ଗୁଣିଗାରେଡ଼ି ସନ୍ଦେହରେ ହତ୍ୟାକରି ପୋଡ଼ିଦେଲେ

ପଦ୍ମପୁର,୨୭ା୨: ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା ପରେ ପୋଡ଼ି ଦିଆଯାଇଛି। ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ୍‌ ନୂଆଗଡ଼ ପଞ୍ଚାୟତ ପାଜିଲିବନ୍ଧ ଗାଁ ନୂଆସାହିରେ ଏଭଳି ଏକ ଅମାନବୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ସାହିର ରାମ ମୂଲି(୫୮)।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ରାମ ଘରେ ଶୋଇଥିଲେ। ଗାଁର କିଛି ଲୋକ ଆସି ତାଙ୍କୁ ବାହାରକୁ ଡାକି ନେଇଥିଲେ। ପରେ ଗାଁ ଦାଣ୍ଡରେ ସ୍ତ୍ରୀ ମାୟା ଏବଂ ଝିଅ ଚନ୍ଦ୍ରାବତୀଙ୍କ ଉପସ୍ଥିତିରେ ରାମଙ୍କୁ ଠେଙ୍ଗାରେ ପିଟିଥିଲେ। ସ୍ତ୍ରୀ ଏବଂ ଝିଅଙ୍କୁ ଘରେ ବନ୍ଦ ରଖି ଦୁର୍ବୁତ୍ତମାନେ ରାମଙ୍କୁ ଗାଁ ନିକଟ ତୋଟାକୁ ନେଇ ହତ୍ୟା କରିଥିବା ଜଣାପଡ଼ିଛି। ମୃତ୍ୟୁପରେ ପ୍ରମାଣ ନଷ୍ଟ କରିବାକୁ ରାମଙ୍କୁ ଗାଁ ନିକଟ ନାଳ ପାଖରେ ପୋଡ଼ି ଦେଇଥିବା ରାମଙ୍କ ସ୍ତ୍ରୀ ମାୟା ପଦ୍ମପୁର ଥାନାରେ ଏତଲା ଦେଇଛନ୍ତି। ଏ ନେଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୯/୨୧) ରୁଜୁ ହୋଇଛି। ପଦ୍ମପୁର ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ, ଗୁଣପୁର ଏସ୍‌ଡିପିଓ ରାଜକିଶୋର ଦାସ ପୋଲିସ ଟିମ୍‌ ସହ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଘଟଣାପରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ କେହି ବାହାରକୁ ବାହାରୁ ନ ଥିବା ଦେଖିବାକୁ ମିଳିଛ


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଅପରାଜେୟ: ଦାମ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ନିୟମିତ ବ୍ୟବଧାନରେ ନିଜ ମନ୍ତବ୍ୟ ନେଇ ଚର୍ଚ୍ଚାରେ ରହିଆସିଛନ୍ତି। ଭାଜପାରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ...

ଚାଷୀମାନଙ୍କ ପକ୍ଷରୁ ସିଏସ୍‌ ଅଫିସ ଘେରାଉ

ଜୟପୁର,୨୪।୮(ଡି.ଏନ୍‌.ଏ.): ଏସ୍‌ଏଚ୍‌ଜି ପକ୍ଷରୁ ଖରିଫ ଧାନ କ୍ରୟ ନିଷ୍ପତ୍ତିକୁ ବିରୋଧ କରି ଜୟପୁର ବ୍ଲକ ଜାମୁଣ୍ଡ ପଞ୍ଚାୟତର ଚାଷୀମାନେ ଶନିବାର ଜିଲା ଯୋଗାଣ (ସିଏସ୍‌) ଅଫିସ...

କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା: ଧୋଇଗଲା ଡାଇଭର୍ସନ, ଦାରିଙ୍ଗବାଡ଼ି-ଭବାନୀପାଟଣା-ତୁମୁଡ଼ିବନ୍ଧ ଯାତାୟାତ ଠପ୍‌

ଦାରିଙ୍ଗବାଡ଼ି/କୋଟଗଡ଼,୧୨।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲାରେ ରବିବାର ସନ୍ଧ୍ୟାରୁ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି । ଫଳରେ ଜିଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ସହ ରାସ୍ତା ଧୋଇଯିବା କାରଣରୁ...

ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ: ‘ମଦ ରାଜସ୍ବ ସରକାରଙ୍କ ଲକ୍ଷ୍ୟ ନୁହେଁ’

ଅନୁଗୋଳ ଅଫିସ, ୧୫।୧ – ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଅନୁଗୋଳ ଗସ୍ତରେ ଆସି ସର୍କିଟ ହାଉସ ଠାରେ ଜିଲା...

ସ୍କୁଲ ଜମିକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ: ୧ ମୃତ, ୫ ଆହତ

ବାଲେଶ୍ୱର ଅଫିସ/ବାଲିଆପାଳ, ୧୪।୧୦(ସ୍ବ.ପ୍ର.): ବାଲେଶ୍ବର ଜିଲା ବାଲିଆପାଳ ଥାନା ନୁଆଗାଁ ପଞ୍ଚାୟତ କଟ୍ରମହଲ ଗାଁରେ ସୋମବାର ସ୍କୁଲ ଜମି ଜବରଦଖଲକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ହୋଇଛି।...

ନଦୀରେ ନିଖୋଜ ଯୁବତୀଙ୍କ ମୃତଦେହ ଉଦ୍ଧାର

ଶେରଗଡ଼/ହିଞ୍ଜିଳିକାଟୁ,-୨୭ା୮(ଡି.ଏନ୍‌.ଏ.)-ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା କାଞ୍ଜିଆମା ଗ୍ରାମରେ ରବିବାର ଖୁଦୁରୁକୁଣୀ ଓଷା ପାଇଁ ବାଲୁଙ୍କା ପୂଜା କରିବାକୁ ଯାଇ ଋଷିକୂଲ୍ୟା ନଦୀରେ ଭାସିଯାଇ ନିଖୋଜ ଥିବା...

ଗୋଲାମୁଣ୍ଡା ବ୍ଲକରେ ଭୁସ୍‌ଲି ପଡ଼ିଛେ ସ୍ବାସ୍ଥ୍ୟ ସେବା: ଚପ୍ରିଆ, ଉଛୁଲା ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍‌ତର ଶୁଇନ୍‌

କେଗାଁ,୩୦ା୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୁଆସ୍‌ତିଅ ସେବା ଭୁସ୍‌ଲିଯାଇଛେ। ରାଏଜ୍‌ ସରକାର ବ୍ଲକର ୨୮ଟା ପଁଚେତ୍‌ରେ ବାସ କରୁଥିବାର ୧ ଲାଖ୍‌ ୨୯...

ସରକାରୀ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ, ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରାଜ୍ୟରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଛି। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି।...

Advertisement


Archives

Model This Week