Posted inଜାତୀୟ

ଆଦାନୀଙ୍କୁ ଅଧିକ ୩,୮୦୨ କୋଟି ଦେଇଛି ଜିୟୁଭିଏନ୍‌ଏଲ୍‌

ଅହମଦାବାଦ,୨୮ା୮: ଗୁଜରାଟ ଉର୍ଜା ବିକାଶ ନିଗମ ଲିମିଟେଡ୍‌ (ଜିୟୁଭିଏନ୍‌ଏଲ୍‌) ଆଦାନୀ ପାଓ୍ବାର ମୁନ୍ଦ୍ରା ଲିଃ (ଏପିଏମ୍‌ୟୁଏଲ୍‌)କୁ ଗତ ୫ ବର୍ଷ ମଧ୍ୟରେ ବିଦ୍ୟୁତ୍‌ ଦେୟ ବାବଦକୁ ପ୍ରାୟ ୩,୮୦୨ କୋଟି ଟଙ୍କା ଅଧିକ ପଇଠ କରିଥିବା ବିରୋଧୀ କଂଗ୍ରେସ ଅଭିଯୋଗ ଆଣିଛି। ଗୁଜରାଟ କଂଗ୍ରେସ ସଭାପତି ଶକ୍ତିସିଂ ଗୋହିଲ ଏହାକୁ ଶାସକ ଭାଜପା ଆଶୀର୍ବାଦରେ ଆଦାନୀ ପାଓ୍ବାର ଦ୍ୱାରା ଖୋଲା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲା ଭାବେ ଅଭିହିତ କରିଛନ୍ତି।
୨୦୨୩ ମେ’ ୧୫ରେ ଜିୟୁଭିଏନ୍‌ଏଲ୍‌ ପକ୍ଷରୁ ଆଦାନୀ ପାଓ୍ବାରକୁ ୩,୮୦୨ କୋଟି ଟଙ୍କାର ରିକଭରି ପାଇଁ ଦିଆଯାଇଥିବା ପତ୍ରକୁ ମଧ୍ୟ ସେ ଲୋକଲୋଚନକୁ ଆଣିଛନ୍ତି। ଜିୟୁଭିଏନ୍‌ଏଲ୍‌ ଏବଂ ଆଦାନୀ ପାଓ୍ବାର ମଧ୍ୟରେ ସ୍ବାକ୍ଷରିତ ୨ଟି ପାଓ୍ବାର ପର୍ଚେଜ୍‌ ଏଗ୍ରିମେଣ୍ଟ (ପିପିଏ) ବଳରେ ଆଦାନୀ ପାଓ୍ବାରକୁ ଅତ୍ୟଧିକ ୩,୮୦୨ କୋଟି ଟଙ୍କା ପଇଠ କରାଯାଇଥିଲା। ଜିୟୁଭିଏନ୍‌ଏଲ୍‌ ନିଜ ପତ୍ରରେ ଆଦାନୀ ପାଓ୍ବାରଠାରୁ କୋଇଲା କିଣାର ଇନ୍‌ଭଏସ୍‌/ଦସ୍ତାବିଜ ମାଗିଛି। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ସବୁବେଳେ କେତେଜଣ ନିର୍ଦ୍ଦିଷ୍ଟ ଯୋଗାଣକାରୀଙ୍କଠାରୁ କମ୍‌ ମୂଲ୍ୟରେ କୋଇଲା କିଣିଥାଏ। ପତ୍ରରେ କରାଯାଇଥିବା ଦାବି ମୁତାବକ କୌଣସି ଦସ୍ତାବିଜ ଦାଖଲ କରାଯାଇ ନ ଥିଲେ ମଧ୍ୟ ୨୦୧୮ରୁ ୨୦୨୩ ମଧ୍ୟରେ ଜିୟୁଭିଏନ୍‌ଏଲ୍‌ ଆଦାନୀ ପାଓ୍ବାରକୁ ୩,୮୦୨ କୋଟି ଟଙ୍କା ଦେଇଛି। ବିନା ଇନ୍‌ଭଏସ୍‌ରେ ଦେୟ ପଇଠ କରିବାକୁ ଜିୟୁଭିଏନ୍‌ଏଲ୍‌ ଅଧିକାରୀମାନେ ଆଗ୍ରହ ପ୍ରକାଶ କରୁ ନ ଥିଲେ ବି ଟଙ୍କା ଦେବା ପାଇଁ ସେମାନଙ୍କ ଉପରେ ଚାପ ପଡ଼ିଥାଇପାରେ ବୋଲି ଗୋହିଲ କହିଛନ୍ତି। ଗୋହିଲଙ୍କ ମତରେ ଶକ୍ତି ବିଭାଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ଅଧୀନରେ ଆସୁଥିବାରୁ ସେଠାରୁ ନିର୍ଦ୍ଦେଶ ପାଇଁ ଅଧିକାରୀମାନେ ଦେୟ ପଇଠ କରିଥାଇପାରନ୍ତି। ସେ ଏହାକୁ ଆଦାନୀଙ୍କ ମନି ଲଣ୍ଡରିଂ ଭାବେ ଅଭିହିତ କରିବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କିମ୍ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏହାର ତଦନ୍ତ କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସମ୍ଭବତଃ ସରକାର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ପ୍ରଘଟ ପରେ ସରକାର ଚେଇଁ ଉଠିଥିବା ଗୋହିଲ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?