Posted inଖେଳ

ଗୁର୍‌ପ୍ରୀତ୍‌ ଓ ସଞ୍ଜୁ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୨୬ା୯ (ପି.ଟି.)-ସିଜନ ୨୦୧୯-୨୦ ପାଇଁ ଭାରତୀୟ ପୁରୁଷ ଦଳ ଗୋଲକିପର ଗୁର୍‌ପ୍ରୀତ୍‌ ସିଂ ସାନ୍ଧୁ ଏବଂ ମହିଳା ଦଳ ମିଡ୍‌ଫିଲ୍ଡର ସଞ୍ଜୁ ପ୍ଲେୟର ଅଫ୍‌ ଦି ଇୟର ବିବେଚିତ ହୋଇଥିବା ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଶୁକ୍ରବାର ଘୋଷଣା କରିଛି। ଗୁରପ୍ରୀତ୍‌ ପ୍ରଥମ ଥର ପାଇଁ ଏହି ପୁରସ୍କାର ଲାଭ କରିଛନ୍ତି। ୨୦୦୯ରେ ସୁବ୍ରତ ପଲ୍‌ଙ୍କ ପରେ ଏଆଇଏଫ୍‌ଏଫ୍‌ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ଲାଭ କରିବାରେ ସେ ଦ୍ୱିତୀୟ ଗୋଲକିପର। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଏବଂ ଆଇ-ଲିଗ୍‌ କ୍ଲବ କୋଚ୍‌ମାନଙ୍କ ଭୋଟ୍‌ ଭିତ୍ତିରେ ଗୁରପ୍ରୀତ ପୁରସ୍କାର ଲାଭ କରିବା ଲାଗି ବିବେଚିତ ହୋଇଥିଲେ। ଗୁର୍‌ପ୍ରୀତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଛେତ୍ରୀ ଭାଇ (ସୁନୀଲ ଛେତ୍ରୀ) ଏହି ପୁରସ୍କାର ଅନେକଥର ଜିତିଛନ୍ତି। ତାଙ୍କୁ ଏହି ପୁରସ୍କାର ମିଳିବାର ସୌଭାଗ୍ୟ କେବେ ମିଳିବ ସେଥିପାଇଁ ତାଙ୍କ ମନରେ ଉତ୍କଣ୍ଠା ରହିଥିଲା। ଏହି ପୁରସ୍କାର ଜିତିବା କ୍ଷେତ୍ରରେ ଏଆଇଏଫ୍‌ଏଫ୍‌ ସମେତ ଯେଉଁମାନଙ୍କର ଭୂମିକା ରହିଛି, ସେମାନଙ୍କୁ ସେ ଧନ୍ୟବାଦ ଦେବାକୁ ଚାହିଁବେ। ଦୋହାଠାରେ ଏସିଆନ ଚାମ୍ପିୟନ କାତାର ବିପକ୍ଷ ମ୍ୟାଚ ଡ୍ର ରଖିବାରେ ଗୁର୍‌ପ୍ରୀତଙ୍କର ବିଶେଷ ଭୂମିକା ରହିଥିଲା। ପ୍ରଭାବୀ ପ୍ରଦର୍ଶନ ପାଇଁ ଗତ ଇଣ୍ଡିଆନ ସୁପର ଲିଗ୍‌ ସଂସ୍କରଣରେ ସେ ଗୋଲଡେନ୍‌ ଗ୍ଲୋଭ୍‌ ଜିତିଥିଲେ। ୨୮ବର୍ଷୀୟ ଏହି ଗୋଲ୍‌କିପର ଗତବର୍ଷ ଅର୍ଜୁନ ପୁରସ୍କାର ଲାଭ କରିଥିଲେ। ଅନ୍ୟପକ୍ଷରେ ଗତ ସିଜନରେ ଉଚ୍ଚକୋଟରର ପ୍ରଦର୍ଶନ ପାଇଁ ଜାତୀୟ ମହିଳା ଦଳ ମିଡ୍‌ଫିଲ୍ଡର ସଞ୍ଜୁ ଏଥର ପୁରସ୍କାର ପାଇବା ପାଇଁ ହକ୍‌ ଦାର ହୋଇଛନ୍ତି। ରନତ୍ବାଳା ଦେବୀ ୨୦୧୯-୨୦ ବର୍ଷର ଇମର୍ଜିଂ ଓମେନ୍ସ ଫୁଟ୍‌ବଲର ଅପ୍‌ ଦି ଇୟର ପୁରସ୍କାର ଜିତିଛନ୍ତି। ଏଆଇଏଫ୍‌ଏଫ୍‌ ବୈଷୟିକ ନିର୍ଦ୍ଦେଶକ ଇସାକ୍‌ ଦୋରୁଙ୍କ ସହ ପରାମର୍ଶ ପରେ ମୁଖ୍ୟ କୋଚ୍‌ ମେମୋଲ୍‌ ରକି ଉଭୟ ବିଜେତାଙ୍କୁ ମନୋନୀତ କରିଥିଲେ। ସଞ୍ଜୁ କହିଛନ୍ତି, ବ୍ୟକ୍ତିଗତ ଦୃଷ୍ଟିରୁ ମୋ ପାଇଁ ଏହା ଏକ ବଡ଼ ମାଇଲଖୁଣ୍ଟ। ଗତ କିଛିବର୍ଷ ହେଲା ମୁଁ ଯେଉଁ କଠିନ ପରିଶ୍ରମ କରି ଆସିଛି ଏହା ହେଉଛି ତାହାର ଏକ ପ୍ରମାଣ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri