Posted inଜାତୀୟ

ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଲେ ସ୍ବାମୀ

ଗ୍ବାଲିଅର,୨୩।୭: ମଧ୍ୟପ୍ରଦେଶର ଗ୍ବାଲିଅରରେ ଏକ ଅଜବ ପାରିବାରିକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ପାରିବାରିକ ବିବାଦ ମଧ୍ୟରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ୨୯ ହଜାର ଟଙ୍କା ଖୁଚୁରା ନେଇ ଥାନାରେ ପହଞ୍ଚିଥିଲେ।
ବଳଦେବ ଅଗ୍ରଓ୍ବାଲ ନାମ ଜଣେ ସ୍ତ୍ରୀଙ୍କୁ ଭରଣପୋଷଣ ଖର୍ଚ୍ଚ ରାଶି ପଠାଇ ନ ଥିଲେ। ଏ ନେଇ ସ୍ତ୍ରୀ କୋର୍ଟରେ ଅଭିଯୋଗ କରିଥିଲେ। ପରିବାର କୋର୍ଟରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଥିଲା। ୱାରେଣ୍ଟ କାର୍ଯ୍ୟକାରୀ ହେବା ପାଇଁ ପୋଲିସ ବଳଦେବଙ୍କୁ ଗିରଫ କରି କୋଟୱାଲୀ ପୋଲିସ ଷ୍ଟେସନରେ ରଖିଥିଲା। ପୋଲିସ ତାଙ୍କ ସାମ୍ନାରେ ଏକ ସର୍ତ୍ତ ରଖିଥିଲା। ଯଦି ସେ ସ୍ତ୍ରୀଙ୍କ ଭରଣପୋଷଣ ଦିଗରେ ୩୦,୦୦୦ ଟଙ୍କା ଜମା କରନ୍ତି ତେବେ ତାଙ୍କୁ ମୁକ୍ତ କରାଯାଇପାରିବ। କିନ୍ତୁ ମିଠା ବ୍ୟବସାୟୀ ବଳଦେବ କହିଥିଲେ ଯେ, ଏହି ସମୟରେ ସେ ଟଙ୍କା ଯୋଗାଇବାରେ ଅସମର୍ଥ, ଯଦି ତାଙ୍କୁ ଗୋଟିଏ ଦିନର ସମୟ ମିଳେ ତେବେ ସେ ଟଙ୍କା ବ୍ୟବସ୍ଥା କରିବେ। କିନ୍ତୁ ପୋଲିସ ତାଙ୍କୁ ତୁରନ୍ତ ଟଙ୍କା ଜମା କରିବାକୁ କହିଥିଲା। ସେ କୌଣସି ଉପାୟ ନ ପାଇ ସମ୍ପର୍କୀୟଙ୍କୁ ଟଙ୍କା ଯୋଗାଡ କରିବାକୁ କହିଥିଲେ। ସମ୍ପର୍କୀୟ ଦୁଇ ବସ୍ତା ଖୁଚୁରା ଆଣି ପୋଲିସକୁ ଦେଇଥିଲେ। ପୋଲିସ ଖୁଚୁରା ଗଣି ଗଣି ନୟାନ୍ତ ହୋଇପଡିଥିଲା। ଶେଷରେ ବସ୍ତାରୁ ୨୯ ହଜାର ୬୦୦ଟଙ୍କା ବାହାରିଲା। ବାଲଦେବ ଅଗ୍ରୱାଲ ଅବଶିଷ୍ଟ ଚାରି ଶହ ଟଙ୍କା ନଗଦ ଜମା କରିଥିଲେ।
କେହି ଜଣେ ମୋବାଇଲରେ ଖୁଚୁରା ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଭିଡିଓ ଦେଖି ପୋଲିସର ଦାୟିତ୍ୱକୁ କିଛି ଲୋକ ପ୍ରଶଂସା କରୁଛନ୍ତି। ସୂଚନା ଅନୁଯାୟୀ, ପରିବାର କୋର୍ଟରେ ବଳଦେବ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। କୋର୍ଟଙ୍କ ନିର୍ଦ୍ଦେଶରେ ସ୍ବାମୀଙ୍କୁ ପ୍ରତି ମାସରେ ଭରଣପୋଷଣ ଖର୍ଚ୍ଚ ୫ ହଜାର ଟଙ୍କା ଦେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରାକ୍ଟର ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହସ୍ପିଟାଲ ଛକ ମୁଖ୍ୟରାସ୍ତାରେ ସୋମବାର ପୂର୍ବାହ୍ନ  ପ୍ରାୟ ୧୦ ଟାରେ ଏକ ବାଲି ବୋଝେଇ ଟ୍ରାକ୍ଟର (ନଂ. ଓଡ଼ି୦୭…

‘ହର୍ମୁଜକୁ କଣ୍ଟ୍ରୋଲ କରୁଛି ଇରାନୀ ସେନା, କୌଣସି ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ,’ ଟ୍ରମ୍ପଙ୍କୁ କଡ଼ା ଭାଷାରେ କହିଲେ ଆରାଘଚି

ତେହରାନ,୨୯।୬: ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ସତ୍ତ୍ୱେ, ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ଏପର୍ଯ୍ୟନ୍ତ କମି ନାହିଁ। ଏହି ସମୟରେ, ତେହରାନ ସ୍ପଷ୍ଟ କରିଛି ଯେ…

୧୩ ଜୁଆଙ୍ଗଙ୍କ ମୃତ୍ୟୁ, କେନ୍ଦୁଝରରେ କଂଗ୍ରେସର ପ୍ରତିବାଦ

କେନ୍ଦୁଝର,୨୯ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଦାଦନ ଖଟିବାକୁ ତାମିଲନାଡୁ ଯାଇ କେନ୍ଦୁଝର ଜିଲାର ୧୩ ଜଣ ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଯୁବତୀଙ୍କ ମୃତ୍ୟୁ ଘଟଣାକୁ କଂଗ୍ରେସ ପକ୍ଷରୁ…

ପ୍ରଥମ ଥର ଗଜାନନ ବେଶ ଧାରଣ କଲେ ଶ୍ରୀଜଗନ୍ନାଥ: ନୂତନ ସ୍ନାନମଣ୍ଡପ ପ୍ରତିଷ୍ଠା

ଦାରିଙ୍ଗବାଡି, ୨୯।୬ (ଅରୁଣ ସାହୁ): ପବିତ୍ର ସ୍ନାନଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ପୁରୀ ସମେତ ସମଗ୍ର ରାଜ୍ୟରେ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଭକ୍ତିଭାବର ସହ ପାଳିତ ହେଉଥିବା ବେଳେ କନ୍ଧମାଳ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର ସହଜ ଉପାୟ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗଗ୍ରସ୍ତ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଏହାକୁ ସନ୍ତୁଳିତ…

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

୧ ଜୁଲାଇରୁ ଝଟ୍‌କା! ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ; ଆଧାର, ଆଇଟିଆର୍ ଏବଂ ବ୍ୟାଙ୍କରେ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ଟ୍ୟାକ୍ସପେୟର (କରଦାତା), ବ୍ୟାଙ୍କ ଗ୍ରାହକ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri