ଗୁରୁ ଦତ୍ତଙ୍କ ବୈବାହିକ ଜୀବନରେ ଏହି ଅଭିନେତ୍ରୀଙ୍କ ଯୋଗୁ ଆସିଥିଲା ଝଡ଼, ସ୍ତ୍ରୀଙ୍କଠାରୁ ଅଲଗା କରି ନିଜେ ବି ଛାଡ଼ିଦେଲେ ହାତ

ବଲିଉଡ୍‌ ଅଭିନେତା ଗୁରୁ ଦତ୍ତ ହିନ୍ଦୀ ସିନେମାକୁ ଅଧିକ ଆଗକୁ ନେଇଥିଲେ। ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେ ଖୁବ କମ ସମୟ ମଧ୍ୟରେ ସିନେମା ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।

ଗୁରୁ ୯ ଜୁଲାଇ ୧୯୨୫ରେ ବେଙ୍ଗାଲୁରୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଥିଲା ବସନ୍ତ କୁମାର ଶିବଶଙ୍କର ପାଦୁକୋନ । ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। କଷ୍ଟରେ ତାଙ୍କ ପିଲାଦିନ ଅତିବାହିତ ହୋଇଥିଲା। ଜନ୍ମ ଭଳି ମୃତ୍ୟୁ ମଧ୍ୟ ଦୁଃଖଦାୟକ ଥିଲା । ତାଙ୍କର ଦାମ୍ପତ୍ୟ ଜୀବନ ବହୁତ ଖୁସିରେ ଚାଲିଥିଲା। ତାଙ୍କ ଜୀବନରେ ଜଣେ ଅଭିନେତ୍ରୀ ଆସିଥିଲେ ଯେଉଁଥିପାଇଁ ତାଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା।

ଗୁରୁ ଫିଲ୍ମ ‘ବାଜି’ର ଶୁଟିଂ ସେଟରେ ଗାୟିକା ଗୀତା ରୟ ଭେଟିଥିଲେ। ସେତେବେଳେ ଗୀତା ଜଣେ ପ୍ଲେବ୍ୟାକ ଗାୟକ ଭାବରେ ପ୍ରସିଦ୍ଧ ଥିଲେ । ସେ ଗୁରୁ ଦତ୍ତଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଉଥିଲେ। ସେ ଗୁରୁଙ୍କ ଭଉଣୀଙ୍କୁ ଭେଟିବାକୁ ଯାଉଛନ୍ତି ବୋଲି କହି ନିଜ ଘରୁ ବାହାରି ଆସୁଥିଲେ।

ଗୁରୁଙ୍କ ସାନ ଭଉଣୀ ଲଳିିତା ଏଥିରେ ମଧ୍ୟ ଉଭୟଙ୍କୁ ସାହାଯ୍ୟ କରୁଥିଲେ। ୧୯୫୩ ମସିହାରେ ଗୁରୁ ଏବଂ ଗୀତା ବିବାହ ବନ୍ଧନରେ ବାନ୍ଧିହେଲେ। ଉଭୟଙ୍କ ଜୀବନ ବହୁତ ଖୁସିରେ ଚାଲିଥିଲା। ହଠାତ ସେମାନଙ୍କ ମଧ୍ୟରେ ଦୂରତା ଆସିବାକୁ ଲାଗିଲା କାରଣ ତାଙ୍କର ହିରୋଇନ୍‌ ୱାହିଦା ରେହମାନଙ୍କ ସହିତ ଘନିଷ୍ଠତା ବଢ଼ିଥିଲା। ଦିନେ ଗୁରୁ ଏକ ଚିଠି ପାଇଲେ । ଏଥିରେ ଲେଖାଥିଲା ଯେ, ‘ମୁଁ ତୁମ ବିନା ବଞ୍ଚି ପାରିବି ନାହିଁ। ଯଦି ତୁମେ ମୋତେ ଚାହୁଁଛ, ଆଜି ସନ୍ଧ୍ୟା ୬.୩୦ ରେ ନରିମାନ ପଏଣ୍ଟରେ ଭେଟିବାକୁ ଆସିବ, ତୁମର ଓ୍ବାହିଦା । ଗୁରୁ ଏବଂ ୱାହିଦାଙ୍କ ସମ୍ପର୍କର ବିଷୟରେ ଜାଣି ଗୀତା ନିଜ ପିଲାମାନଙ୍କ ସହିତ ଗୁରୁ ଦତ୍ତଙ୍କଠାରୁ ଅଲଗା ହୋଇ ଅନ୍ୟ ଘରେ ରହିବାକୁ ଲାଗିଲେ। ପରେ ତାଙ୍କୁ ଓ୍ବାହିଦା ମଧ୍ୟ ଛାଡ଼ିଦେଲେ। ଏହା ପରେ ସେ ମଦ୍ୟପାନ, ସିଗାରେଟ ଏବଂ ନିଦ ବଟିକା ତାଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶପାଲଟିଗଲା। ଏକୁଟିଆ ହୋଇଯାଇଥିଲେ। ପିଲାମାନଙ୍କୁ ଭେଟିବାର ଇଚ୍ଛା ତାଙ୍କୁ ଦୁର୍ବଳ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?