ଚାଷଜମିରେ ଢେଉ ମାରୁଛି ବନ୍ୟାଜଳ

ବାହାନଗା,୧୨ା୮(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ୬ଦିନ ଧରି ହେଉଥିବା ଲଘୁଚାପଜନିତ ଲଗାଣ ବର୍ଷା ଫଳରେ କେତେକ ପଞ୍ଚାୟତରେ ଥିବା ହଜାର ହଜାର ଚାଷ ଜମିରେ ବନ୍ୟାଜଳ ଢେଉ ମାରୁଛି। ଯେଉଁଥିପାଇଁ ସମ୍ପୃକ୍ତ ପଞ୍ଚାୟତରେ କ୍ଷତିଗ୍ରସ୍ତ ଜମିର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଏହି ବ୍ଲକରେ ୧୮ହଜାର ୮୦ ହେକ୍ଟର ଚାଷ ଜମି ଅଛି। ତେବେ ସ୍ବଳ୍ପ ବର୍ଷା ହେବା ଫଳରେ ଶ୍ରାବଣ ପର୍ଯ୍ୟନ୍ତ ଚାଷୀମାନେ ଚାଷ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରି ନ ଥିଲେ। ଫଳରେ ଏଇ କିଛି ଦିନ ହେବ ରାଜ୍ୟରେ ଲଘୁଚାପଜନିତ ବର୍ଷା ହେବା ଫଳରେ ଚାଷୀମାନେ ମନଖୁସିରେ ବିଲକୁ ବାହାରିପଡିଛନ୍ତି। ଉପରମୁଣ୍ଡରୁ ତଥା କାଂଶବାଶଂର ବନ୍ୟାଜଳ ଆସି ସମୁଦ୍ର ନ ଯାଇ ଏବେ ବିଲରେ ଢେଉ ମାରୁଛି। ପୂର୍ଣ୍ଣିମା ଥିବାରୁ ବନ୍ୟାଜଳ ସମୁଦ୍ର ଭିତରକୁ ନ ଯାଇ ଜୁଆର ଲୁଣି ପାଣି ସହିତ ଚାଷଜମି ମଧ୍ୟକୁ ପ୍ରବେଶ କରୁଛି। ବାହାନଗା ବ୍ଲକ ଖରାସାହାପୁର ଓ ଚିତ୍ତଳ, କୁରୁଡା ଓ କୁଚିଆକୋଇଲି ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟାପାଣି ଓ ସମୁଦ୍ର ଲୁଣି ପାଣି ପ୍ରବେଶ କରି ଜମିରହିଛି। ଧାନଗଛ ସବୁ ବୁଡିଯାଇଛି। ତେବେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଖରାସାହାପୁର ପଞ୍ଚାୟତର ସମୁଦ୍ର କୂଳବର୍ତ୍ତୀ ଚାଷୀମାନେ। ଚଳିତବର୍ଷ ଶ୍ରାବଣ ସୁଦ୍ଧା ସ୍ବଳ୍ପ ବର୍ଷା ହୋଇଥିବାରୁ ସରକାରୀ ତଥ୍ୟ ଅନୁଯାଇ ବ୍ଲକ ଶତକଡା ୩୦ଭାଗ ଚାଷଜମିରେ ଏବେ ସୁଦ୍ଧା ଚାଷ ହୋଇଛି। ଅନ୍ୟ ପଞ୍ଚାୟତ ଅପେକ୍ଷା ୪ଟି ପଞ୍ଚାୟତର ଚାଷୀମାନେ ବିଶେଷ କ୍ଷତିଗ୍ରସ୍ତ ହେବେ। ବ୍ଲକର ୧୮ହଜାର ୮୦ହେକ୍ଟର ଚାଷ ଜମି ଥିବା ବେଳେ ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଶତକଡା ୩୦ଭାଗ ଜମିରେ ଚାଷ ହୋଇଛି। ଅର୍ଥାତ ୫ହଜାର ୪୩୪ ହେକ୍ଟର ପାଖାପାଖି ଜମିରେ ଚାଷ ହେଉଥିବା ଜଣାପଡିଛି। ଶ୍ରାବଣ ଭିତରେ ୯୦ଭାଗ ଚାଷୀ ଧାନରୁଆ କାମ ସାରିଦେଇଥାନ୍ତି। ଚଳିତବର୍ଷ ବର୍ଷା ନ ହେବାରୁ ଚାଷୀମାନେ ବିଲ ରୋଇବା ନିମନ୍ତେ ଏପର୍ଯ୍ୟନ୍ତ ଧାନ ତଳି ପକାଇବାରେ ସକ୍ଷମ ହୋଇନାହାନ୍ତି। ତେବେ ବରିପଦା ପଞ୍ଚାୟତ, ଆରୁହାବାଡ ପଞ୍ଚାୟତ, କୁରୁଣିଆ ପଞ୍ଚାୟତ ଗୋପାଳପୁର ପଞ୍ଚାୟତ ସାଉଡୁ ପଞ୍ଚାୟତଗୁଡିକରେ ଚାଷ କାମ ଶ୍ରାବଣ ମାସ ପର୍ଯ୍ୟନ୍ତ ଆରମ୍ଭ ହୋଇ ନ ଥିଲା। ଯେଉଁ ଚାଷୀମାନଙ୍କର ନିଜସ୍ବ ଭୂତଳ ଜଳ ବୋରିଂ କରିଛନ୍ତି ସେହି ଚାଷୀମାନେ ଆଗୁଆ ପାଣି ମଡେଇ ଚାଷ କାର୍ଯ୍ୟ ସାରିଛନ୍ତି। ନଚେତ୍‌ ୮୦ ଭାଗ ଚାଷୀ ଲଘୁଚାପ ଜନିତ ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି। ଉପରୋକ୍ତ ୪ ପଞ୍ଚାୟତର ଚାଷୀମାନେ ବିଲରେ ବୁଣାବୁଣି କାର୍ଯ୍ୟ ସାରିଥିଲେ ମଧ୍ୟ ଦୀର୍ଘଦିନ ଧରି ବନ୍ୟାପାଣି ଓ ଲୁଣିପାଣି ଜମିରହିବା ଫଳରେ ଧାନଗଛ ସବୁ ପଚିସଢିଗଲାଣି। ବ୍ଲକ ଅତିରିକ୍ତ କୃଷି ଅଧିକାରୀ ରଙ୍ଗନାଥ ପାତ୍ର କହିଛନ୍ତି, ଦୁଇଦିନ ହେବ ଆମେ ତଦନ୍ତ କରି ଏପର୍ଯ୍ୟନ୍ତ ବ୍ଲକର ୩୦ଭାଗ ଚାଷ ହୋଇଥିବା ଜାଣିଥିଲୁ। ବର୍ଷା ଛାଡିବା ପରେ କେତେ କ୍ଷତି ହୋଇଛି ଜାଣିବା ପରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେବୁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

ମଦର ଗୁଣବତ୍ତା ନେଇ ସରକାରଙ୍କ ବଡ଼ ପଦକ୍ଷେପ, ଦେଲେ ଏହି ନିର୍ଦ୍ଦେଶ

ଚେନ୍ନାଇ,୨୩ା୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ରାଜ୍ୟର ସମସ୍ତ ଡିଷ୍ଟିଲେରୀରେ ମଦର ଗୁଣବତ୍ତା ନେଇ କଡ଼ା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। TASMAC ମାଧ୍ୟମରେ ବିକ୍ରି ହେଉଥିବା…

ଆଡ୍‌ମିଶନ ଆଳରେ ଠକେଇ, ସାଇବର ଠକଙ୍କୁ ବାନ୍ଧିଲା ପୋଲିସ

ଅତାବିରା,୨୩ା୮(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାର ବିଭିନ୍ନ କଲେଜ ଛାତ୍ରୀଛାତ୍ରଙ୍କ ଆଡ୍‌ମିଶନ ଆଳରେ ଠକେଇ କରି ଚାଲିଥିବା ଜଣେ ସାଇବର ଠକଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri