ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସ୍ଥିତି ଯାଞ୍ଚ ପାଇଁ ଏଏସ୍‌ଆଇର ପ୍ରଶାସନକୁ ଚିଠି

ପୁରୀ ଅଫିସ,୧୨।୯- ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଦୀର୍ଘଦିନରୁ ରହିଆସିଥିବା ଦ୍ୱନ୍ଦ୍ୱ ଦୂର ହେବା ନେଇ ରାସ୍ତା ଫିଟୁଛି। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ହୋଇଥିବା ହେତୁ ଏହାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି। ଗତ ୮ ତାରିଖରେ ଏଏସ୍‌ଆଇ(ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା)ର ସୁପରିଟେଣ୍ଡେଣ୍ଟ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି କରାଯାଇଥିବା ସୂଚନା ମିଳିଛି। ପ୍ଲାଷ୍ଟର ଖରାପ ହୋଇଯାଇଥିବା ହେତୁ ଭିତର ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ରାଜ୍ୟ ଆଇନ ବିଭାଗ ଓ ଏଏସ୍‌ଆଇ ଡିଜିଙ୍କୁ ମଧ୍ୟ ଏ ନେଇ ଚିଠି ଲେଖାଯାଉଛି।
ନିକଟ ଅତୀତରେ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ କହିଥିଲେ ଯେ, ରତ୍ନ ଭଣ୍ଡାର ମରାମତି ଦାୟିତ୍ୱ ଆମ ସଂସ୍ଥା ପାଖରେ ନାହିଁ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ ସ୍ଥିତି ଅନୁଧ୍ୟାନ କରାଯାଇ ମରାମତି କରାଯିବ। ଅନ୍ୟପକ୍ଷେ ଏଏସ୍‌ଆଇ ପକ୍ଷରୁ ମିଳିଥିବା ଚିଠିକୁ ନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଏ ନେଇ ସୂଚନା ଅଧିକାର କର୍ମୀ ଦିଲୀପ ବରାଳ କହିଛନ୍ତି, ଏଏସ୍‌ଆଇ ଚିଠି କରିବା ପରେ ଏବେ ସବୁ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି। ଶ୍ରୀମନ୍ଦିର ପ୍ରଶାସନ ପ୍ରସଙ୍ଗକୁ ଗୁରୁତର ସହ ନେଇ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଅନୁମତି ଦେବା ଦରକାର। ଫଳରେ ରତ୍ନଭଣ୍ଡାର ଖୋଲାଯାଇ ମରାମତି ହେବା ସହ ଭିତର ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ଗଣନା ହୋଇପାରିବ। ସେହିଭଳି ଶ୍ରୀମନ୍ଦିର ଭଣ୍ଡାର ମେକାପ କହିଥିଲେ, ରତ୍ନ ଭଣ୍ଡାର ବାହାର ଘରେ ପାଣି ଗଳୁଛି। ଏଣୁ ଭିତର ରତ୍ନ ଭଣ୍ଡାର ସ୍ଥିତି ଆହୁରି ଖରାପ ଥିବା ଆଶଙ୍କା କରାଯାଉଛି। ଏଣୁ ସରକାର କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାକୁ ସମ୍ମାନ ଜଣାଇ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଅନ୍ତୁ।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ହାଇକୋର୍ଟ ନିର୍ଦ୍ଦେଶକ୍ରମେ ଏକ ୧୭ଜଣିଆ ପ୍ରାଧିକୃତ କମିଟି ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଯାଇଥିଲେ। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା, କାନ୍ଥରୁ ପାଣି ଗଳୁଥିବା ଓ ଲୁହା ରଡ଼ ବାହାରକୁ ଦେଖାଯାଉଥିବା ରତ୍ନ ଭଣ୍ଡାର ରେଜିଷ୍ଟ୍ରାରରେ ଉଲ୍ଲେଖ କରିଥିଲେ। ଏହାପରେ ଏକ ଯାଞ୍ଚ ରିପୋର୍ଟ ଦାଖଲ ହୋଇଥିଲା। ଯାଞ୍ଚ ରିପୋର୍ଟରେ ଯାନ୍ତ୍ରିକ ସମସ୍ୟା ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଗଲା। କେମିତି ଉଲ୍ଲେଖ କରିଥିଲେ ଯେ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ଥିତି ଦୁର୍ବଳ ଥିବା ହେତୁ, ଏହାର ମରାମତି ଆବଶ୍ୟକ ଓ ବିଭିନ୍ନ ଯାନ୍ତ୍ରିକ ପରୀକ୍ଷା ନିରୀକ୍ଷା କରିବା ପାଇଁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ପୁନଶ୍ଚ ସ୍ଥିତି ଅନୁଧ୍ୟାନ ପାଇଁ ପରାମର୍ଶ ଦେଇଥିଲେ। ପରେ ପରିଚଳନା କମିଟି ଏହି ଅନୁଧ୍ୟାନ ରିପୋର୍ଟ ଉପରେ କେବେ ହେଲେ ଆଲୋଚନା କରିନାହିଁ। କିମ୍ବା ରାଜ୍ୟ ଆଇନ ବିଭାଗକୁ ଏ ନେଇ କୌଣସି ସୁପାରିସ କରି ନ ଥିଲେ। ଗତ ଅଗଷ୍ଟ ୬ରେ ହୋଇଥିବା ପରିଚଳନା କମିଟିରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବାକୁ ସର୍ବସାଧାରଣରେ ଦାବି ଉଠିଥିଲେ ମଧ୍ୟ ପ୍ରସଙ୍ଗକୁ ଅଣଦେଖା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?