ଓଡ଼ିଶା ରିୟଲ ଇଷ୍ଟେଟ କ୍ଷେତ୍ରରେ ରୂପାନ୍ତରଣ

ଭୁବନେଶ୍ୱର,୨୮।୮ (ଅଭୟ ଦାଶ): ରିୟଲଟର୍ସ ଆସୋସିଏଶନ ଅଫ ଓଡ଼ିଶା ବା ଓଆରଏ ଏବଂ ଏନ୍‌ଏଆର ଇଣ୍ଡିଆର ମିଳିତ ସହଯୋଗରେ ଏକ ଅଭିନବ କର୍ମଶାଳା ‘ଇନୋଭେଟ ଆରଇ ୨୦୨୩’ ନିକଟରେ ଆୟୋଜିତ ହୋଇଯାଇଛି। ବିଶେଷ କରି ଏହି ରିୟଲ ଇଷ୍ଟେଟ କର୍ମଶାଳା ଅନେକ ଶିଳ୍ପବିଶେଷଜ୍ଞଙ୍କୁ ନେଇ ଶିଳ୍ପର ଆଗାମୀ ସୁଯୋଗଗୁଡ଼ିକୁ ଅନୁସନ୍ଧାନ କରିବା ପାଇଁ ଏକ ଦିନିକିଆ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏପରିକି ଉକ୍ତ କର୍ମଶାଳାରେ ପାରମ୍ପରିକ ରିୟଲ ଇଷ୍ଟେଟ ମାନଦଣ୍ଡକୁ ଚ୍ୟାଲେଞ୍ଜ କରୁଥିବା ଏକ ଅଗ୍ରଣୀ ପ୍ରଦର୍ଶନୀ ଥିଲା ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ଫଳରେ ଏହା ଓଡ଼ିଶାର ରିୟଲ ଇଷ୍ଟେଟ ଲ୍ୟାଣ୍ଡ ସ୍କେପର ବିବିଧକରଣ ଏବଂ ନୂତନତ୍ୱର ଏକ ନୂଆ ଯୁଗ ପ୍ରଦର୍ଶନ କରିଥିଲା। ସେହିଭଳି ଓଡ଼ିଶାର ଅଗ୍ରଣୀ ରିୟଲିଟି କ୍ଷେତ୍ର ଉପରେ ଧ୍ୟାନ ଦେଇ ଉକ୍ତ ପ୍ରଦର୍ଶନୀରେ ରିୟଲ ଇଷ୍ଟେଟରେ ନିବେଶ ଓ ବିକାଶ ଲାଗି ଏକ ପ୍ରମୁଖ ବଜାର ଭାବେ ରାଜ୍ୟର ବିକଶିତ ଆଭିମୁଖ୍ୟକୁ ବିସ୍ତୃତ ଭାବେ ଆଲୋକିତ କରାଯାଇଛି। ସେହିପରି ଘରୋଇ ଜମି (ରେସିଡେନସିଆଲ ପ୍ରପର୍ଟି) ପାଇଁ ବଢୁଥିବା ଚାହିଦା ପୃଷ୍ଠଭୂମି ମଧ୍ୟରେ ରିୟଲ ଇଷ୍ଟେଟ ଅଫରଗୁଡ଼ିକର ସଂପ୍ରସାରଣ, ବାଣିଜି୍ୟକ ସ୍ଥାନ, ଆତିଥ୍ୟ, ଲଜିଷ୍ଟିକ ପାର୍କ, ରିଟେଲ, ଗୋଦାମ ଘର, ଆଇଟି ପାର୍କ, ଡାଟା ସେଣ୍ଟର ଓ ଅନ୍ୟାନ୍ୟ ସ୍ଥାନ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ଉକ୍ତ କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ଥିଲା। ଏ ସମ୍ପର୍କରେ ଏନଏଆର-ଇଣ୍ଡିଆର ଉପସଭାପତି ସନ୍ତୋଷ ଅଭଲାକି କହିଥିଲେ, ଭାରତରେ ଦ୍ରୁତ ପରିବର୍ତ୍ତନ ଧାରା ଜାରି ରହିଥିଲାବେଳେ ଭୁବନେଶ୍ୱରରେ ମଧ୍ୟ ଇନୋଭେଟ ଆରଇର ଗୁରୁତ୍ୱ ବୃଦ୍ଧି ପାଇଛି।

ବିଗତ ବର୍ଷ ଗୁଡ଼ିକରେ ରିୟଲ ଇଷ୍ଟେଟ ମାର୍କେଟର ଦ୍ରୁତ ଅଭିବୃଦ୍ଧି ଏହାର ପ୍ରମାଣ ବୋଲି ସେ ମତପ୍ରକାଶ କରିଛନ୍ତି। ସେହଭଳି ଓଆରଏର ସଭାପତି ଶେଖ ମିରାଜୁଲ ହକ କହିଛନ୍ତି, ସ୍ମାର୍ଟସିଟି ପଦକ୍ଷେପ ଭଳି ଓଡ଼ିଶା କିପରି ଅତ୍ୟାଧୁନିକ ସମାଧାନର ଉପଯୋଗ କରୁଛି,ଏପରିକି ସେଠାରେ ଦ୍ରୁତ ପରିବର୍ତ୍ତନଶୀଳ ରିୟଲ ଇଷ୍ଟେଟ ଦୃଶ୍ୟପଟ ମଧ୍ୟରେ ଉନ୍ନତ ଜ୍ଞାନକୌଶଳ ଏକତ୍ରିତ ହୋଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ଏହି ପରିବର୍ତ୍ତନଶୀଳ ଯାତ୍ରାର ଅଂଶ ହୋଇପାରିଥିବାରୁ ଆମେ ଗର୍ବିତ ମନେ କରୁଛୁ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଉକ୍ତ କର୍ମଶାଳାରେ ରିୟଲ ଇଷ୍ଟେଟ ଶିଳ୍ପ ସହ ଜଡିତ ୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧି ବିଭିନ୍ନ ସଂସ୍ଥାରୁ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ମେରିକମ୍‌ଙ୍କୁ ପଛରେ ପକାଇ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?