Posted inଖେଳ

ଆନନ୍ଦଙ୍କୁ ହଟାଇ ଗୁକେଶ ଭାରତର ନମ୍ବର ଓ୍ବାନ୍‌

ଚେନ୍ନାଇ,୨ା୯: କିମ୍ବଦନ୍ତୀ ବିଶ୍ୱନାଥନ ଆନନ୍ଦଙ୍କୁ ହଟାଇ ସ୍ବଳ୍ପ ବୟସ୍କ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଭାରତର ଟପ୍‌ ଚେସ୍‌ ଖେଳାଳି ହୋଇଛନ୍ତି। ଆନନ୍ଦ ୧୯୮୬ ଜୁଲାଇରୁ ଏପର୍ଯ୍ୟନ୍ତ ଭାରତର ନମ୍ବର ଓ୍ବାନ ଖେଳାଳି ରହି ଆସିଥିଲେ। ନିକଟରେ ବାକୁଠାରେ ଫିଡେ ବିଶ୍ୱକପ୍‌ କ୍ୱାର୍ଟରଫାଇନାଲରେ ମାଗ୍ନସ କାର୍ଲସେନଙ୍କଠାରୁ ପରାଜିତ ହୋଇଥିବା ଚେନ୍ନାଇର ୧୭ବର୍ଷୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଆନନ୍ଦଙ୍କ ଆଗରେ ବିଶ୍ୱର ୮ନମ୍ବର ର଼୍ୟାଙ୍କିଙ୍ଗପ୍ରାପ୍ତ ଖେଳାଳି ହୋଇପାରିଛନ୍ତି। ଫିଡେ ରେଟିଂରେ ସେ ପ୍ରଥମ ଥର ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ୫ଥର ବିଶ୍ୱ ଚାମ୍ପିୟନ ଆନନ୍ଦ ବର୍ତ୍ତମାନ ର଼୍ୟାଙ୍କିଙ୍ଗ ତାଲିକାର ୯ମ ସ୍ଥାନରେ ଅଛନ୍ତି। ଶୁକ୍ରବାର ସୁଦ୍ଧା ଫିଡେ ରେଟିଂରେ ଗୁକେଶଙ୍କ ପଏଣ୍ଟ ସଂଖ୍ୟା ୨୭୫୮ ରହିଥିବା ବେଳେ ଆନନ୍ଦଙ୍କର ୨୭୫୪ ରହିଛି। ଅଗଷ୍ଟ ୧ ପରଠାରୁ ଗୁକେଶ ରେଟିଂ ତାଲିକାରେ ୩ ସ୍ଥାନ ପଦୋନ୍ନତି ପାଇଛନ୍ତି। ଅନ୍ୟ ଜଣେ ସ୍ବଳ୍ପ ବୟସ୍କ ଚେସ୍‌ ପ୍ରତିଭା ଆର. ପ୍ରଜ୍ଞାନନ୍ଦ ୨୭୨୭ ରେଟିଂ ପଏଣ୍ଟ ସହ ତାଲିକାରେ ୧୯ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଗୁକେଶ ଓ ଆନନ୍ଦଙ୍କ ପଛକୁ ସେ ବର୍ତ୍ତମାନ ଭାରତର ୩ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି। ବର୍ତ୍ତମାନ ଭିଦିତ ସନ୍ତୋଷ ଗୁଜରାଠୀ (୨୭ ନମ୍ବର) ଓ ଅର୍ଜୁନ ଏରିଗାଇସି (୨୯ନମ୍ବର)ଙ୍କ ସମେତ ୫ ଭାରତୀୟ ଟପ୍‌ ୩୦ ମଧ୍ୟରେ ରହିଛନ୍ତି। ଅଭିଜ୍ଞ ପି. ହରିକ୍ରିଷ୍ଣା ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାର ୩୧ତମ ସ୍ଥାନରେ ଅଛନ୍ତି। ବାକୁଠାରେ ବିଶ୍ୱକପ୍‌ ବେଳେ ଗୁକେଶ ର଼୍ୟାଙ୍କିଙ୍ଗରେ ତାଙ୍କ ଆଦର୍ଶ ଓ ମେଣ୍ଟରଙ୍କୁ ଅତିକ୍ରମ କରିଯାଇଥିଲେ। ୧୯୮୬ ଜୁଲାଇ ୧ରୁ ଭାରତର ଏକ ନମ୍ବର ଖେଳାଳି ରହିଥିବା ଆନନ୍ଦ ୩୭ ବର୍ଷ ପରେ ପ୍ରଥମ ସ୍ଥାନ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

ଜଗନ୍ନାଥ ଦର୍ଶନ ହେଲା ଶେଷ ଦର୍ଶନ

ପୁରୀ,୧୫।୮( ଅଜିତ୍ କୁମାର ମହାନ୍ତି ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମୟରେ ଜଣେ ବୃଦ୍ଧ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ମୃତକ ଜଣକ ହେଉଛନ୍ତି ଯାଜପୁର ଜିଲା ବିଞ୍ଝାରପୁର…

ଖୁସିରେ ୪ ଗ୍ରାମର ଗ୍ରାମବାସୀ: ୧୦୯ ଜଣଙ୍କୁ ମିଳିଲା….

ଗୁଡ଼ାରି, ୧୫।୮ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡ଼ାରି ତହସିଲ ଅନ୍ତର୍ଗତ ଢେପାଗୁଡ଼ା ରାଜସ୍ୱ ଅଞ୍ଚଳର ୪ଟି ଗ୍ରାମର ୧୦୯ ଜଣ ହିତାଧିକାରୀଙ୍କୁ ଶନିବାର ସ୍ଥାୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri