ଗୋଟିଏ ମଣ୍ଡପରେ ବିବାହ କଲେ ହିନ୍ଦୁ, ମୁସଲମାନ

ସମ୍ବଲପୁର,୨୩ା୧(ବ୍ୟୁରୋ):ସମ୍ବଲପୁର ସହରସ୍ଥିତ ସୁନାପାଲି ଆଲ୍ଲା ହଜ୍‌ରତ କମିଟି ପକ୍ଷରୁ ସାମୂହିକ ବିବାହ ନିମନ୍ତେ ନିଆରା ପ୍ରୟାସ କରାଯାଇଛି। ରବିବାର ଗୋଟିଏ ବିବାହ ମଣ୍ଡପରେ ୧୧ ଯୋଡା ମୁସଲମାନ ଓ ୨ ଯୋଡା ହିନ୍ଦୁ ଯୁବତୀ ଯୁବକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁସଲମାନ କନ୍ୟା ବରଙ୍କ ବିବାହ ପାଇଁ ସେମାନଙ୍କ ଧର୍ମର ରୀତିନୀତି ବ୍ୟବସ୍ଥା କରାଯାଇଥିଲା ା ସେହିପରି ହିନ୍ଦୁ କନ୍ୟା ବର ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ପ୍ରତିଷ୍ଠିତ ବ୍ୟକ୍ତି, ପ୍ରଶାସନିକ ଅଧିକାରୀ, ସାମାଜିକ ଅନୁଷ୍ଠାନ ସଦସ୍ୟମାନେ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଅନୁଷ୍ଠାନ ପକ୍ଷରୁ କନ୍ୟାଦାନ ସମୟରେ ଅତ୍ୟାବଶ୍ୟକ ଆସବାବପତ୍ର ଦିଆଯାଇଥିଲା। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ଜିଲା ବିଜେଡି ସଭାପତି ଡ. ପ୍ରମୋଦ ରଥ, ବିଜେଡି ଜିଲା ସଭାପତି ସିର୍ଦ୍ଧାଥ ଦାସ, ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହା, ସଞ୍ଜୟ ବାବୁ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଆୟୁବ ଖାନ, ଜିଲା ରେଡକ୍ରସ ସମ୍ପାଦକ ଜୟ ଜଜ୍‌, ଚାଷୀନେତା ଅଶୋକ ପ୍ରଧାନ, ବ୍ୟବସାୟୀ ଅଶୋକ ଜଲାନ, ଅଲିମ କାମଦାର, ଆସଫ ଅଲ୍ଳୀ ଖାନ, ମହମ୍ମଦ ସୁବହାନ, ଅନିତା ପ୍ରଧାନ, ଅନନ୍ୟା ନାୟକ, ହାମିଦ ହସନ ଖାନ୍‌ ପ୍ରମୁଖ ଯୋଗ ଦେଇଥିଲେ। ଏ ସମ୍ପର୍କରେ ଅନୁଷ୍ଠାନର ସମ୍ପାଦକ ଆତିଫ ଆଲମ କହିଛନ୍ତି ଯେ, ପ୍ରାୟ ୫ ବର୍ଷ ହେବ ଏହି ସାମୂହିକ ବିବାହ ଉତ୍ସବର ଆୟୋଜନ କରାଯାଉଛି। କୋଭିଡ୍‌ କଟକଣା ପାଇଁ ୨ ବର୍ଷ ବନ୍ଦ ରହିଥିଲା। ଚଳିତବର୍ଷ ଆରମ୍ଭ ହୋଇଛି। ବହୁ ମାନ୍ୟଗଣ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଜିଲା ପ୍ରଶାସନ ସହିତ ସହରବାସୀଙ୍କ ସହଯୋଗରେ ପ୍ରୟାସ ସଫଳ ହୋଇଛି। ଆଗକୁ ମଧ୍ୟ ଏହି ପ୍ରଚେଷ୍ଟା ଜାରି ରହିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

୧୫ ଦିନ ହେଲା ନିଖୋଜ ଥିଲେ ଯୁବକ, ପରିତ୍ୟକ୍ତକୁ ଘରୁ ମିଳିଲା…

କଟକ,୨୫।୮(ପ୍ରଭୁ କଲ୍ୟାଣ ପାଲ୍‌): ବାରଙ୍ଗ ଥାନା ଗୋଡ଼ିସାହିର ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ଯୁବକ ଜଣକ ବାରଙ୍ଗ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri