Posted inଖେଳ

ଗୁର୍‌ପ୍ରୀତ୍‌ ଓ ସଞ୍ଜୁ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୨୬ା୯ (ପି.ଟି.)-ସିଜନ ୨୦୧୯-୨୦ ପାଇଁ ଭାରତୀୟ ପୁରୁଷ ଦଳ ଗୋଲକିପର ଗୁର୍‌ପ୍ରୀତ୍‌ ସିଂ ସାନ୍ଧୁ ଏବଂ ମହିଳା ଦଳ ମିଡ୍‌ଫିଲ୍ଡର ସଞ୍ଜୁ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଥିବା ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଶୁକ୍ରବାର ଘୋଷଣା କରିଛି। ଗୁରପ୍ରୀତ୍‌ ପ୍ରଥମ ଥର ପାଇଁ ଏହି ପୁରସ୍କାର ଲାଭ କରିଛନ୍ତି। ୨୦୦୯ରେ ସୁବ୍ରତ ପଲ୍‌ଙ୍କ ପରେ ଏଆଇଏଫ୍‌ଏଫ୍‌ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିବାରେ ସେ ଦ୍ୱିତୀୟ ଗୋଲକିପର। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଏବଂ ଆଇ-ଲିଗ୍‌ କ୍ଲବ କୋଚ୍‌ମାନଙ୍କ ଭୋଟ୍‌ ଭିତ୍ତିରେ ଗୁରପ୍ରୀତ ପୁରସ୍କାର ଲାଭ କରିବା ଲାଗି ବିବେଚିତ ହୋଇଥିଲେ। ଗୁର୍‌ପ୍ରୀତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଛେତ୍ରୀ ଭାଇ (ସୁନୀଲ ଛେତ୍ରୀ) ଏହି ପୁରସ୍କାର ଅନେକଥର ଜିତିଛନ୍ତି। ତାଙ୍କୁ ଏହି ପୁରସ୍କାର ମିଳିବାର ସୌଭାଗ୍ୟ କେବେ ମିଳିବ ସେଥିପାଇଁ ତାଙ୍କ ମନରେ ଉତ୍କଣ୍ଠା ରହିଥିଲା। ଏହି ପୁରସ୍କାର ଜିତିବା କ୍ଷେତ୍ରରେ ଏଆଇଏଫ୍‌ଏଫ୍‌ ସମେତ ଯେଉଁମାନଙ୍କର ଭୂମିକା ରହିଛି, ସେମାନଙ୍କୁ ସେ ଧନ୍ୟବାଦ ଦେବାକୁ ଚାହିଁବେ। ଦୋହାଠାରେ ଏସିଆନ ଚାମ୍ପିୟନ କାତାର ବିପକ୍ଷ ମ୍ୟାଚ ଡ୍ର ରଖିବାରେ ଗୁର୍‌ପ୍ରୀତଙ୍କର ବିଶେଷ ଭୂମିକା ରହିଥିଲା। ପ୍ରଭାବୀ ପ୍ରଦର୍ଶନ ପାଇଁ ଗତ ଇଣ୍ଡିଆନ ସୁପର ଲିଗ୍‌ ସଂସ୍କରଣରେ ସେ ଗୋଲଡେନ୍‌ ଗ୍ଲୋଭ୍‌ ଜିତିଥିଲେ। ୨୮ବର୍ଷୀୟ ଏହି ଗୋଲ୍‌କିପର ଗତବର୍ଷ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ଅନ୍ୟପକ୍ଷରେ ଗତ ସିଜନରେ ଉଚ୍ଚକୋଟରର ପ୍ରଦର୍ଶନ ପାଇଁ ଜାତୀୟ ମହିଳା ଦଳ ମିଡ୍‌ଫିଲ୍ଡର ସଞ୍ଜୁ ଏଥର ପୁରସ୍କାର ପାଇବା ପାଇଁ ହକ୍‌ ଦାର ହୋଇଛନ୍ତି। ରନତ୍ବାଳା ଦେବୀ ୨୦୧୯-୨୦ ବର୍ଷର ଇମର୍ଜିଂ ଓମେନ୍ସ ଫୁଟ୍‌ବଲର ଅପ୍‌ ଦି ଇୟର ପୁରସ୍କାର ଜିତିଛନ୍ତି। ଏଆଇଏଫ୍‌ଏଫ୍‌ ବୈଷୟିକ ନିର୍ଦ୍ଦେଶକ ଇସାକ୍‌ ଦୋରୁଙ୍କ ସହ ପରାମର୍ଶ ପରେ ମୁଖ୍ୟ କୋଚ୍‌ ମେମୋଲ୍‌ ରକି ଉଭୟ ବିଜେତାଙ୍କୁ ମନୋନୀତ କରିଥିଲେ। ସଞ୍ଜୁ କହିଛନ୍ତି, ବ୍ୟକ୍ତିଗତ ଦୃଷ୍ଟିରୁ ମୋ ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ। ଗତ କିଛିବର୍ଷ ହେଲା ମୁଁ ଯେଉଁ କଠିନ ପରିଶ୍ରମ କରି ଆସିଛି ଏହା ହେଉଛି ତାହାର ଏକ ପ୍ରମାଣ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri