Posted inଖେଳ

ଟୋକିଓରେ ଦିନିକିଆ ଜିମ୍ନାଷ୍ଟିକ୍‌ ମିଟ୍‌

ଟୋକିଓ: ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିରେ ଜାପାନରେ ରବିବାର ଏକ ପ୍ରଦର୍ଶନୀ ଜିମ୍ନାଷ୍ଟିକ୍‌ ମିଟ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୁଷିଆ, ଚାଇନା ଓ ଯୁକ୍ତରାଷ୍ଟ୍ର ଆମେରିକାର ୨୨ଜଣ ଆଥଲେଟ୍‌ ଅଂଶଗ୍ରହଣ କରିଥିଲେ। ଆୟୋଜକ ଦେଶରୁ ମଧ୍ୟ ୮ଜଣ ଭାଗ ନେଇଥିଲେ। ଆଗକୁ ଟୋକିଓ ଅଲିମ୍ପିକ୍ସ ଦୃଷ୍ଟିରୁ ନିଶ୍ଚିତ ଏହା ଏକ ଭଲ ଖବର। ପ୍ରତିଯୋଗିତା ପୂର୍ବରୁ ଅଣଜାପାନୀ ପ୍ରତିଯୋଗୀମାନଙ୍କୁ ଟୋକିଓସ୍ଥିତ ସେମାନଙ୍କ ହୋଟେଲରେ ୧୪ ଦିନ କ୍ୱାରାଣ୍ଟାଇନରେ ରହିବାକୁ ହୋଇଥିଲା। ଟୋକିଓ ଅଲିମ୍ପିକ୍ସ ଆଉ ୯ ମାସରୁ କମ୍‌ ସମୟ ରହିଛି। ଏଥିରେ ୨୦୬ ଟିଦେଶରୁ ୧୧,୦୦୦ ଆଥଲେଟ ଭାଗ ନେବେ। ପୁନଶ୍ଚ ଅତିରିକ୍ତ ୪,୪୦୦ରୁ ଅଧିକ ପାରାଅଲିମ୍ପିଆନ୍‌ ହଜାରରୁ ଅଧିକ ଅଫିସିଆଲ ଜଜ୍‌, ଭିଆଇପି, ମିଡିଆ, ବ୍ରଡକାଷ୍ଟର ଏବଂ ସ୍ପନସର ମଧ୍ୟରେ ଜାପାନରେ ପ୍ରବେଶ କରିବେ। ଇଭେଣ୍ଟରେ ଯୋଗଦେବା ଲାଗି ପ୍ରାୟ ୧୦ ହଜାର ଅଣଜାପାନୀ ଖେଳପ୍ରେମୀଙ୍କୁ ଅନୁମତି ଦିଆଯିବ ଗେମ୍ସକୁ କେବଳ ଜାପାନୀ ଦର୍ଶକଙ୍କ ମଧ୍ୟରେ ସୀମିତ ରଖାଯିବ ବର୍ତ୍ତମାନ ତାହା ଏକ ପ୍ରଶ୍ନ। ଆସନ୍ତା ବର୍ଷ କରୋନା ଭ୍ୟାକ୍ସିନ ଯଦି ଆସେ ଏବଂ ରାପିଡ୍‌ ଟେଷ୍ଟିଂ ଉପଲବ୍ଧ ହୁଏ ତା’ ହେଲେ କିଛି ପରିମାଣରେ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଟୋକିଓ ଆୟୋଜକ ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ମନେ କରୁଛନ୍ତି। ଜାପାନର ୩ ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା କୋହେଇ ଉଚିମୁରା କହିଛନ୍ତି, ରବିବାର ପ୍ରଦର୍ଶନୀ ଇଭେଣ୍ଟ ସଫଳତାର ସହ ଆୟୋଜନ ହୋଇ ପାରିଥିବାରୁ ଅଲିମ୍ପିକ୍ସ ଆୟୋଜନରେ ସମସ୍ୟା ରହିବ ନାହିଁ ବୋଲି ସ୍ପଷ୍ଟ ସୂଚନା ମିଳିଛି। ମାତ୍ର ଦୁର୍ଭାଗ୍ୟର ବିଷୟ ଏହିକି ଯେ, କୋଭିଡ୍‌ ଯୋଗୁ ଟୋକିଓ ଅଲିମ୍ପିକ୍ସ ଆୟୋଜନ ହୋଇପାରିବ ନାହିଁ ବୋଲି ୮୦% ଜାପାନୀଙ୍କ ମନରେ ଧାରଣା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

କେଶବ ମହାରାଜଙ୍କୁ ଦଳରେ ସାମିଲ କଲା ରାଜସ୍ଥାନ ରୟାଲ୍ସ, କେକେଆର ଆଣିଲା ୧୬ ବର୍ଷ ବୟସ୍କ ଆଫଗାନିସ୍ତାନ ସ୍ପିନର

ନୂଆଦିଲ୍ଲୀ ,୨୮।୩: ଆହତ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ଦକ୍ଷିଣ ଆଫ୍ରିକାର ସ୍ପିନର କେଶବ ମହାରାଜଙ୍କୁ ଦଳରେ ସାମିଲ କରିଛି।...

ଇତିହାସ ରଚିଲେ ରିଷଭ ପନ୍ତ, ଏଭଳି କରିବାରେ ହେଲେ ୭ମ ଖେଳାଳି

ଜୟପୁର,୨୮।୩: ୨୦୨୪ ଆଇପିଏଲର ୧୭ ତମ ସିଜନରେ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ନୂଆ ରେକର୍ଡ ସୃଷ୍ଟି ହେଉଛି । ଜୟପୁରର ସୱାଇ ମାନ ସିଂ ଷ୍ଟାଡିୟମରେ...

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖରାପ ଖବର, ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଫେରିବା କଷ୍ଟକର

ନୂଆଦିଲ୍ଲୀ,୨୮।୩: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଏକ ଖରାପ ଖବର ଆସିଛି। ଦଳର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭିଲିଆନ୍‌ ସଜେଇଲେ ଏହି କ୍ରିକେଟର୍‌: କହିଦେଲେ ଏମିତି କଥା

ହାଇଦ୍ରାବାଦ୍‌,୨୮।୩: ମୁମ୍ବାଇ ଇଣ୍ଡିଆନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏଥି ସହ ବର୍ତ୍ତମାନ...

ରୋହିତଙ୍କୁ ସମ୍ଭାଳିବାକୁ ପଡିଲା ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ! ପାଣ୍ଡ୍ୟାଙ୍କୁ କହିଲେ…

ନୂଆଦିଲ୍ଲୀ,୨୮।୩: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୭୭ ରନ୍‌ ସଂଗ୍ରହ କରିଥିଲା। ଆଇପିଏଲ ଇତିହାସରେ ଏହା ହେଉଛି...

ପାଣ୍ଡ୍ୟାଙ୍କୁ ଗାଳି, ଗାଏକଓ୍ବାଡଙ୍କ ପାଇଁ ତାଳି…ଅଧିନାୟକ ଦାୟିତ୍ୱ କିଭଳି ଦିଆଯାଏ ଧୋନୀଙ୍କଠାରୁ ଶିଖିବା ଉଚିତ

ନୂଆଦିଲ୍ଲୀ,୨୮।୩: ଆଇପିଏଲ୍‌ରେ ମାର୍ଚ୍ଚ ୨୪ ଏବଂ ୨୬ର ଦୃଶ୍ୟ ବହୁତ କିଛି ବୟାନ କରୁଛି। ପ୍ରଥମେ ମାର୍ଚ୍ଚ ୨୪ ବିଷୟରେ କଥା ହେବା। ଏହି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri