକୁ ବୋହିଯାଏ। ଘଣ୍ଟା ଘଣ୍ଟା ଧରି ମୋବାଇଲ ଦେଖିବା ଦ୍ୱାରା ପ୍ରଥମତଃ ଆଖି ଉପରେ ଚାପ ପଡ଼ିଥାଏ, ଦ୍ୱିତୀୟତଃ ସ୍ବାଭାବିକ ଜୀବନ ଉପରେ ଏହା କିପରି ପ୍ରଭାବ ପକାଇଥାଏ ତାହା ଜଣେ ସହଜରେ ବୁଝିପାରି ନ ଥାଏ। ଅନ୍ୟ ଜଣେ ବୁଝାଇଲେ ଏହା ସେମାନଙ୍କୁ ଅଡ଼ୁଆ ଓ ଅଶ୍ୱସ୍ତିକର ଲାଗିଥାଏ। ଦ୍ୱିତୀୟତଃ ନିଜର ସୃଜନଶୀଳ ଶକ୍ତି ବା ଚିନ୍ତାଶକ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ବାଟ ରହିଛି। ଜଣେ ଚାହିଁଲେ ଏଥିରୁ ନିଜକୁ ମୁକୁଳାଇ ପାରିବ। ଜଣେ ସର୍ବପ୍ରଥମେ ଚିନ୍ତାକରୁ ମୁଁ ଯେଉଁମାନଙ୍କ ସହ ଜୀବନ ବିତାଉଛି ସେମାନଙ୍କ ସହିତ କେତେ ସମୟ ବ୍ୟକ୍ତିଗତ ସାମ୍ନାସାମ୍ନି ବସି କଥାବାର୍ତ୍ତା ହେଉଛି? ଖାଇବାରୁ ଶୋଇବା ପର୍ଯ୍ୟନ୍ତ କେତେ ଘଣ୍ଟା ମୋବାଇଲରେ ନିଜକୁ ବ୍ୟସ୍ତ ରଖୁଛି। ରୁଟିନ୍‌ ଭିତରେ ଏକ ବଡ଼ ନିର୍ଘଣ୍ଟ ତିଆରି କରନ୍ତୁ ଯେ ମୁଁ ଆଜି ମୋବାଇଲଠାରୁ ସମ୍ପୂର୍ଣ୍ଣ ଦୂରେଇ କେତେ ସମୟ ବିତାଇ ପାରିବି। କିଛି ବାଟ ଚଲାବୁଲା କରନ୍ତୁ, ବ୍ୟକ୍ତିଗତ ଭାବେ କଥାବାର୍ତ୍ତା ହୁଅନ୍ତୁ, କିଛି ବହିପତ୍ର ବା ଖବରକାଗଜ ପଢ଼ନ୍ତୁ। ନିଜ ଲୋକମାନଙ୍କ ସହ ସମୟ ବିତାଇବା ସହ ଶାରୀରିକ ପରିଶ୍ରମ କିଛି କରନ୍ତୁ । ଏହାସହ କିଛି ସମୟ ନୀରବରେ ବସି ନିଜ ସହ କଥା ହୁଅନ୍ତୁ। ନିଜକୁ ବ୍ୟସ୍ତ, ଅଧୈର୍ଯ୍ୟ, ଉତ୍ତେଜିତ ରଖନ୍ତୁ ନାହିଁ। କର୍ମସଂସ୍ଥାନର ଚାପ ନିଜ ପରିବାର ଭିତରକୁ ଆଣନ୍ତୁ ନାହିଁ। ଦେଖିବେ ଆପଣ ଚାହିଁଲେ ଆପଣଙ୍କ ଦୁନିଆ ଖୁବ୍‌ ଭଲ ହେବ।
ମାନସିକ ରୋଗ ବିଶେଷଜ୍ଞ, ଦି’ବ୍ରେନ୍‌, ପୁରୀଘାଟ ରୋଡ, କଟକ
ମୋ: ୯୧୩୨୪୩୩୩୩୩


Enter your email to get our daily news in your inbox.

All Right Reserved By Dharitri.Com

ଆଧ୍ୟାତ୍ମିକତା ମୁଖା ତଳେ ସ୍ବାର୍ଥ

ଆଧୁନିକ ସମାଜରେ ଧର୍ମ ଏବଂ ଭକ୍ତିର ସ୍ବରୂପ ବଦଳିବାରେ ଲାଗିଛି । ସକାଳୁ ଉଠି ସୋସିଆଲ ମିଡିଆରେ ଦେବଦେବୀଙ୍କ ଫଟୋ ସହ ‘ଗୁଡ୍‌ ମର୍ନିଂ’ ମେସେଜ୍‌ ପଠାଇବା,…

କାଳୀଦାସ ବୁଦ୍ଧି

ଶୁଣାଯାଏ, ମହାକବି କାଳୀଦାସ ପ୍ରଥମ ଜୀବନରେ ଏତେ ନିର୍ବୁଦ୍ଧିଆ ଥିଲେ ଯେ ଏକଦା ସେ ଗୋଟିଏ ଗଛର ଡାଳରେ ବସି ସେହି ଡାଳକୁ ମୂଳରୁ ହାଣୁଥିଲେ। ଏବେ…

ବରାବର ଗୁମ୍ପାର ରହସ୍ୟ

ବିହାର ରାଜଗିର ନିକଟରେ ଶୋଭାପାଉଛି ବରାବର ଗୁମ୍ଫା। ଏହା ଭିତରକୁ ପ୍ରବେଶକଲେ ଯେ ଚମତ୍କାର ଅନୁଭବ ଆସେ। ଏହି ଗୁମ୍ଫାର କାନ୍ଥଗୁଡ଼ିକୁ ଏପରି ନିଖୁଣ ଭାବରେ ପଲିସ୍‌…

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri