Odisha Elections 2024
Posted inଫୁରସତ

ଗର୍ଜିୟା ଦେବୀ ମନ୍ଦିର

ପବିତ୍ର ଗର୍ଜିୟା ଦେବୀ ମନ୍ଦିର ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ। ମାତା ପାର୍ବତୀଙ୍କର ଏକ ସ୍ବରୂପ କୁହାଯାଉଥିବା ମାତା ଗର୍ଜିୟାଙ୍କର ଏହି ମନ୍ଦିରକୁ ଏକ ଶକ୍ତିସ୍ଥଳ କହିଲେ ମଧ୍ୟ ଭୁଲ୍‌ ହେବନାହିଁ…

ଉତ୍ତରାଖଣ୍ଡର ନୈନିତାଲ ଜିଲା ଅନ୍ତର୍ଗତ ରାମନଗରଠାରେ ରହିଛି ଗର୍ଜିୟା ନାମକ ଏକ ଗାଁ। ଏହି ଗାଁରେ ଅଛି ଏକ ଶକ୍ତିସ୍ଥଳ, ଯାହାର ନାଁ ହେଉଛି ଗର୍ଜିୟା ଦେବୀ ମନ୍ଦିର। ଉକ୍ତ ଗାଁ ନିକଟ ଦେଇ ପ୍ରବାହିତ ହେଉଛି କୋସି ନାମକ ଏକ ନଦୀ। ଏହି ନଦୀ କୂଳରେ ଥିବା ଏକ ପାହାଡ଼ ଉପରେ ରହିଛି ମା’ ଗର୍ଜିୟାଙ୍କର ଉକ୍ତ ମନ୍ଦିରଟି। ଏଠାରେ ପୂଜା ପାଉଥିବା ମାତା ଗର୍ଜିୟା ହେଉଛନ୍ତି ଖୁବ୍‌ ପ୍ରତ୍ୟକ୍ଷା। ଭକ୍ତଟିଏ ମନୋସ୍କାମନା କରି ନିଷ୍ଠାର ସହ ମା’ଙ୍କୁ ଆବାହନ କଲେ ମା’ ତା’ର ଗୁହାରି ଶୁଣିଥାନ୍ତି ବୋଲି ସ୍ଥାନୀୟ ଲୋକଙ୍କର ଖୁବ୍‌ ବିଶ୍ୱାସ ରହିଛି। ସେଥିପାଇଁ ପ୍ରାୟତଃ ଏଠାରେ ଭକ୍ତଙ୍କର ଗହଳି ଦେଖିବାକୁ ମିଳେ।
ମନ୍ଦିରକୁ ନେଇ ଲୋକକଥା
ସ୍ଥାନୀୟ ଲୋକଙ୍କ ମତାନୁସାରେ, ଥରେ କୋସି ନଦୀରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ମାତା ଗର୍ଜିୟାଙ୍କର ପ୍ରତିମା କେଉଁଆଡ଼ୁ ଭାସି ଆସି ଏହି ସ୍ଥାନରେ ଲାଗିଥିଲା। ଏହାର କିଛିଦିନ ପରେ ଉକ୍ତ ସ୍ଥାନରୁ ସିଂହଙ୍କର ଗର୍ଜନ କରିବାର ଶବ୍ଦ ଶୁଭାଗଲା। କାରଣ ଏହି ମନ୍ଦିରଠାରୁ ମାତ୍ର ୭-୮ କି.ମି ଦୂରରେ ରହିଛି ଜିମ୍‌ କୋର୍ବେଟ୍ଟ ଜାତୀୟ ଉଦ୍ୟାନ। ବାରମ୍ବାର ସିଂହଙ୍କର ଗର୍ଜନ କରିବାର ଶବ୍ଦ ଶୁଣି ଗାଁ ଲୋକେ ତଥା ସ୍ଥାନୀୟ ବନବିଭାଗର ଅଧିକାରୀମାନେ ଥରେ ଏହାର ନିକଟକୁ ଯାଇ ଦେଖିବାରୁ ସତକୁ ସତ କେତେକ ସିଂହ ସେଠାରେ ପରିକ୍ରମା କରୁଥିବାର ଦେଖିଲେ। କିଛି ସମୟ ପରେ ସିଂହମାନେ ସେଠାରୁ ଚାଲିଯିବା କ୍ଷଣି ଗାଁ ଲୋକେ ସେଠାରେ ମା’ଙ୍କର ଏହି ପ୍ରତୀମା ଥିବାର ଦେଖିବାକୁ ପାଇଲେ। ସେମାନେ ମା’ଙ୍କର ପ୍ରତୀମାକୁ ଉଦ୍ଧାର କରି ମନ୍ଦିର ଗଢିବା ପାଇଁ ନିଷ୍ପତ୍ତି ନିଅନ୍ତେ, ମା’ ସ୍ବପ୍ନାଦେଶ ହେଲେ ଯେ, ତାଙ୍କ ମନ୍ଦିରକୁ ଏହି ପାହାଡ ଉପରେ ଗଢିବା ପାଇଁ। ମା’ଙ୍କ ଆଦେଶ ଅନୁସାରେ, ପାହାଡ ଉପରେ ମା’ଙ୍କର ମନ୍ଦିର ଗଢାହେଲା ଆଉ ମା’ଙ୍କୁ ସେଠାରେ ପୂଜା କରାଗଲା।
ମା’ଙ୍କ ମହିମା
ପୌରାଣିକ କଥା ଅନୁସାରେ, ମାତା ଗର୍ଜିୟା ହେଉଛନ୍ତି ମାତା ପାର୍ବତୀଙ୍କର ଏକ ସ୍ବରୂପ। ସେଥିପାଇଁ ଏହି ମନ୍ଦିରକୁ ମଧ୍ୟ ଏକ ଶକ୍ତିସ୍ଥଳ ବୋଲି କୁହାଯାଇଥାଏ। ମା’ଙ୍କ ମହିମା ବଡ଼ ଅପାର। ଯେଉଁ ଭକ୍ତ ଏଠାକୁ ଆସି ମା’ଙ୍କୁ ନିଷ୍ଠାର ସହ ପୂଜିଥାନ୍ତି, ମା’ ତାଙ୍କର ମନୋସ୍କାମନା ନିଶ୍ଚୟ ପୂରଣ କରିଥାନ୍ତି। ଆଉ ଆଶା ପୂରଣ ହୋଇସାରିବା ପରେ ଭକ୍ତଙ୍କୁ ପୁଣିଥରେ ଏଠାକୁ ଆସି ମା’ଙ୍କ ଦର୍ଶନ କରିବାକୁ ହୋଇଥାଏ। ଯେଉଁ ଭକ୍ତମାନେ ଅବହେଳା ବଶତଃ ମନୋସ୍କାମନା ପୂରଣ ହୋଇଗଲା ପରେ ମା’ଙ୍କୁ ପୁଣିଥରେ ଦର୍ଶନ କରିବାକୁ ନ ଆସନ୍ତି, ସେମାନଙ୍କ ଉପରେ ମା’ ରୋଷ କରିଥାନ୍ତି ବୋଲି ସ୍ଥାନୀୟ ଲୋକେ ମତ ଦେଇଥାନ୍ତି।
ପ୍ରମୁଖ ପର୍ବପର୍ବାଣୀ
ଏଠାକୁ ପୂଜା କରିବାକୁ ଆସୁଥିବା ଭକ୍ତଙ୍କୁ ପ୍ରଥମେ କୋସି ନଦୀରେ ସ୍ନାନ କରିବାକୁ ହୋଇଥାଏ। ତା’ପରେ ପାହାଡ ଉପରେ ଥିବା ମନ୍ଦିରକୁ ଯିବା ପାଇଁ ପ୍ରାୟ ୯୦ଟି ପାହାଚ ଚଢ଼ିବାକୁ ପଡେ। ଏହି ମନ୍ଦିରରେ ଗର୍ଜିୟା ଦେବୀଙ୍କ ବ୍ୟତିତ ଭଗବାନ ଗଣେଶ, ଲକ୍ଷ୍ମୀ-ନାରାୟଣ, ମାତା ସରସ୍ବତୀ ତଥା ଭୈରବ ଦେବଙ୍କୁ ମଧ୍ୟ ପୂଜା କରାଯାଇଥାଏ। କୁହାଯାଏ, ଏଠାରେ ଭକ୍ତ ଭୈରବ ଦେବଙ୍କୁ ପୂଜା ନ କଲା ପର୍ଯ୍ୟନ୍ତ ମା’ କାହାରି ଡାକ ଶୁଣି ନଥାନ୍ତି। ଦଶହରା, କାଳୀପୂଜା ତଥା କାର୍ତ୍ତିକ ପୂର୍ଣ୍ଣିମା ହେଉଛି ମା’ ଗର୍ଜିୟାଙ୍କର କେତୋଟି ପ୍ରମୁଖ ପର୍ବ।
କେବେ ଓ କେମିତି ଯିବେ
ବର୍ଷର ସବୁ ସମୟରେ ବୁଲି ଯିବାର ସୁବିଧା ଥିଲେ ହେଁ ଦଶହରା, କାଳୀପୂଜା ତଥା କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଏଠାକୁ ଗଲେ ମା’ଙ୍କର ଅପୂର୍ବ ଦର୍ଶନ ମିଳିଥାଏ। ବର୍ଷାଦିନେ ନଦୀରେ ପାଣି ରହୁଥିବାରୁ ସେହି ସମୟରେ ଟିକେ କମ୍‌ ଭକ୍ତ ଏଠାକୁ ବୁଲିବାକୁ ଆସିଥାନ୍ତି। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ବି ଭଲ ବ୍ୟବସ୍ଥା ରହିଛି। ନୈନିତାଲରୁ ପ୍ରାୟ ୭୦କି.ମି ଏବଂ ରାମନଗରରୁ ପ୍ରାୟ ୧୨ କି.ମି ଦୂରରେ ଥିବା ଏହି ସ୍ଥାନକୁ ସଡ଼କପଥ ଓ ରେଳପଥରେ ଯାଇହେବ। ରାମନଗର ହେଉଛି ଏହାର ନିକଟତମ ରେଳଷ୍ଟେଶନ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି, ସୌହାର୍ଦ୍ଦ୍ୟ ରକ୍ଷା ଜରୁରୀ

ଆତଙ୍କବାଦ ବିରୋଧୀ ଦିବସ ପ୍ରତିବର୍ଷ ମେ’ ୨୧ରେ ଭାରତରେ ପାଳନ କରାଯାଏ। ଆତଙ୍କବାଦ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଆତଙ୍କବାଦ ବିରୋଧରେ ଏକତାର ବାର୍ତ୍ତା...

ଇଭିଏମକୁ ଫୁଲମାଳ ପିନ୍ଧାଇଲେ ସ୍ବାଧୀନ ପ୍ରାର୍ଥୀ

ନାସିକ: ଚଳିତ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ତେବେ ଏହି ନିର୍ବାଚନ ଚାଲିଥିବାବେଳେ ମହାରାଷ୍ଟ୍ରର ନାସିକରୁ ଏକ...

ପ୍ରେମିକଙ୍କୁ ଭେଟିବା ପାଇଁ ୧୫୦୦ କିଲୋମିଟର ଗଲେ ଯୁବତୀ, ବିମାନରୁ ଓହ୍ଲାଇବା ପରେ ଯାହା ଘଟିଲା, ଜାଣିଲେ…

ଅନଲାଇନ ଡେଟିଂ ସବୁବେଳ ପାଇଁ ବିପଦପୂର୍ଣ୍ଣ ଅଟେ। ଅନେକ ଯୁବତୀ/ଯୁବକଙ୍କ ପାଇଁ ଏହା ବହୁତ ମଜାଦାର ହୋଇଥିବା ବେଳେ ଆଉ କିଛି ଯୁବତୀ ଯୁବକ ଏଥିରେ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

ପ୍ରଥମ ରୋଜଗାରର ଶିହରଣ ଏବେ ବି ଅନୁଭବ କରେ:ସୌମ୍ୟଶ୍ରୀ ପାଣିଗ୍ରାହୀ

ସବୁବେଳେ ନାହିଁ ନାହିଁର ଜୀବନ ଜିଇଆସିଥିବା, ସବୁକଥାରେ କାଣ୍ଟଛାଣ୍ଟ କରୁଥିବା, ଅୟସର ସ୍ବପ୍ନ ଦେଖିବାକୁ ନିଜ ମନକୁ ହାଲ୍‌କା ଭାବେ ଆକଟ କରୁଥିବା ୨୦/୨୨ ବର୍ଷର...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri